Videos
|
Business

DA Hike / କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର... ଦରମା ସହ ପେନ୍‌ସନ୍‌ରେ ମଧ୍ୟ ବଡ଼ ପରିବର୍ତ୍ତନ

Rashmita Mishra
Browse all articles by Rashmita Mishra
·1 hour ago·2 min read
କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର... ଦରମା ସହ ପେନ୍‌ସନ୍‌ରେ ମଧ୍ୟ ବଡ଼ ପରିବର୍ତ୍ତନ
DA Hike

Key Points

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର...
ଦରମା ସହ ପେନ୍‌ସନ୍‌ରେ ମଧ୍ୟ ହେବ ବଡ଼ ପରିବର୍ତ୍ତନ । 
୧ କୋଟିରୁ ଅଧିକ ଲୋକ ହେବେ ଉପକୃତ ।

ମହଙ୍ଗା ମାଡ଼ ମଧ୍ୟରେ କେନ୍ଦ୍ରୀୟ ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କ ପାଇଁ ଆସିଛି ଖୁସି ଖବର । ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ରିଲିଫ୍‌ (DR)ରେ ୩ ପ୍ରତିଶତ ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି ଦେଇଥିବା ଖବର ସାମ୍ନାକୁ ଆସିଛି । ଏହି ନିଷ୍ପତ୍ତି ଦ୍ୱାରା କର୍ମଚାରୀଙ୍କ ଦରମା ଏବଂ ପେନ୍‌ସନ୍‌ଭୋଗୀଙ୍କ ପେନ୍‌ସନ୍‌ରେ ବୃଦ୍ଧି ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ କ୍ୟାବିନେଟ୍‌ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ସୂଚନା ଦିଆଯାଇଛି ।

୧ କୋଟିରୁ ଅଧିକ ଲୋକ ହେବେ ଉପକୃତ

ମହଙ୍ଗା ଭତ୍ତା ହେଉଛି ମୁଦ୍ରାସ୍ଫୀତିର ପ୍ରଭାବକୁ କମାଇବା ପାଇଁ ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ଅତିରିକ୍ତ ରାଶି । ସେହିପରି ଅବସରପ୍ରାପ୍ତ କର୍ମଚାରୀଙ୍କୁ ମହଙ୍ଗା ପେନ୍‌ସନ୍‌ ମିଳିଥାଏ । ଏହି ନିଷ୍ପତ୍ତି ଦ୍ୱାରା ପ୍ରାୟ ୪୯ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୮ ଲକ୍ଷରୁ ଅଧିକ ପେନ୍‌ସନ୍‌ଭୋଗୀ ଉପକୃତ ହେବେ ବୋଲି ଆକଳନ କରାଯାଇଛି । ସପ୍ତମ ବେତନ ଆୟୋଗର ନିୟମ ଅନୁସାରେ ଏହି ବୃଦ୍ଧି କରାଯାଇଥିବା ଖବର ରହିଛି ।

DA ୬୦%ରୁ ବଢ଼ି ୬୩%

ପ୍ରକାଶିତ ସୂଚନା ଅନୁସାରେ, ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି ପରେ ଏହା ମୂଳ ଦରମାର ୬୦ ପ୍ରତିଶତରୁ ବଢ଼ି ୬୩ ପ୍ରତିଶତ ହୋଇଛି । ଏହି ବୃଦ୍ଧି ଜୁଲାଇ ମାସରୁ ଲାଗୁ ହେବା ସହ କର୍ମଚାରୀଙ୍କୁ ବକେୟା ଟଙ୍କା ମଧ୍ୟ ମିଳିବାର ସୂଚନା ରହିଛି । ଅକ୍ଟୋବର ମାସର ଦରମା ସହିତ ଚାରି ମାସର ବକେୟା ରାଶି ମିଳିପାରେ ବୋଲି ଖବରରେ କୁହାଯାଇଛି ।

କେତେ ବଢ଼ିବ ମାସିକ ଦରମା ?
- ମୂଳ ଦରମା ୧୮,୦୦୦ ଟଙ୍କା ହେଲେ ମାସିକ ୫୪୦ ଟଙ୍କା ବୃଦ୍ଧି ।
- ମୂଳ ଦରମା ୩୦,୦୦୦ ଟଙ୍କା ହେଲେ ମାସିକ ୯୦୦ ଟଙ୍କା ବୃଦ୍ଧି ।
- ମୂଳ ଦରମା ୫୦,୦୦୦ ଟଙ୍କା ହେଲେ ମାସିକ ୧,୫୦୦ ଟଙ୍କା ବୃଦ୍ଧି ।
ଏହି ବୃଦ୍ଧି ଦ୍ୱାରା ସରକାରଙ୍କ ରାଜକୋଷ ଉପରେ ପ୍ରାୟ ୧୦,୦୧୬ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ବୋଝ ପଡ଼ିବାର ଆକଳନ କରାଯାଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: