୨୦୨୫ ପ୍ରଥମାର୍ଦ୍ଦରେ ଭାରତର କଞ୍ଜୁମର ରେକର୍ଡ ପରିମାଣର ବଡ ବ୍ୟବସାୟ

ଭାରତର କଞ୍ଜୁମର ଓ ରିଟେଲ ସେକ୍ଟରରେ ବଡ ଅଭିବୃଦ୍ଧି ।୨୦୨୫ ପ୍ରଥମାର୍ଦ୍ଦରେ ଏହି କ୍ଷେତ୍ରରେ ରେକର୍ଡ ପରିମାଣର ବ୍ୟବସାୟ ହୋଇଛି । ଏଥିରେ ୩.୮ ବିଲିୟନ ଡଲାର ମୂଲ୍ୟର ୧୩୯ ଟି ଡିଲ୍ ପରେ କ୍ଲୋଜ୍ ହୋଇଛି । ଯାହା ପୂର୍ବ ତ୍ରୈମାସିକ ତୁଳନାରେ ପରିମାଣରେ ୬୫ ପ୍ରତିଶତ ବୃଦ୍ଧି ଏବଂ ମୂଲ୍ୟରେ ୨୯ ପ୍ରତିଶତ ବୃଦ୍ଧି ଦର୍ଶାଇଛି। ଏହି ପ୍ରଦର୍ଶନ ଗ୍ରାହକ ଏବଂ ଖୁଚୁରା ବ୍ୟବସାୟକୁ ପରିମାଣ ଅନୁସାରେ ସବୁଠାରୁ ସକ୍ରିୟ କ୍ଷେତ୍ର କରିଛି। ପ୍ରାଇଭେଟ୍ ଇକ୍ୱିଟି ନିବେଶ ବିଭିନ୍ନ କ୍ଷେତ୍ରରେ ବିସ୍ତାରିତ ହୋଇଥିଲା, ଯେଉଁଥିରେ ଗ୍ରାହକ ଏବଂ ଖୁଚୁରା ବ୍ୟବସାୟ ପ୍ରମୁଖ ଥିଲା, ଯାହା ଡିଲ୍ ପରିମାଣର 28 ପ୍ରତିଶତ ଏବଂ ମୂଲ୍ୟର 18 ପ୍ରତିଶତ ଥିଲା ବୋଲି ଗ୍ରାଣ୍ଟ ଥର୍ଟନ୍ ରିପୋର୍ଟ ରୁ ଜଣାପଡିଛି ।
ରିପେୋର୍ଟ ଅନୁଯାୟୀ, ଦେଶରେ ସାମଗ୍ରିକ ପ୍ରାଇଭେଟ୍ ଇକ୍ୱିଟି ଏବଂ ଭେଞ୍ଚର କ୍ୟାପିଟାଲ ଡିଲ୍ ମେକିଂ 11-ତ୍ରୈମାସିକ ଉଚ୍ଚ ସ୍ତରରେ ପହଞ୍ଚିଛି ।8.6 ବିଲିୟନ ଡଲାର ମୂଲ୍ୟର 408 ଡିଲ୍ ହୋଇଛି, ଯାହା ପୂର୍ବ ତ୍ରୈମାସିକ ତୁଳନାରେ ମୂଲ୍ୟରେ 66 ପ୍ରତିଶତ ବୃଦ୍ଧି । ଏହା ଦେଶର consumer ଏବଂ retail sector ପାଇଁ ଏକ ବଡ ସଫଳତା ସାବ୍ୟସ୍ତ ହେବା ସହିତ ଦେଶର ଅର୍ଥନିତୀ ରେ ଅଭିବୃଦ୍ଧି ଦିଗରେ ଏକ ବଡ ଯୋଗଦାନ ।