Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆସିଲା ୬ ଏୟାରବ୍ୟାଗ୍ ଥିବା ଦେଶର ସବୁଠୁ କମ୍ ମୂଲ୍ୟର କାର୍

Business

ଆସିଲା ୬ ଏୟାରବ୍ୟାଗ୍ ଥିବା ଦେଶର ସବୁଠୁ କମ୍ ମୂଲ୍ୟର କାର୍

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଆସିଲା ୬ ଏୟାରବ୍ୟାଗ୍ ଥିବା ଦେଶର ସବୁଠୁ କମ୍ ମୂଲ୍ୟର କାର୍

Key Points

ଅଲଟୋ କେ୧୦ର ସେଫ୍ଟି ଫିଚର୍ ଛଡ଼ା ଅନ୍ୟ କେଉଁଥିରେ ବଡ଼ ପରିବର୍ତ୍ତନ କରି ନାହିଁ ମାରୁତି । ଏହି କାର୍ ପୂର୍ବ ଭଳି ପେଟ୍ରୋଲ୍ ଇଞ୍ଜିନ୍ ଓ ସିଏନ୍‌ଜି ଭ୍ୟାରିଆଣ୍ଟରେ ଉପଲବ୍ଧ ହେବ ।

ଦେଶର ସବୁଠୁ ବଡ଼ କାର୍ ନିର୍ମାତା ମାରୁତି ସୁଜୁକି ତାର ଭେଇକିଲ୍ ପୋର୍ଟଫୋଲିଓରେ ସୁରକ୍ଷାକୁ ନେଇ ବଡ଼ ଅପଡେଟ୍ ଦେଇଛି । କମ୍ପାନୀ ତାର ସବୁଠୁ ଶସ୍ତା କାର ଅଲଟୋ କେ୧୦ (Alto K10)ରେ ଦେଇଛି ୬ଟି ଏୟାରବ୍ୟାଗ । ଅର୍ଥାତ୍ ଏଣିକି ଅଲଟୋ କେ୧୦ର ସମସ୍ତ ଭ୍ୟାରିଆଣ୍ଟ ୬ଟି ଏୟାରବ୍ୟାଗ୍ ସହ ଆସିବ ।


ମାରୁତି ସୁଜୁକିର ଅଲଟୋ କେ୧୦ରେ ଏହି ନୂଆ ପରିବର୍ତ୍ତନ ସହ ସମସ୍ତ ଭ୍ୟାରିଆଣ୍ଟର ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ପୂର୍ବାପେକ୍ଷା ବଢ଼ିଛି ଅଲଟୋ କେ୧୦ର ଦାମ୍ । ମୂଲ୍ୟ ବୃଦ୍ଧି ପରେ ବି ଏହି କାର୍‌ର ବେସ୍ ଭ୍ୟାରିଆଣ୍ଟ ମୂଲ୍ୟ ୪ ଲକ୍ଷ ୨୩ ହଜାର (ଏକ୍ସ-ଶୋରୁମ୍) ରହିଛି ।


ଅଲଟୋ କେ୧୦ର ସେଫ୍ଟି ଫିଚର୍ ଛଡ଼ା ଅନ୍ୟ କେଉଁଥିରେ ବଡ଼ ପରିବର୍ତ୍ତନ କରି ନାହିଁ ମାରୁତି । ଏହି କାର୍ ପୂର୍ବ ଭଳି ପେଟ୍ରୋଲ୍ ଇଞ୍ଜିନ୍ ଓ ସିଏନ୍‌ଜି ଭ୍ୟାରିଆଣ୍ଟରେ ଉପଲବ୍ଧ ହେବ । କିନ୍ତୁ ନୂଆ ଅପଡେଟ୍ ପରେ ଏହାର ମୂଲ୍ୟ ପାଖାପାଖି ୧୬ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । କମ୍ପାନୀ ଭ୍ୟାରିଆଣ୍ଟର ନାଁରୁ (O) ପ୍ରିଫିକ୍ସ ହଟାଇ ଦେଇଛି ।


ମାରୁତିର ଅଲଟୋ କେ୧୦ ପୂର୍ବ ଭଳି ୧.୦ ଲିଟର ପେଟ୍ରୋଲ୍ ଇଞ୍ଜିନ୍ ସହ ଆସିବ । ଏହି ଇଞ୍ଜିନ୍‌ର ପାୱାର ୬୭ ପିଏସ୍ ଓ ୮୯ ଏନ୍ଏମ୍ ଟର୍କ ଜେନରେଟ୍ କରିବ । ସେହିଭଳି ସିଏନ୍‌ଜି ଭ୍ୟାରିଆଣ୍ଟରେ ଇଞ୍ଜିନ୍ ୫୭ ପିଏସ୍ ପାୱାର ଓ ୮୨ ଏନ୍ଏମ୍ ଟର୍କ ଜେନରେଟ୍ କରେ । ଏହି ଇଞ୍ଜିନ୍‌କୁ ୫-ସ୍ପିଡ୍ ମାନୁଆଲ୍ ଓ ଅଟୋମେଟିକ୍ ଗିୟରବକ୍ସ ସହ ସଂଯୋଗ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କାର୍ ମାଇଲେଜ୍


ମାରୁତିର ଦାବି ହେଉଛି, ୫-ସ୍ପିଡ୍ ପେଟ୍ରୋଲ ମାନୁଆଲ୍ ଟ୍ରାନ୍ସମିଶନ ଭ୍ୟାରିଆଣ୍ଟ ୨୪.୩୮ କିମି ପ୍ରତି ଲିଟର ମାଇଲେଜ୍ ଦେଉଥିବା ବେଳେ ଅଟୋମେଟିକ୍ ଟ୍ରାନ୍ସମିଶନ ୨୪.୯୦ କିମି ପ୍ରତି ଲିଟର ମାଇଲେଜ୍ ଦିଏ । ସେହିଭଳି ଏହି କାର ସିଏନଜି ଭ୍ୟାରିଆଣ୍ଟ ୩୩.୮୬ କିମି ପ୍ରତି କିଲୋଗ୍ରାମରେ ମାଇଲଜେ ଦେବ । ତେବେ ସିଏନଜି ଭ୍ୟାରିଆଣ୍ଟ ଅଟୋମେଟିକ୍ ଟ୍ରାନ୍ସମିଶନରେ ଆସେ ନାହିଁ ।


ପୂର୍ବାପେକ୍ଷା ଅଲଟୋ କେ ୧୦ ଅଧିକ ସୁରକ୍ଷିତ ହୋଇଛି । ଏହି କାରରେ ୬ ଏୟାରବ୍ୟାଗ ସହ ରିୟର ପାର୍କିଂ ସେନସର, ପଛର ସମସ୍ତ ଯାତ୍ରୀଙ୍କ ଲାଗି ୩-ପଏଣ୍ଟ ସିଟ୍ ବେଲ୍ଟ, ଲଗେଜ-ରିଣ୍ଟେନସନ କ୍ରସବାର, ଇଲେକ୍ଟ୍ରୋନିକ ଷ୍ଟାବିଲିଟି ପ୍ରୋଗ୍ରାମ, ଆଣ୍ଟି-ଲକ୍ ବ୍ରେକିଂ ସିଷ୍ଟମ ଓ ଇଲେକ୍ଟ୍ରୋନିକ ବ୍ରେକ୍ ଫୋର୍ସ ଡିଷ୍ଟ୍ରିବ୍ୟୁସନ୍‌କୁ ସାମିଲ୍ କରାଯାଇଛି ।

Sponsored
Alto K10 The Most Affordable Car In India With 6 Airbags As Standard | Argus News