Videos
|
Business

Salary Hike / ୮ମ ବେତନ ଆୟୋଗ: କେନ୍ଦ୍ର କର୍ମଚାରୀଙ୍କୁ ମିଳିପାରେ ଲକ୍ଷ ଲକ୍ଷ ଟଙ୍କାର ଏରିୟର, ଜାଣନ୍ତୁ ପୂରା ହିସାବ

Rashmita Mishra
Browse all articles by Rashmita Mishra
·47 mins ago·2 min read
୮ମ ବେତନ ଆୟୋଗ: କେନ୍ଦ୍ର କର୍ମଚାରୀଙ୍କୁ ମିଳିପାରେ ଲକ୍ଷ ଲକ୍ଷ ଟଙ୍କାର ଏରିୟର, ଜାଣନ୍ତୁ ପୂରା ହିସାବ
Salary Hike

Key Points

୮ମ ବେତନ ଆୟୋଗ ମିଳିବ କି ଲକ୍ଷ ଲକ୍ଷ ଏରିୟର ?
ସରକାରୀ କର୍ମଚାରୀଙ୍କୁ ୧୭ ଲକ୍ଷ ପର୍ଯ୍ୟନ୍ତ ଏରିୟର ?
୮ମ ପେ କମିଶନ୍‌ରେ ବଦଳିବ ଦରମା ହିସାବ !














କେନ୍ଦ୍ର ସରକାରୀ କର୍ମଚାରୀମାନେ ଏବେ ୮ମ ବେତନ ଆୟୋଗ (8th Pay Commission) ଲାଗୁ ହେବାକୁ ଅପେକ୍ଷା କରିଛନ୍ତି । ବେତନ ଆୟୋଗ ବିଭିନ୍ନ କର୍ମଚାରୀ ସଂଗଠନ ସହ ଆଲୋଚନା ଜାରି ରଖିଛି। ରିପୋର୍ଟ ଲାଗୁ ହେବାରେ ଯେତେ ବିଳମ୍ବ ହେବ, କର୍ମଚାରୀଙ୍କୁ ସେତେ ଅଧିକ ଏରିୟର ମିଳିପାରେ ବୋଲି ଆଶା କରାଯାଉଛି ।

କେବେ ଆସିବ ୮ମ ବେତନ ଆୟୋଗର ରିପୋର୍ଟ ?

୮ମ ବେତନ ଆୟୋଗ ଜୟପୁର, ଚେନ୍ନାଇ, ପୁଡୁଚେରୀ ଏବଂ ଚଣ୍ଡିଗଡ଼ରେ କର୍ମଚାରୀ ସଂଗଠନ ସହ ବୈଠକ କରିସାରିଛି । ଆଗାମୀ ବୈଠକ ୭ରୁ ୮ ଅକ୍ଟୋବର ୨୦୨୬ରେ ବେଙ୍ଗାଲୁରୁରେ ହେବାକୁ ଥିବା ସୂଚନା ମିଳିଛି । ସରକାର ଆୟୋଗକୁ ରିପୋର୍ଟ ଦେବା ପାଇଁ ୧୮ ମାସ ସମୟ ଦେଇଛନ୍ତି । ନିର୍ଦ୍ଧାରିତ ସମୟ ଅନୁସାରେ ମେ ୨୦୨୭ ସୁଦ୍ଧା ରିପୋର୍ଟ ଦାଖଲ ହେବା କଥା । ତେବେ ପୂର୍ବ ବେତନ ଆୟୋଗର ଇତିହାସ ଦେଖିଲେ ଅଧିକ କିଛି ମାସ ବିଳମ୍ବ ହେବାର ସମ୍ଭାବନା ରହିଛି ।

