Pension Update / ୮ମ ବେତନ କମିଶନରେ ବଦଳିପାରେ ପେନ୍ସନ୍ ନିୟମ, ୧୫ ବର୍ଷ ବଦଳରେ ୧୧ ବର୍ଷରେ ମିଳିପାରେ ବଡ଼ ଲାଭ

Key Points
୮ମ ବେତନ କମିଶନରେ ବଦଳିବ ନିୟମ ପେନ୍ସନ୍ରେ ମିଳିବ ବଡ଼ ଲାଭ ।
ଲକ୍ଷ ଲକ୍ଷ ପେନ୍ସନ୍ଭୋଗୀଙ୍କୁ ଆଶ୍ୱସ୍ତି କମିପାରେ କମ୍ୟୁଟେସନ୍ ଅବଧି ।
ପେନ୍ସନ୍ ନିୟମରେ ବଡ଼ ପରିବର୍ତ୍ତନ ଦାବି ୪ ବର୍ଷ ଆଗରୁ ମିଳିବ ଟଙ୍କା ?
କେନ୍ଦ୍ର ସରକାରଙ୍କ ପେନ୍ସନ୍ଭୋଗୀଙ୍କ ପାଇଁ ଆସିପାରେ ବଡ଼ ଖୁସି ଖବର । ୮ମ ବେତନ କମିଶନ ଅଧୀନରେ ପେନ୍ସନ୍ ସମ୍ପର୍କିତ ଏକ ପୁରୁଣା ନିୟମରେ ପରିବର୍ତ୍ତନ ଦାବି ଜୋର ଧରିଛି । ପେନ୍ସନ୍ କମ୍ୟୁଟେସନ୍ର ଅବଧି ୧୫ ବର୍ଷରୁ କମାଇ ୧୧ରୁ ୧୨ ବର୍ଷ କରିବାକୁ କର୍ମଚାରୀ ଓ ପେନ୍ସନ୍ଭୋଗୀ ସଂଗଠନଗୁଡ଼ିକ ଦାବି କରୁଛନ୍ତି । ଯଦି ଏହି ଦାବି ଗ୍ରହଣ କରାଯାଏ, ତେବେ ଲକ୍ଷ ଲକ୍ଷ ପେନ୍ସନ୍ଭୋଗୀ ଉପକୃତ ହୋଇପାରନ୍ତି ।
କ’ଣ ରହିଛି କମ୍ୟୁଟେଡ୍ ପେନ୍ସନ୍ର ନିୟମ ?
କେନ୍ଦ୍ର ସରକାରୀ ପେନ୍ସନ୍ଭୋଗୀଙ୍କୁ ଅବସର ସମୟରେ ନିଜ ବେସିକ୍ ପେନ୍ସନ୍ର ସର୍ବାଧିକ ୪୦ ପ୍ରତିଶତ ଅଂଶକୁ ଏକକାଳୀନ ରାଶି ଭାବେ ନେବାର ସୁବିଧା ମିଳିଥାଏ । ଏହାକୁ କମ୍ୟୁଟେସନ୍ ଅଫ୍ ପେନ୍ସନ୍ କୁହାଯାଏ । ଏହି ଟଙ୍କା ନେବା ପରେ କମ୍ୟୁଟ୍ କରାଯାଇଥିବା ପେନ୍ସନ୍ ଅଂଶ ପ୍ରତିମାସର ପେନ୍ସନ୍ରୁ କଟାଯାଏ । ବର୍ତ୍ତମାନର ନିୟମ ଅନୁସାରେ, ୧୫ ବର୍ଷ ପରେ ଏହି ଅଂଶ ପୁଣି ପେନ୍ସନ୍ରେ ଯୋଡ଼ାଯାଏ ।
କାହିଁକି ୧୧-୧୨ ବର୍ଷ କରିବାକୁ ଦାବି ?
