Videos
|
Business

ନିର୍ମାଣ ହେଉଛି ଲଜିଷ୍ଟିକ୍ ଏବଂ ଇ-କମର୍ସ ହବ୍

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ନିର୍ମାଣ ହେଉଛି ଲଜିଷ୍ଟିକ୍ ଏବଂ ଇ-କମର୍ସ ହବ୍

ଆସନ୍ତା ୫ ବର୍ଷ ମଧ୍ୟରେ କେରଳରେ ୩୦ ହଜାର କୋଟି ପୁଞ୍ଜି ନିବେଶ କରିବ ଆଦାନୀ ଗ୍ରୁପ। ଏନେଇ ସୂଚନା ଦେଇଛନ୍ତି ଆଦାନୀ ପୋର୍ଟ ଆଣ୍ଡ ଏସଇଜେଡ୍ ନିର୍ଦ୍ଦେଶକ କରନ୍ ଆଦାନୀ। ଆଦାନୀ ଗ୍ରୁପ କେରଳର ଭିଜିଞ୍ଜମ ଟ୍ରାନ୍ସିପମେଣ୍ଟ ପୋର୍ଟର ନିର୍ମାଣ ଓ ପରିଚାଳନା କରୁଥିବା ବେଳେ ଥିରୁୱନ୍ତପୁରମ ଏୟାରପୋର୍ଟ ପରିଚାଳନା କରୁଛି।


ଭିଜିଞ୍ଜମ ପୋର୍ଟ ପାଇଁ ବର୍ତ୍ତମାନ ସୁଦ୍ଧା ଆଦାନୀ ଗ୍ରୁପ ୫ ହଜାର କୋଟି ଟଙ୍କା ନିବେଶ କରି ସାରିଛି। ଏହାଛଡା ଆଗାମୀ ଦିନରେ ଭିଜିଞ୍ଜମରେ ଅତିରିକ୍ତ ୨୦ ହଜାର କୋଟି ନିବେଶ ପାଇଁ କେରଳ ଗ୍ଲୋବାଲ୍ ସମିଟରେ ପ୍ରତିଶ୍ରୁତି ଦେଇଛନ୍ତି ଆଦାନୀ ପୋର୍ଟ ଆଣ୍ଡ ଏସଇଜେଡ୍ ନିର୍ଦ୍ଦେଶକ କରନ୍ ଆଦାନୀ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେ କହିଛନ୍ତି, ଥିରୁୱନ୍ତପୁରମ ଏୟାରପୋର୍ଟରେ ପାସେଞ୍ଜର କ୍ଷମତା ବାର୍ଷିକ ୪.୫ ମିଲିୟନରୁ ୧୨ ମିଲିୟନକୁ କରିବାକୁ ଲକ୍ଷ୍ୟ ରଖିଛି କମ୍ପାନୀ। ଏହି ଏୟାରେପୋର୍ଟର ସଂପ୍ରସାରଣ ପାଇଁ ଆଦାନୀ ଗ୍ରୁପ ୫,୫୦୦ କୋଟି ଟଙ୍କା ନିବେଶ କରିବ।


କେରଳରେ କମ୍ପାନୀ ନିଜର ଲଜିଷ୍ଟିକ୍ ଏବଂ ଇ-କମର୍ସ ହବ୍ ନିର୍ମାଣ କରୁଛି। ସହିଭଳି ସିମେଣ୍ଟ ମାନୁଫାକ୍ଚରିଂ କ୍ଷମତା ସଂପ୍ରସାରଣ କାର୍ଯ୍ୟ ଆଗେଇ ଚାଲିଛି।