Salary Hike / ୮ମ ବେତନ କମିଶନ... କର୍ମଚାରୀଙ୍କୁ ମିଳିପାରେ ୧୭ ଲକ୍ଷ ପର୍ଯ୍ୟନ୍ତ ଏରିଅର୍ !

Key Points
୮ମ ବେତନ କମିଶନ...
କର୍ମଚାରୀଙ୍କୁ ମିଳିପାରେ ୧୭ ଲକ୍ଷ ପର୍ଯ୍ୟନ୍ତ ଏରିଅର୍ !
କେନ୍ଦ୍ରୀୟ କର୍ମଚାରୀ ଓ ପେନ୍ସନଭୋଗୀଙ୍କ ପାଇଁ ୮ମ ବେତନ କମିଶନକୁ ନେଇ ଚର୍ଚ୍ଚା ଜାରି ରହିଛି । ସମସ୍ତଙ୍କ ନଜର ଏବେ ଦରମା କେତେ ବଢ଼ିବ ଏବଂ ଏରିଅର୍ ଭାବେ କେତେ ଟଙ୍କା ମିଳିପାରେ, ତାହା ଉପରେ । କିଛି ରିପୋର୍ଟରେ ଦାବି କରାଯାଉଛି ଯେ, ବେତନ କମିଶନର ସୁପାରିସ୍ ଲାଗୁ ହେବାରେ ବିଳମ୍ବ ହେଲେ କେତେକ କର୍ମଚାରୀଙ୍କୁ ପ୍ରାୟ ୧୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏରିଅର୍ ମିଳିପାରେ । ତେବେ ଏହା ଏକ ଅନୁମାନିତ ହିସାବ, ଅନ୍ତିମ ରାଶି ନିର୍ଦ୍ଧାରିତ ହୋଇନାହିଁ ।
କାହିଁକି ମିଳିପାରେ ଏରିଅର୍ ?
ନୂଆ ବେତନ କମିଶନର ପ୍ରଭାବ ସାଧାରଣତଃ ୧ ଜାନୁଆରୀ ୨୦୨୬ରୁ ଧରାଯିବା ନେଇ ଚର୍ଚ୍ଚା ରହିଛି । ଯଦି ରିପୋର୍ଟ ଓ ଏହାର କାର୍ଯ୍ୟକାରୀତାରେ ବିଳମ୍ବ ହୁଏ, ତେବେ ପ୍ରଭାବୀ ତାରିଖରୁ ବାସ୍ତବରେ ଲାଗୁ ହେବା ପର୍ଯ୍ୟନ୍ତ ବଢ଼ିଥିବା ଦରମାର ତଫାତ ଏରିଅର୍ ଭାବେ ମିଳିପାରେ ।
ଏରିଅର୍ କେମିତି ହିସାବ ହୁଏ ?
ସରଳ ଭାବେ ଅନୁମାନ କରିବାକୁ ଗଲେ...