ପେନ୍ସନ୍ଭୋଗୀ ସଂଗଠନଗୁଡ଼ିକର ଯୁକ୍ତି ହେଉଛି, ବର୍ତ୍ତମାନର ୧୫ ବର୍ଷର କମ୍ୟୁଟେସନ୍ ନିୟମ ବହୁ ପୁରୁଣା ଆର୍ଥିକ ଓ ବୀମା ସମ୍ପର୍କିତ ମାନଦଣ୍ଡ ଆଧାରରେ ତିଆରି ହୋଇଥିଲା । ସେତେବେଳେ ସୁଧହାର, ମୃତ୍ୟୁହାର ଓ ମୁଦ୍ରାସ୍ଫୀତିର ସ୍ଥିତି ଆଜିଠାରୁ ଭିନ୍ନ ଥିଲା । ତେଣୁ ବର୍ତ୍ତମାନ ସମୟକୁ ଦୃଷ୍ଟିରେ ରଖି ଏହି ନିୟମର ପୁନଃସମୀକ୍ଷା ଆବଶ୍ୟକ ବୋଲି ସଂଗଠନଗୁଡ଼ିକ ଦାବି କରୁଛନ୍ତି ।
୧୧ ବର୍ଷ ହେଲେ କେତେ ଲାଭ ?
ଏକ ଆକଳନ ଅନୁସାରେ, ଯଦି କମ୍ୟୁଟେସନ୍ ଅବଧି ୧୫ ବର୍ଷରୁ କମାଇ ୧୧ ବର୍ଷ କରାଯାଏ, ତେବେ ପେନ୍ସନ୍ଭୋଗୀଙ୍କୁ ୪ ବର୍ଷ ପୂର୍ବରୁ ହିଁ କମ୍ୟୁଟ୍ କରାଯାଇଥିବା ପେନ୍ସନ୍ ଅଂଶ ଫେରି ମିଳିପାରେ । ୩୫,୦୦୦ ଟଙ୍କା ବେସିକ୍ ପେନ୍ସନ୍କୁ ଆଧାର କରି କରାଯାଇଥିବା ହିସାବ ଅନୁସାରେ, ଏଥିରୁ ପ୍ରାୟ ୧୪,୦୦୦ ଟଙ୍କା ଅତିରିକ୍ତ ମାସିକ ପେନ୍ସନ୍ ମିଳିପାରେ । ଅର୍ଥାତ୍ ୪ ବର୍ଷରେ ପ୍ରାୟ ୬.୭୫ ଲକ୍ଷ ଟଙ୍କା ଅତିରିକ୍ତ ପେନ୍ସନ୍ ମିଳିବାର ହିସାବ କରାଯାଉଛି ।
ରହିଛି କ’ଣ ବିବାଦ ?
ପେନ୍ସନ୍ଭୋଗୀ ସଂଗଠନଗୁଡ଼ିକ କହୁଛନ୍ତି ଯେ, କମ୍ୟୁଟେସନ୍ରେ ଏକକାଳୀନ ଭାବେ ମିଳିଥିବା ରାଶି ପ୍ରାୟ ୧୦ରୁ ୧୧ ବର୍ଷ ମଧ୍ୟରେ ହିଁ ପୁନରୁଦ୍ଧାର ହୋଇଯାଏ । ଏହା ପରେ ମଧ୍ୟ ଆଉ ୪ରୁ ୫ ବର୍ଷ ପର୍ଯ୍ୟନ୍ତ ପେନ୍ସନ୍ରୁ ଟଙ୍କା କାଟିବା ଯୁକ୍ତିଯୁକ୍ତ ନୁହେଁ ବୋଲି ସେମାନେ ଦାବି କରୁଛନ୍ତି ।
ତେଣୁ ପେନ୍ସନ୍ ନିୟମର ନିୟମ ୧୦A ଅଧୀନରେ ଏହାର ପୁନଃସମୀକ୍ଷା କରି ୮ମ ବେତନ କମିଶନ ଅଧୀନରେ କମ୍ୟୁଟେସନ୍ ଅବଧିକୁ ୧୧ ବର୍ଷ କରିବାକୁ ଦାବି ହେଉଛି । ତେବେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ସରକାରଙ୍କ ପକ୍ଷରୁ ହିଁ ନିଆଯିବ ।
📱 Get Argus News App
✨Related Topics
Explore more stories