Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସେୟାର ବଜାରରେ ଝଡ଼: ୭୬ ହଜାରକୁ ଖସିଲା ସେନସେକ୍ସ, ନିଫ୍ଟି ବି ତଳ ମୁହାଁ

Business

ସେୟାର ବଜାରରେ ଝଡ଼: ୭୬ ହଜାରକୁ ଖସିଲା ସେନସେକ୍ସ, ନିଫ୍ଟି ବି ତଳ ମୁହାଁ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ସେୟାର ବଜାରରେ ଝଡ଼: ୭୬ ହଜାରକୁ ଖସିଲା ସେନସେକ୍ସ, ନିଫ୍ଟି ବି ତଳ ମୁହାଁ

Key Points

ନିବେଶକଙ୍କୁ ନିରାଶ କଲା ଦଲାଲ୍ ଷ୍ଟ୍ରିଟ୍

ସପ୍ତାହ ଆରମ୍ଭରୁ ତଳମୁହାଁ ସେୟାର ବଜାର

ସେନସେକ୍ସ ୭୦୦ ପଏଣ୍ଟ, ନିଫ୍ଟି ୨୦୦ ପଏଣ୍ଟ ହ୍ରାସ

ଅର୍ଗସ ବ୍ୟୁରୋ: ସପ୍ତାହ ଆରମ୍ଭରୁ ସେୟାର ବଜାର ତଳମୁହାଁ ହୋଇଛି । ଗତ ସପ୍ତାହରେ ନିବେଶକଙ୍କୁ ଦଲାଲ୍ ଷ୍ଟ୍ରିଟ୍ ନିରାଶ କରିଥିବା ବେଳେ ଚଳିତ ସପ୍ତାହ ଆରମ୍ଭ ବି ନୈରାଶ୍ୟଜନକ ରହିଛି । ସୋମବାର ଷ୍ଟକ ମାର୍କେଟ ଖୋଲିବା ପରେ ସେନସେକ୍ସ ୭୦୦ ପଏଣ୍ଟ ଖସିଥିବା ବେଳେ ୨୦୦ ପଏଣ୍ଟ ହ୍ରାସ ପାଇଛି ନିଫ୍ଟି ।


ଜାନୁଆରୀ ୩ରେ ସେନସେକ୍ସ ୭୯ ହଜାର ୨୨୩ ପଏଣ୍ଟ ରହିଥିବା ବେଳେ ସପ୍ତାହର ଶେଷ କାରବାର ଦିନ ଶୁକ୍ରବାର ୭୭ ହଜାର ୩୭୮ ପଏଣ୍ଟକୁ ଖସି ଆସିଥିଲା । ସୋମବାର ସେନସେକ୍ସ ୭୬ ହଜାର ୭୦୦ ପଏଣ୍ଟରୁ କାରବାର ଆରମ୍ଭ ହୋଇଛି । ସେହିଭଳି ନିଫ୍ଟିଂ ମଧ୍ୟ ୨୦୦ ପଏଣ୍ଟ ହ୍ରାସ ପାଇଁ ୨୩ ହଜାର ୨୫୦ ପଏଣ୍ଟ ରହିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେନସେକ୍ସର ୩୦ ସେୟାର ମଧ୍ୟରୁ କେବଳ ଗୋଟିଏ ବଢ଼ୁଥିବା ବେଳେ ବାକି ୨୯ ସେୟାର ତଳ ମୁହାଁ ରହିଛନ୍ତି । ନିଫ୍ଟିର ୫୦ ସେୟାରରୁ ୨ଟି ବଢ଼ୁଥିବା ବେଳେ ୪୮ଟି ଖସି ଚାଲିଛି । ଏନ୍‌ଏସ୍‌ଇ ସେକ୍ଟୋରଲ ଇଣ୍ଡେକ୍ସ ରିୟଲଟି ସେକ୍ଟର ସର୍ବାଧିକ ପ୍ରଭାବିତ ହୋଇଛି । ରିୟଲଟି ସେକ୍ଟର ସେୟାର ୨.୧୩ ପ୍ରତିଶତ ହ୍ରାସ ପାଇଥିବା ବେଳେ ଅଟୋ ୧.୧୫ ପ୍ରତିଶତ, ମେଟାଲ ୧.୩୧ ପ୍ରତିଶତ, ଅଏଲ୍ ଆଣ୍ଡ ଗ୍ୟାସ୍ ୧.୧୮ ପ୍ରତିଶତ ହ୍ରାସ ପାଇଛି ।


କେବଳ ଭାରତୀୟ ସେୟାର ବଜାର ନୁହେଁ ବିଶ୍ଵ ବଜାରରେ ମାନ୍ଦାବସ୍ଥା ଦେଖା ଦେଇଛି । ଚୀନର ସଂଘାଇ କମ୍ପୋଜିଟ୍ ଇଣ୍ଡେକ୍ସ ଆଜି ୦.୪୫ ପ୍ରତିଶତ ଖସିଛି । ଏନ୍ଏସ୍‌ଇ ତଥ୍ୟ ଅନୁସାରେ, ୧୦ ଜାନୁଆରୀରେ ୨, ୨୫୪.୬୮ କୋଟି ଟଙ୍କାର ସେୟାର ବିକ୍ରି କରିଛନ୍ତି ବିଦେଶୀ ନିବେଶକ ।

Sponsored
Stock Market Crash Sensex Down by 700 Points | Argus News