(ନୂଆ ବେସିକ୍ ପେ – ପୁରୁଣା ବେସିକ୍ ପେ) × ବିଳମ୍ବ ମାସ = ଅନୁମାନିତ ଏରିଅର୍
ଏଠାରେ ସବୁଠାରୁ ବଡ଼ ଭୂମିକା ଫିଟମେଣ୍ଟ ଫ୍ୟାକ୍ଟରର। ଏହା ଯେତେ ଅଧିକ ହେବ, ନୂଆ ବେସିକ୍ ପେ ଏବଂ ଏହା ଆଧାରରେ ଏରିଅର୍ ମଧ୍ୟ ସେତେ ଅଧିକ ହୋଇପାରେ ।
ଲେଭଲ୍-୬ କର୍ମଚାରୀ
ବର୍ତ୍ତମାନ ବେସିକ୍ ପେ ୩୫,୪୦୦ ଟଙ୍କା ଧରିଲେ
- ୨.୧୫ ଫିଟମେଣ୍ଟ ଫ୍ୟାକ୍ଟରରେ ୨୦ ମାସର ଅନୁମାନିତ ଏରିଅର୍: ପ୍ରାୟ ୮.୧୪ ଲକ୍ଷ ଟଙ୍କା
- ୨୪ ମାସରେ: ପ୍ରାୟ ୯.୭୭ ଲକ୍ଷ ଟଙ୍କା
- ୨.୫୭ ଫ୍ୟାକ୍ଟର ଧରିଲେ ୨୦ ମାସରେ: ପ୍ରାୟ ୧୧.୧୨ ଲକ୍ଷ ଟଙ୍କା
- ୨୪ ମାସରେ: ପ୍ରାୟ ୧୩.୩୪ ଲକ୍ଷ ଟଙ୍କା
ଲେଭଲ୍-୭ କର୍ମଚାରୀ
ବର୍ତ୍ତମାନ ବେସିକ୍ ପେ ୪୪,୯୦୦ ଟଙ୍କା ଧରିଲେ
- ୨.୧୫ ଫିଟମେଣ୍ଟରେ ୨୦ ମାସ: ପ୍ରାୟ ୧୦.୩୩ ଲକ୍ଷ ଟଙ୍କା
- ୨୪ ମାସ: ପ୍ରାୟ ୧୨.୩୯ ଲକ୍ଷ ଟଙ୍କା
- ୨.୫୭ ଫିଟମେଣ୍ଟ ଫ୍ୟାକ୍ଟର ଏବଂ ୨୪ ମାସର ବିଳମ୍ବ ଧରିଲେ ଏହା ପ୍ରାୟ ୧୬.୯୨ ଲକ୍ଷ ଟଙ୍କା, ଅର୍ଥାତ୍ ପ୍ରାୟ ୧୭ ଲକ୍ଷ ଟଙ୍କା ହୋଇପାରେ।
ଲେଭଲ୍-୮ କର୍ମଚାରୀ
ବର୍ତ୍ତମାନ ବେସିକ୍ ପେ ୪୭,୬୦୦ ଟଙ୍କା ଧରିଲେ
- ୨.୧୫ ଫିଟମେଣ୍ଟରେ ୨୦ ମାସ: ପ୍ରାୟ ୧୦.୯୫ ଲକ୍ଷ ଟଙ୍କା
- ୨୪ ମାସ: ପ୍ରାୟ ୧୩.୧୪ ଲକ୍ଷ ଟଙ୍କା
HRA ଓ ଅନ୍ୟ ଭତ୍ତାର ହିସାବ ?
ଏଠାରେ ଗୋଟିଏ କଥା ମନେ ରଖିବା ଜରୁରୀ । ଉପରୋକ୍ତ ହିସାବ କେବଳ ବେସିକ୍ ପେ ବୃଦ୍ଧିକୁ ଆଧାର କରିଥିବା ଅନୁମାନ । HRA ବେସିକ୍ ପେ ସହିତ ସମ୍ପର୍କିତ ଥିବାରୁ ନୂଆ ବେତନ ଲାଗୁ ହେଲେ ଏଥିରେ ପରିବର୍ତ୍ତନ ହୋଇପାରେ । ତେବେ DA, ଟ୍ରାନ୍ସପୋର୍ଟ ଆଲାଉନ୍ସ ଓ ଅନ୍ୟ ଭତ୍ତାର ହିସାବ ଅଲଗା ନିୟମ ଅନୁସାରେ ହୋଇଥାଏ ।
ସବୁଠାରୁ ବଡ଼ କଥା ୨.୧୫ କିମ୍ବା ୨.୫୭ ଫିଟମେଣ୍ଟ ଫ୍ୟାକ୍ଟର ଏବଂ ୧୭ ଲକ୍ଷ ଟଙ୍କାର ଏରିଅର୍ ଏବେ ନିଶ୍ଚିତ ରାଶି ନୁହେଁ । ଅନ୍ତିମ ଫିଟମେଣ୍ଟ ଫ୍ୟାକ୍ଟର, ସୁପାରିସ୍ ଏବଂ ସରକାରୀ ନିଷ୍ପତ୍ତି ପରେ ହିଁ ପ୍ରକୃତ ଦରମା ଓ ଏରିଅର୍ ସ୍ପଷ୍ଟ ହେବ ।
📱 Get Argus News App
✨Related Topics
Explore more stories