କେଉଁ ଭତ୍ତା ଉପରେ ମିଳିବ ଏରିୟର ?
ବେତନ ବୃଦ୍ଧି ପରେ ସମସ୍ତ ଭତ୍ତା ଉପରେ ଏରିୟର ମିଳିବ ନାହିଁ । ସାଧାରଣତଃ ବେସିକ୍ ପେ’ର ବୃଦ୍ଧି ଉପରେ ଏରିୟର ହିସାବ କରାଯାଏ ।
HRA (House Rent Allowance) ବେସିକ୍ ସାଲାରୀ ସହ ଜଡିତ ଥିବାରୁ ଏହାର ପ୍ରଭାବ ପଡ଼ିପାରେ ।
Transport Allowance ମୁଖ୍ୟତଃ DA ସହ ଜଡିତ ଥିବାରୁ ଏଥିରେ ଏରିୟର ଅଲଗା ଭାବେ ମିଳିବା ନାହିଁ ।

ଲେଭଲ-୮ କର୍ମଚାରୀଙ୍କୁ ସବୁଠାରୁ ବଡ଼ ଲାଭ ?
ଯଦି ୮ମ ବେତନ ଆୟୋଗରେ ଫିଟମେଣ୍ଟ ଫ୍ୟାକ୍ଟର ୨.୫୭ ରଖାଯାଏ, ତେବେ ଲେଭଲ-୮ କର୍ମଚାରୀଙ୍କ ବେସିକ୍ ସାଲାରୀ ୪୭,୬୦୦ ଟଙ୍କାରୁ ବଢ଼ି ପ୍ରାୟ ୧,୨୨,୩୩୨ ଟଙ୍କା ହୋଇପାରେ । ଏହି ଅନୁସାରେ ମାସିକ ପ୍ରାୟ ୭୪,୭୩୨ ଟଙ୍କା ବୃଦ୍ଧି ହୋଇପାରେ । ଯଦି ୨୪ ମାସ ପରେ ଲାଗୁ ହୁଏ, ତେବେ ଏରିୟର ରାଶି ପ୍ରାୟ ୧୭.୯୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ ।

ଯଦି ଫିଟମେଣ୍ଟ ଫ୍ୟାକ୍ଟର ୨.୧୫ ରହେ, ତେବେ ପ୍ରାୟ ୧୩.୧୩ ଲକ୍ଷ ଟଙ୍କା ଏବଂ ୨.୨୮ ହେଲେ ପ୍ରାୟ ୧୪.୬୨ ଲକ୍ଷ ଟଙ୍କା ଏରିୟର ହୋଇପାରେ ।
ଲେଭଲ-୬ ଓ ଲେଭଲ-୭ କର୍ମଚାରୀଙ୍କ ହିସାବ

ଲେଭଲ-୬:-
ବର୍ତ୍ତମାନ ବେସିକ୍ ପେ: ୩୫,୪୦୦
୨.୧୫ ଫିଟମେଣ୍ଟରେ ୨୪ ମାସର ଏରିୟର: ପ୍ରାୟ ୯.୭୭ ଲକ୍ଷ
୨.୫୭ ଫିଟମେଣ୍ଟରେ: ପ୍ରାୟ ୧୩.୩୩ ଲକ୍ଷ

ଲେଭଲ-୭:-
ବର୍ତ୍ତମାନ ବେସିକ୍ ପେ:୪୪,୯୦୦
୨.୧୫ ଫିଟମେଣ୍ଟରେ: ପ୍ରାୟ ୧୨.୩୯ ଲକ୍ଷ
୨.୫୭ ଫିଟମେଣ୍ଟରେ: ପ୍ରାୟ ୧୬.୯୧ ଲକ୍ଷ

ତେବେ ଏହି ସମସ୍ତ ହିସାବ ସମ୍ଭାବ୍ୟ ଫିଟମେଣ୍ଟ ଫ୍ୟାକ୍ଟର ଆଧାରରେ କରାଯାଇଛି । ୮ମ ବେତନ ଆୟୋଗର ଅନ୍ତିମ ସୁପାରିଶ ଓ ସରକାରୀ ନିଷ୍ପତ୍ତି ପରେ ପ୍ରକୃତ ରାଶି ସ୍ପଷ୍ଟ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: