viral bankNote / ୧୦୦୦ ଟଙ୍କିଆ ନୂଆ ନୋଟ୍ ଭାଇରାଲ୍... RBI କଲା ବଡ଼ ଖୁଲାସା, ଜାଣନ୍ତୁ ସତ୍ୟ

Key Points
୧୦୦୦ ଟଙ୍କିଆ ନୂଆ ନୋଟ୍ ଭାଇରାଲ୍...
RBI କଲା ବଡ଼ ଖୁଲାସା, ଜାଣନ୍ତୁ ସତ୍ୟ ।
ଆପଣଙ୍କ ହ୍ଵାଟ୍ସଆପ୍, ଇନଷ୍ଟାଗ୍ରାମ କିମ୍ବା X (ଟ୍ୱିଟର)ରେ ହଳଦିଆ ରଙ୍ଗର ୧୦୦୦ ଟଙ୍କିଆ ନୂଆ ନୋଟ୍ର ଫଟୋ କିମ୍ବା ଭିଡିଓ ଆସିଛି କି ? ଯଦି ଆସିଛି, ତେବେ ସାବଧାନ ହୋଇଯାଆନ୍ତୁ । ସୋସିଆଲ ମିଡିଆରେ ଗତ କିଛି ଦିନ ହେବ ଏହି ନୋଟ୍କୁ ନେଇ ଏକ ଖବର ଦ୍ରୁତ ଗତିରେ ଭାଇରାଲ୍ ହେଉଛି । ଏଥିରେ ଦାବି କରାଯାଉଛି ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ୧୦୦୦ ଟଙ୍କିଆ ନୂଆ ନୋଟ୍ ଜାରି କରିଦେଇଛି କିମ୍ବା ଖୁବଶୀଘ୍ର ବଜାରକୁ ଆଣିବାକୁ ଯାଉଛି ।
ଏହି ଖବରକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଓ ଚର୍ଚ୍ଚା ଆରମ୍ଭ ହୋଇଛି । କିନ୍ତୁ ଏହି ଖବରରେ କେତେ ସତ୍ୟତା ରହିଛି ? ଏନେଇ ସରକାରଙ୍କ ଅଧିକାରିକ ଫ୍ୟାକ୍ଟ ଚେକ୍ ସଂସ୍ଥା PIB Fact Check ବଡ଼ ଖୁଲାସା କରିଛି ।
PIB Fact Check କ'ଣ କହିଲା ?
ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ଦାବିକୁ ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ (PIB)ର ଫ୍ୟାକ୍ଟ ଚେକ୍ ଟିମ୍ ସମ୍ପୂର୍ଣ୍ଣ ଖଣ୍ଡନ କରିଛି । ଏହି ଖବରକୁ ସଂସ୍ଥା ପକ୍ଷରୁ ସମ୍ପୂର୍ଣ୍ଣ ମିଥ୍ୟା ଓ ଗୁଜବ ବୋଲି କୁହାଯାଇଛି ।
PIB Fact Check ନିଜର ଅଧିକାରିକ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ରେ ସ୍ପଷ୍ଟ କରିଛି ଯେ, RBI ପକ୍ଷରୁ ୧୦୦୦ ଟଙ୍କିଆ ନୂଆ ନୋଟ୍ ଜାରି କରିବା ନେଇ କୌଣସି ଘୋଷଣା କରାଯାଇନାହିଁ । ତେଣୁ ସୋସିଆଲ ମିଡିଆରେ ଚାଲିଥିବା ଏହି ଖବର ଉପରେ ବିଶ୍ୱାସ କରନ୍ତୁ ନାହିଁ ।
ଗୁଜବଠାରୁ ଦୂରେଇ ରୁହନ୍ତୁ, ଏଠାରେ କରନ୍ତୁ ଅଭିଯୋଗ
PIB ପକ୍ଷରୁ ସାଧାରଣ ଲୋକଙ୍କୁ ଅପିଲ୍ କରାଯାଇଛି ଯେ, କୌଣସି ଅପ୍ରମାଣିତ ଖବରକୁ ବିଶ୍ୱାସ କରନ୍ତୁ ନାହିଁ କିମ୍ବା ଅନ୍ୟମାନଙ୍କ ପାଖକୁ ସେୟାର କରନ୍ତୁ ନାହିଁ । ଯଦି ଆପଣଙ୍କ ନଜରକୁ ଏପରି କୌଣସି ନକଲି ଖବର ଆସୁଛି, ତେବେ ନିମ୍ନଲିଖିତ ମାଧ୍ୟମରେ ଅଭିଯୋଗ କରିପାରିବେ ।
- WhatsApp ନମ୍ବର: +91 8799711259
- ଇମେଲ୍: factcheck@pib.gov.in
ଦେଶରେ ବର୍ତ୍ତମାନ କେଉଁ କେଉଁ ନୋଟ୍ ଚଳୁଛି ?
ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ମହାତ୍ମା ଗାନ୍ଧୀ ସିରିଜ୍ ଅନୁଯାୟୀ ବର୍ତ୍ତମାନ ଦେଶରେ ୧୦, ୨୦, ୫୦, ୧୦୦, ୨୦୦ ଓ ୫୦୦ ଟଙ୍କିଆ ନୋଟ୍ ପ୍ରଚଳନ ହେଉଛି । ଏହି ନୋଟ୍ଗୁଡ଼ିକ ଆଇନଗତ ଭାବେ ବୈଧ ।
ସୋସିଆଲ ମିଡିଆରେ ଘୁରି ବୁଲୁଥିବା ୧୦୦୦ ଟଙ୍କିଆ ନୂଆ ନୋଟ୍ର ଫଟୋଗୁଡ଼ିକ ନକଲି ଏବଂ ଏଡିଟ୍ କରାଯାଇଥିବା ବୋଲି କୁହାଯାଇଛି । ବର୍ତ୍ତମାନ ବଜାରରେ ଏଭଳି କୌଣସି ନୋଟ୍ ଜାରି ହୋଇନାହିଁ । ତେଣୁ ଟଙ୍କାପଇସା କିମ୍ବା ସରକାରୀ ନିଷ୍ପତ୍ତି ସମ୍ପର୍କିତ କୌଣସି ଖବର ଦେଖିଲେ ପ୍ରଥମେ ଏହାର ସତ୍ୟତା ଯାଞ୍ଚ କରନ୍ତୁ । କେବଳ RBIର ଅଧିକାରିକ ୱେବସାଇଟ୍ କିମ୍ବା PIB ପରି ବିଶ୍ୱସନୀୟ ସୂତ୍ରରୁ ତଥ୍ୟ ପାଇବା ପରେ ହିଁ ଏଭଳି ଖବର ଉପରେ ବିଶ୍ୱାସ କରନ୍ତୁ ।
📱 Get Argus News App
✨Related Topics
Explore more stories