Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Business

ATM ଟ୍ରାଞ୍ଜାକ୍ସନ ନିୟମରେ SBI ଆଣିଲା ପରିବର୍ତ୍ତନ, ଅନ୍ୟ ବ୍ୟାଙ୍କରେ ବି କରିପାରିବେ ୧୦ ଥର ମାଗଣା ଦେଣନେଣ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ATM ଟ୍ରାଞ୍ଜାକ୍ସନ ନିୟମରେ SBI ଆଣିଲା ପରିବର୍ତ୍ତନ, ଅନ୍ୟ ବ୍ୟାଙ୍କରେ ବି କରିପାରିବେ ୧୦ ଥର ମାଗଣା ଦେଣନେଣ

ଗୋଟିଏ ମାସରେ ଏଟିଏମ୍‌ର ବ୍ୟବହାର କେତେ ଥର କରି ପାରିବେ ? ଏହାକୁ ନେଇ ବିଭିନ୍ନ ବ୍ୟାଙ୍କର ଭିନ୍ନ ଭିନ୍ନ ନିୟମ ରହିଛି । ଅଧିକାଂଶ ବ୍ୟାଙ୍କ ମେଟ୍ରୋ ସହରରେ ୩ ଥର ମାଗଣା ଏଟିଏମ୍ ବ୍ୟବହାରକୁ ଅନୁମତି ଦେଉଥିବା ବେଳେ ଅଣ ମେଟ୍ରୋ ସହରରେ ଏହା ୫ ଥର । ଅର୍ଥାତ୍ ଏହି ଲିମିଟ୍ ଅତିକ୍ରମ କଲେ ଗ୍ରାହକଙ୍କୁ ଟଙ୍କା ଦେବାକୁ ପଡ଼ୁଛି ।


ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଭିନ୍ନ ନିୟମ ଭିତରେ ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ତାର ଗ୍ରାହକଙ୍କୁ ଦେଇଛି ଖୁସି ଖବର । ଏସ୍‌ବିଆଇ ତାର ଗ୍ରାହକଙ୍କ ଲାଗି ଏଟିଏମ୍ ଟ୍ରାଞ୍ଜାକ୍ସନ୍ ଚାର୍ଜେସ ଓ ଫ୍ରି ଏଟିଏମ୍ ୟୁଜ୍ ଲିମିଟି ବଢ଼ାଇ ଦେଇଛି । ଆଉ ବ୍ୟାଙ୍କର ଏହି ନିୟମ ଲାଗୁ ହୋଇ ସାରିଛି ।


ଫି ଷ୍ଟ୍ରକଚର୍‌କୁ ସୁବ୍ୟବସ୍ଥିତ ଓ ଡିଜିଟାଲ୍ ବ୍ୟାଙ୍କିଂକୁ ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି ନେଇଛି ଭାରତୀୟ ଷ୍ଟେଟ ବ୍ୟାଙ୍କ । ଯାହା ଦ୍ଵାରା ଏସ୍‌ବିଆଇ ଓ ଅନ୍ୟ ବ୍ୟାଙ୍କ ଏଟିଏମ୍‌ରେ ଆର୍ଥିକ ଓ ଅନ୍ୟ ସେବା ପ୍ରଭାବିତ ହେବ ।


ଆକାଉଣ୍ଟରେ ଲକ୍ଷେ ଥିଲେ ଅନଲିମିଟେଡ୍ ଦେଣନେଣ ମାଗଣା


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

* ଏସ୍‌ବିଆଇର ନୂଆ ପଲିସି ଅନୁସାରେ, ସମସ୍ତ ମେଟ୍ରୋ ଓ ନନ-ମେଟ୍ରୋ ଗ୍ରାହକ ଏଣିତି ପ୍ରତି ମାସରେ ଏସ୍‌ବିଆଇ ଏଟିଏମରୁ ୫ ଥର ଓ ଅନ୍ୟ ବ୍ୟାଙ୍କ ଏଟିଏମ୍‌ରେ ୧୦ଥର ଦେଣନେଣ କରି ପାରିବେ ।


* ୨୫ ହଜାରରୁ ୫୦ ହଜାର ଟଙ୍କା ମଧ୍ୟରେ ହାରାହାରି ମାସିକ ବ୍ୟାଙ୍କ ଜମା ରଖୁଥିବା ଗ୍ରାହକ ଅନ୍ୟ ବ୍ୟାଙ୍କର ଏଟିଏମ୍‌ରେ ୫ ଥର ମାଗାଣା ଟ୍ରାଞ୍ଜାକ୍ସନ୍ କରି ପାରିବେ ।


* ହାରାହାରି ମାସିକ ୧ ଲକ୍ଷରୁ ଅଧିକ ଟଙ୍କା ଆକାଉଣ୍ଟରେ ଜମା ରହୁଥିଲେ ଏସ୍‌ବିଆଇ ଓ ଅନ୍ୟ ବ୍ୟାଙ୍କ ଏଟିଏମ୍‌ରେ ଆପଣ ଅନଲିମିଟେଡ୍ ମାଗଣା ଦେଣନେଣର ଲାଭ ଉଠାଇ ପାରିବେ ।


ମାସିକ ମାଗଣା ଦେଣନେଣ ପରେ ୧୫ଟଙ୍କା ସହ GST


ମାସିକ ମାଗଣା ଏଟିଏମ୍ ଦେଣନେଣ ସୀମା ପରେ ଏସ୍‌ବିଆଇ ଏଟିଏମ୍‌ରେ ପ୍ରତି ଟ୍ରାଞ୍ଜାକ୍ସନ ପାଇଁ ୧୫ ଟଙ୍କା+ ଜିଏସଟି ଚାର୍ଜ ଦେବାକୁ ପଡ଼ିବ । ଅନ୍ୟ ବ୍ୟାଙ୍କରେ ମାସିକ ମାଗଣା ଲିମିଟ୍ ପରେ ଏଟିଏମ୍ ଟ୍ରାଞ୍ଜାକ୍ସନ ପିଛା ୨୧ ଟଙ୍କା + ଜିଏସଟି ଟାର୍ଜ ଲାଗିବ । ତେବେ ଆକାଉଣ୍ଟ ବାଲାନ୍ସ ଯାଞ୍ଚ ଲାଗି ଫ୍ରି ଲିମିଟ୍ ପରେ ବି ଏସ୍‌ବିଆଇରେ କୌଣସି ଦେୟ ଦେବାକୁ ପଡ଼ିବନି । ଫ୍ରି ଲିମିଟ୍ ପରେ ଅନ୍ୟ ବ୍ୟାଙ୍କରେ ମିନି ଷ୍ଟେଟମେଣ୍ଟ ପାଇଁ ୧୦ ଟଙ୍କା + ଜିଏସଟି ଦେବାକୁ ପଡ଼ିବ ।

Sponsored
SBI New ATM Transaction Rules Free Paid ATM Withdrawals | Argus News