Gold Reserve / ଆଉ ରହିବନି 'ସୁନା' ଚିନ୍ତା; ମିଳିଲା ୫୦ ଟନ୍ର ସୁନା ଭଣ୍ଡାର
·2 hours ago·2 min read

Key Points
ଭାରତରେ ମିଳିଲା ସୁନାର ବଡ଼ ସନ୍ଧାନ । ଖୋଳାଗଲେ ମିଳିପାରେ ପ୍ରାୟ ୫୦ ଟନ୍ ସୁନା । ଆନ୍ଧ୍ରପ୍ରଦେଶରେ ସନ୍ଧାନ ହୋଇଛି ବିପୁଳ ସୁନାର ଏହି ଭଣ୍ଡାର ।
ନୂଆଦିଲ୍ଲୀ: ବିଶ୍ଵବ୍ୟାପୀ ସୁନାର ଚାହିଦା ବଢ଼ୁଛି । ଚାହିଦା ସହ ଟପି ଚାଲିଛି ସୁନା ଦର । ଏହାରି ଭିତରେ ଭାରତରେ ମିଳିଛି ୫୦ ଟନ୍ ସୁନାର ଭଣ୍ଡାର । ବିପୁଳ ସୁନାର ଏହି ଭଣ୍ଡାର ଆନ୍ଧ୍ରପ୍ରଦେଶରେ ସନ୍ଧାନ ହୋଇଛି ।
ଆଗାମୀ କିଛି ବର୍ଷ ମଧ୍ୟରେ ଆନ୍ଧ୍ରପ୍ରଦେଶ ଦେଶରେ ସୁନାର ସବୁଠୁ ବଡ଼ ରପ୍ତାନୀକାରୀ ହୋଇପାରେ । ଅଧିକାରୀଙ୍କ ଅନୁସାରେ, ଏହାଦ୍ଵାରା ଦେଶରେ କେବଳ ସୁନାର ଉତ୍ପାଦନ ବଢ଼ିବ ତା ନୁହେଁ, ବରଂ ବିଦେଶରୁ ସୁନା ଆମଦାନୀ ବହୁ ପରିମାଣରେ ହ୍ରାସ ପାଇବ ।
ଏଥିସହ ପଢ଼ନ୍ତୁ: ପୁଣି ଶସ୍ତା ହେଲା ସୁନା ଓ ରୁପା ମୁଲ୍ୟ: ଜାଣନ୍ତୁ 10 ଗ୍ରାମ 24 କ୍ୟାରେଟ୍ ସୁନାର ମୂଲ୍ୟ...
ଜଣେ ଅଧିକାରୀଙ୍କ ଅନୁସାରୀ, ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ୍ ଜିଲ୍ଲାର ଜୋନ୍ନଗିରି ଗାଁରେ ସୁନା ଖଣିର ସନ୍ଧାନ ମିଳିଛି । ସେଠାରେ ପ୍ରାୟ ୫୦ ଟନ୍ ସୁନା ଗଚ୍ଛିତ ଥିବା ଆକଳନ କରାଯାଇଛି ।
ସୁନା ଖଣି ଖୋଳା ପାଇଁ ଜାଗା ଚିହ୍ନଟ
ଖଣି ବିଭାଗର ମୁଖ୍ୟ ସଚିବ ମୁକେଶ କୁମାର ମୀଣା ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, "ସୁନା ଖଣି ପାଇଁ ଜୋନ୍ନାଗିରି ସହ ଅନ୍ୟ ୪ଟି ସମ୍ଭାବିତ ସ୍ଥାନକୁ ଚିହ୍ନଟ କରାଯାଇଛି । ଯେଉଁଥିରେ ରାମାଗିରି ଜବ୍ବକୁଲା ଓ ଚିଗୁଋକୁଣ୍ଟା ବିସ୍ରାଟମ୍ ସାମିଲ୍ ।"
କେବଳ ଜୋନ୍ନାଗିରିରେ ମାଟି ତଳେ ୫୦ ଟନ ସୁନା ଅଛି । ତେଣୁ ଆଗାମୀ କିଛି ବର୍ଷରେ ଦେଶରେ ଆନ୍ଧ୍ରପ୍ରଦେଶ ସୁନାର ସବୁଠୁ ବଡ଼ ରପ୍ତାନୀକାରୀ ହୋଇ ପାରିବ । ସରକାର ଆଗକୁ ଏଭଳି ଧାତୁର ସନ୍ଧାନ ସହ ଖନନ ପାଇଁ ଯୋଜନା କରୁଥିବା କହିଛନ୍ତି ଖଣି ସଚିବ ।
ଜୋନ୍ନାଗିରିର ୫୦ ଟନ୍ ସୁନାର ଭଣ୍ଡାର
ଜୋନ୍ନାଗିରିରେ ସୁନାର ବାଣିଜ୍ୟିକ ଉତ୍ତୋଳନ ଆରମ୍ଭ ପାଇଁ ଗାଁର ୧୫୦୦ ଏକର ଜମିକୁ ଦଶନ୍ଧି ତଳେ ଆବଣ୍ଟନ ହୋଇଥିଲା । ଯେଉଁଥିରୁ ମାତ୍ର ୫୦୦ ଏକର ଜମିରେ ସୁନାର ସନ୍ଧାନ କରାଯାଇଥିଲା । ଉକ୍ତ ସ୍ଥାନରେ କେବଳ ୧୩ ଟନ୍ ସୁନା ଥିବା ଆକଳନ ହୋଇଛି । ଅନ୍ୟ ୧ ହଜାର ଏକର ଜମିରେ ସୁନା ସନ୍ଧାନ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ । ଏଭଳି ଭାବେ କେବଳ ଜୋନ୍ନାଗିରିରେ ମୋଟ ୫୦ ଟନ୍ ସୁନ ଥିବା ଅନୁମାନ କରାଯାଉଛି ।
ଏଥିସହ ପଢ଼ନ୍ତୁ: ଆଇଟି ସେୟାରକୁ ପଙ୍କଚର୍ କଲା Accenture; ମିନିଟରେ ଲକ୍ଷ ଲକ୍ଷ କୋଟି ସଫା
୫୦ ଟନ୍ ସୁନାର ମୂଲ୍ୟ କେତେ ?
ଜୋନ୍ନାଗିରିରେ ପ୍ରାୟ ୫୦ ଟନ୍ ସୁନ ଥିବା ଆକଳନ ହୋଇଛି । ଯାହାର ଆନୁମାନିକ ବଜାର ମୂଲ୍ୟ ୭ ହଜାର ୫୦୦ କୋଟିରୁ ୯ ହଜାର କୋଟି ଟଙ୍କା ହେବ । ପ୍ରତିଦିନି ସୁନା ଦର ବଦଳୁଥିବାରୁ ଏହା ବଢ଼ିପାରେ କିମ୍ବା ହ୍ରାସ ପାଇପାରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories