Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Business

ସାଜ-ସଜ୍ଜାରେ ସିମିତ ନୁହେଁ ଅଳଙ୍କାର...

Sudeshna Mishra
Browse all articles by Sudeshna Mishra
·1 year ago·2 min read
ସାଜ-ସଜ୍ଜାରେ ସିମିତ ନୁହେଁ ଅଳଙ୍କାର...

Key Points

ସୁନା ରୂପାକୁ କିଏ ବା ଭଲ ନପାଏ?


ସୁନା ରୂପାକୁ ଶରୀରର ବିଭିନ୍ନ ଅଙ୍ଗରେ ପିନ୍ଧାଯାଏ, ସାଧାରଣତ: ଶରୀରର କାନ, ମଥା,ବେକ ଭଳି ଅଙ୍ଗରେ ପିନ୍ଧାଯାଏ


ଶାସ୍ତ୍ର ଅନୁଯାୟୀ, ସୁନା ଏକ ଗରମ ଧାତୂ ଯାହା ସୂର୍ଯ୍ୟଙ୍କ ଭଳି ଶକ୍ତି ଏବଂ ତେଜ ପ୍ରଦାନ କରିଥାଏ


ସୁନା ରୂପାକୁ ପିନ୍ଧିବା ପଛରେ ବୈଞ୍ଜାନିକ ଓ ଆଧ୍ୟାତ୍ମିକ କାରଣ ବି ରହିଛି


ସୁନା ରୂପାକୁ କିଏ ବା ଭଲ ନପାଏ? ଗହଣା ନାରୀର ସୋନ୍ଦର୍ଯ୍ୟ,  ଯଦି ଶରୀର ଗୋଟେ ମନ୍ଦିର ହୁଏ ସୁନା ଓ ରୂପା ହେଉଛନ୍ତି ତାହାର ଶକ୍ତି ଯାହା ସାଧାରଣତ: ଶରୀରକୁ ଉର୍ଜ୍ଜା ଏବଂ ଶାନ୍ତି ଦେଇଥାଏ।


ସୁନା ରୂପାକୁ ଶରୀରର ବିଭିନ୍ନ ଅଙ୍ଗରେ ପିନ୍ଧାଯାଏ, କିନ୍ତୁ ଯଦି ଆପଣ ମାନେ ପ୍ରାୟ:ତ ଦେଖିବେ, ସୁନା ସାଧାରଣତ: ଶରୀରର କାନ, ମଥା,ବେକ ଏଭଳି ଅଙ୍ଗରେ ପିନ୍ଧାଯାଏ କାରଣ, ଶାସ୍ତ୍ର ଅନୁଯାୟୀ, ସୁନା ଏକ ଗରମ ଧାତୂ ଯାହା ସୂର୍ଯ୍ୟଙ୍କ ଭଳି ଶକ୍ତି ଏବଂ ତେଜ ପ୍ରଦାନ କରିଥାଏ ଏଥିସହିତ ପ୍ରତିରୋଧକ ଶକ୍ତି ବଢ଼ାଏ ଏବଂ ମନ ଓ ଆତ୍ମା ମଧ୍ୟରେ ସଂଯୋଗ ସୃଷ୍ଟି କରେ। ସେଥିପାଇଁ ତ ଏହା କେବଳ ଐତିହ୍ୟ, ରିତିନୀତି କି ଶ୍ରୃଙ୍ଗାରରେ ସିମିତ ନୁହେଁ ଏହାକୁ ପିନ୍ଧିବା ପଛରେ ବୈଞ୍ଜାନିକ ଓ ଆଧ୍ୟାତ୍ମିକ କାରଣ ବି ରହିଛି



ସୁନା ପରେ ଯଦି ରୂପା ଜହ୍ନ ଭଳି ଶିତଳ ସେଥିପାଇଁ ଏହାକୁ ପିନ୍ଧିବା ଦ୍ବାରା ଶାନ୍ତି ମିଳିଥାଏ। ଏହା ଶରୀରର ପାଦ, ଗୋଡ଼,ଆଙ୍ଗୁଠି ଭଳି ଭାଗରେ ରହିବା ଦ୍ବାରା ମନକୁ ଶିତଳ କରିବା ସହ ମାନସିକ ସନ୍ତୁଳନ ବଜାଏ ରଖେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ହିନ୍ଦୁ ଶାସ୍ତ୍ର ଅନୁସାରେ, ରୂପା ପରି ସୁନାକୁ ଆମେ ପାଦରେ ପିନ୍ଧିପାରିବା ନାହିଁ। କାରଣ ମା ଲକ୍ଷ୍ମୀଙ୍କ ପ୍ରତୀକ ସୁନାକୁ ପାଦରେ ପିନ୍ଧିବା ଅଶୁଭ ଧରାଯାଏ। ଏହିକାରଣରୁ ମହିଳାମାନେ ଚାଁଦି ପାଉଁଜି, ଝୁଣ୍ଟିଆ ପିନ୍ଧନ୍ତି-ଯାହା ଶୁଭ ଓ ସୁରକ୍ଷା ପ୍ରଦାନ କରେ। ତେଣୁ ଏହା ପାଦରେ, ଆଙ୍ଗୁଠିରେ ପିନ୍ଧିବାର ଦେଖିବାକୁ ମିଳେ ପ୍ରତିଟି ଅଳଂକାର କେବଳ ଶୃଙ୍ଗାର ନୁହେଁ ବରଂ ଶରୀର, ମନ ଓ ଆତ୍ମା ପାଇଁ ଶକ୍ତିର ଦିଗଦର୍ଶନ


ପ୍ରାଚୀନ ଭାରତୀୟ ବିଜ୍ଞାନ ବହୁର୍ପୂର୍ବରୁ ଜାଣିଥିଲା କେଉଁ ଧାତୁ ଶରୀରର କେଉଁ ଅଙ୍ଗରେ ପିନ୍ଧିବା ଉଚିତ। ସେଥିପାଇଁ କୁହାଯାଏ ଅଳଙ୍କାର କେବଳ ସାଜ-ସଜ୍ଜାରେ ସିମିତ ନୁହଁ ବରଂ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ପାଇଁ ଏକ ଗଭୀର ଆଧାର।


Sponsored
why-gold-worn-on-head-silver-on-legs | Argus News