Videos
|
Business

AppleEvent / ଆପଲ୍ କଲା ବଡ଼ ଘୋଷଣା… iPhone 18 Pro ବଜାରରେ ଏହିଦିନ ଆସିବ… iPhone Fold ମଧ୍ୟ ଲଞ୍ଚ ଖୁବଶୀଘ୍ର

Ritu Das
Browse all articles by Ritu Das
·50 mins ago·2 min read
ଆପଲ୍ କଲା ବଡ଼ ଘୋଷଣା… iPhone 18 Pro ବଜାରରେ ଏହିଦିନ ଆସିବ… iPhone Fold ମଧ୍ୟ ଲଞ୍ଚ ଖୁବଶୀଘ୍ର
India

Key Points

Apple ଶେଷରେ ନିଜର ବଡ଼ ଲଞ୍ଚ ଇଭେଣ୍ଟର ତାରିଖ ଘୋଷଣା କରିଛି
କମ୍ପାନୀ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ Apple Event ଆୟୋଜନ କରିବ

Apple ଶେଷରେ ନିଜର ବଡ଼ ଲଞ୍ଚ ଇଭେଣ୍ଟର ତାରିଖ ଘୋଷଣା କରିଛି । କମ୍ପାନୀ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ Apple Event ଆୟୋଜନ କରିବ । ଗତ କିଛି ସପ୍ତାହ ଧରି ଇଭେଣ୍ଟର ତାରିଖ ଏବଂ ଏଥିରେ ଲଞ୍ଚ ହେବାକୁ ଥିବା ଡିଭାଇସ୍‌କୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଥିଲା। ଏବେ Appleର ଘୋଷଣା ପରେ ଏହାକୁ ନେଇ ଚିତ୍ର ସ୍ପଷ୍ଟ ହୋଇଛି ।

Appleର Worldwide Marketing ବିଭାଗର Senior Vice President Greg Joswiak ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ପୋଷ୍ଟ କରି ଇଭେଣ୍ଟର ତାରିଖ ନିଶ୍ଚିତ କରିଛନ୍ତି। ସେପ୍ଟେମ୍ବର ୯, ବୁଧବାର ଦିନ ଏହି ବଡ଼ ଲଞ୍ଚ ଇଭେଣ୍ଟ ଆୟୋଜିତ ହେବ। ଇଭେଣ୍ଟଟି କାଲିଫର୍ଣ୍ଣିଆସ୍ଥିତ ଆପଲ ପାର୍କର Steve Jobs Theaterରେ ହେବ। ଆମେରିକାର ସମୟ ଅନୁସାରେ ସକାଳ ୧୦ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବ। ଭାରତୀୟ ସମୟ ଅନୁସାରେ ଏହା ରାତି ପ୍ରାୟ ୧୦ଟା ୩୦ରେ ଆରମ୍ଭ ହେବ । ଆପଲର ଅଫିସିଆଲ ୱେବସାଇଟ୍ ଓ ୟୁଟ୍ୟୁବ ଚ୍ୟାନେଲ ଜରିଆରେ ଏହାର ଲାଇଭ୍ ଷ୍ଟ୍ରିମିଂ ଦେଖିହେବ।

ଏହି ଇଭେଣ୍ଟର ସବୁଠାରୁ ବଡ଼ ଆକର୍ଷଣ ହୋଇପାରେ iPhone 18 Pro ଏବଂ iPhone 18 Pro Max । ଏହା ସହିତ ଷ୍ଟାଣ୍ଡାର୍ଡ iPhone 18 ମଡେଲ ମଧ୍ୟ ଲଞ୍ଚ ହେବାର ଆଶା ରହିଛି। ତେବେ ନୂଆ iPhoneଗୁଡ଼ିକର ଫିଚର୍ସ, ଦାମ ଓ ଉପଲବ୍ଧତା ସମ୍ପର୍କରେ Apple ପକ୍ଷରୁ ଏପର୍ଯ୍ୟନ୍ତ ସବୁ ତଥ୍ୟ ଅଧିକାରିକ ଭାବେ ପ୍ରକାଶ କରାଯାଇନାହିଁ। ଏଥର Apple Eventକୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚା Foldable iPhoneକୁ ନେଇ ହେଉଛି। Apple ପ୍ରଥମ ଥର ପାଇଁ ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ ବଜାରକୁ ପ୍ରବେଶ କରିପାରେ।ଯଦି ଏହି ଡିଭାଇସ୍‌କୁ Apple ସେପ୍ଟେମ୍ବର ୯ର ଇଭେଣ୍ଟରେ ପ୍ରଦର୍ଶନ କରେ, ତେବେ ଏହା କମ୍ପାନୀ ପାଇଁ ଏକ ବଡ଼ ପ୍ରଡକ୍ଟ ଲଞ୍ଚ ହେବ। ତେବେ Foldable iPhone ସମ୍ପର୍କରେ ଅଧିକାଂଶ ତଥ୍ୟ ଏବେ ମଧ୍ୟ ଆଲୋଚନା ଓ ରିପୋର୍ଟ ଉପରେ ଆଧାରିତ।

iPhone ବ୍ୟତୀତ ଏହି ଇଭେଣ୍ଟରେ ନୂଆ Apple Watch ମଧ୍ୟ ଉନ୍ମୋଚନ ହୋଇପାରେ। ଏହା ସହିତ Apple ଏହାର ବିଭିନ୍ନ ଡିଭାଇସ୍ ପାଇଁ ନୂଆ ସଫ୍ଟୱେର ଫିଚର୍ସ ଓ ଇକୋସିଷ୍ଟମ୍ ଅପଡେଟ୍‌ ସମ୍ପର୍କରେ ମଧ୍ୟ ଘୋଷଣା କରିପାରେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
iPhone 18 Pro ର ମୂଲ୍ୟ
iPhone 18 Pro ର ମୂଲ୍ୟ iPhone 17 Pro ତୁଳନାରେ ବୃଦ୍ଧି ପାଇପାରେ। ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ଭାରତରେ ଏହାର ପ୍ରାରମ୍ଭିକ ମୂଲ୍ୟ ୧୫୦,୦୦୦ ହୋଇପାରେ। ଆମେରିକାରେ ଏହା US$1,199 ପର୍ଯ୍ୟନ୍ତ ହୋଇପାରେ। ତଥାପି, କମ୍ପାନୀ ଏପର୍ଯ୍ୟନ୍ତ ମୂଲ୍ୟ ସମ୍ପର୍କରେ କୌଣସି ସୂଚନା ଦେଇନାହିଁ।