Videos
|
Business

ବିଶ୍ବରେ ଚହଳ ପକାଇଛି ଟ୍ରମ୍ଫଙ୍କ ଟାରିଫ୍ ବାଣ

Smruti Parija
Browse all articles by Smruti Parija
·1 year ago·2 min read
ବିଶ୍ବରେ ଚହଳ ପକାଇଛି ଟ୍ରମ୍ଫଙ୍କ ଟାରିଫ୍ ବାଣ

Key Points

ୟୁଏସ୍ ଚୀନ୍ ଟାରିଫ୍ ପେ ଟାରିଫ୍ ୱାର
ଚୀନ୍ ଉପରେ ୩୪ ପରେ ଆଉ ୫୦ ପ୍ରତିଶତ ଟାରିଫ୍ ମାଡ
ଆମେରିକା ଉପରେ ଚୀନ୍ ର ପାଲଟା ଟାରିଫ୍ ଆଟାକ୍
ଟାରିଫ୍ ପ୍ରଭାବରେ ଦୋହଲିଲା ବିଶ୍ବ ବଜାର

ବିଶ୍ବରେ ଚହଳ ପକାଇଛି ଟ୍ରମ୍ଫଙ୍କ ଟାରିଫ୍ ବାଣ...ବିଶ୍ବର ୧୧୮ଟି ଦେଶ ଉପରେ ରେସିପ୍ରୋକାଲ ଟାରିଫ୍ ଲାଗୁ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କାହା ଉପରେ ୧୬ ତ, କାହା ଉପରେ ୨୬, କିଛି କିଛି ଦେଶ ଉପରେ ୫୦ ପ୍ରତିଶତ ଲଗାଇଛନ୍ତି ଆମେରିକା ଶୁଳ୍କ ।ଏହି ଟାରିଫ ୱାର୍ ଭିତରେ ଆମେରିକାର ଟାରିଫ୍ ଆଟାକ୍ ରେ ଘାଇଲା ହୋଇଛି ଚୀନ୍ ।


ପ୍ରଥମ ଲିଷ୍ଟ ଘେୋଷଣା ବେଳେ ଚୀନ ଉପରେ ଆମେରିକା ୩୪ ପ୍ରତିଶତ ଟାରିଫ୍ ଲଗାଇଥିଲାଏହାର ଜବାବରେ ପାଲଟା ୩୪ ପ୍ରତିଶତ ଟାରିଫ୍ ଆମେରିକା ଉପରେ ଲଗାଇଥିଲା ଚୀନ । ଯାହାର ଜବାବରେ ଏବେ ଚୀନକୁ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ସମୟସୀମା ମଧ୍ୟରେ ୩୪ ପ୍ରତିଶତ ଟାରିଫ୍ ପ୍ରତ୍ୟାହାର ନକଲେ, ତେବେ ଏପ୍ରିଲ୍ ୯ରୁ ଚୀନ ଉପରେ ଆହୁରି ଅତିରିକ୍ତ ୫୦ ପ୍ରତିଶତ ଶୁଳ୍କ ଲାଗୁ କରାଜିବ ବେୋଲି ଖୁଲମ୍ ଖୁଲା ଧମକ ଦେଇଛନ୍ତି ଟ୍ରମ୍ପ । 


ସେପଟେ ଟ୍ରମ୍ପଙ୍କ ଏପରି ଟାରିଫ୍ ପେ ଟାରିଫ୍ ଧମକର ଜବାବରେ ଏହା ଟ୍ରମ୍ଫ ଙ୍କ ଭୁଲ୍ ଉପରେ ବଡ ଭଲ୍ ବେୋଲି କହିଛି ଚୀନର ବାଣିଜ୍ୟ ମନ୍ତ୍ରଣାଳୟ ...ଏହା ଆମେରିକୀୟ ପକ୍ଷର ବ୍ଲାକମେଲିଂ ପ୍ରକୃତିକୁ ଦର୍ଶାଉଛି । ଯଦି ଆମେରିକା ନିଜ ରାସ୍ତାରେ ରହିବାକୁ ଜିଦ୍ ଧରିଥାଏ, ତେବେ ଚୀନ୍ ଏପରି ଅନ୍ୟାୟ ବିରେୋଧରେ ନିଜ ଅଧିକାର ଏବଂ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ଦୃଢ଼ ପ୍ରତିକାର କରିବ ବେୋଲି ଚୀନ୍ ପକ୍ଷରୁ କୁହାଜାଇଛି,..ଏହାରି ଭିତରେ କିଛି ଦେଶ ସହିତ ଟାରିଫ୍ କୁ ନେଇ ସେ ଆଲେୋଚନା ପାଇଁ ପ୍ରସ୍ତୁତ ବେୋଲି କହିଛନ୍ତି ଟ୍ରମ୍ପ...ତେବେ ୟୁରେୋପିଅଆନ୍ ୟୁନିଅନ୍ ଟ୍ରମ୍ଫଙ୍କ ଟାରିଫ୍ ର ପ୍ରତିବାଦ ରେ ଆମେରିକା ଉପରେ ୨୫ ପ୍ରତିଶତ କାଉଣ୍ଟର ଟାରିଫ୍ ଘେୋଷଣା କରିଛି । 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅନ୍ୟପକ୍ଷରେ, ବର୍ତ୍ତମାନ ଆମେରିକାରେ ମୁଦ୍ରାସ୍ଫୀତିର ବିପଦ ବୃଦ୍ଧି ପାଇଛି । ଆଉ ଆମେରିକାର ଏବଂ ଚୀନ ମଧ୍ୟରେ ଚାଲିଥିବା ଏହି ଟାରିଫ୍ ଯୁଦ୍ଧରେ ଚୀନର ଅର୍ଥନୀତି ମଧ୍ୟ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । ଯଦି ଚୀନ୍ ଉପରେ ଆମେରିକା ୫୦ ପ୍ରତିଶତ ଶୁଳ୍କ ଲଗାଇବାର ଟ୍ରମ୍ପଙ୍କ ଧମକ ପ୍ରକୃତରେ ଅକ୍ସନ୍ ରେ ବଦଳେ, ତେବେ ଆମେରିକାକୁ ଚିନ୍ ଉତ୍ପାଦ ରପ୍ତାନି ପ୍ରାୟ ବନ୍ଦ ହୋଇଯିବ । ଏଥିସହିତ ଚୀନ୍ ବିଭିନ୍ନ ଜିନିଷର ଉତ୍ପାଦଗୁଡ଼ିକ ପାଇଁ ଅନ୍ୟ ଦେଶରେ ଡେରା ପକାଇବାକୁ ଚେଷ୍ଟା କରିବ । ତେବେ ପ୍ରଶ୍ନ ଉଠୁଛି ଚୀନ୍ ଟ୍ରମ୍ଫ ଙ୍କ ଟାରିଫ୍ ବାଣ କୁ ସାମନାରୁ ମୁକାବିଲା କରିବ ନା ପଛଘୁଞ୍ଚା ଦେବ ।