Videos
|
Business

Cash Withdrawal / ATM ଟ୍ରାଞ୍ଜାକ୍ସନ୍‌ ନିୟମରେ ବଡ଼ ପରିବର୍ତ୍ତନ, ବଢ଼ିଲା ଚାର୍ଜ; ଜାଣନ୍ତୁ କେତେ ଦେବାକୁ ପଡ଼ିବ

Rashmita Mishra
Browse all articles by Rashmita Mishra
·49 mins ago·2 min read
ATM ଟ୍ରାଞ୍ଜାକ୍ସନ୍‌ ନିୟମରେ ବଡ଼ ପରିବର୍ତ୍ତନ, ବଢ଼ିଲା ଚାର୍ଜ; ଜାଣନ୍ତୁ କେତେ ଦେବାକୁ ପଡ଼ିବ
Cash Withdrawal

Key Points

ATM ଟଙ୍କା ଉଠାଇଲେ ଦେବାକୁ ପଡ଼ିବ ଅଧିକ ଚାର୍ଜ ।
ATM ନିୟମରେ ବଡ଼ ପରିବର୍ତ୍ତନ ସେପ୍ଟେମ୍ବରରୁ ଲାଗୁ ନୂଆ ନିୟମ ।
ATMରୁ ଟଙ୍କା ଉଠାଇବା ଏବେ ପଡ଼ିବ ମହଙ୍ଗା ।
ATM ଚାର୍ଜ ବଢ଼ିଲା ଗ୍ରାହକଙ୍କ ପକେଟ୍‌ରେ ପଡ଼ିବ ପ୍ରଭାବ ।

ATMରୁ ଟଙ୍କା ଉଠାଉଛନ୍ତି କି ? ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ । ମାସକୁ କେତୋଟି ATM ଟ୍ରାଞ୍ଜାକ୍ସନ୍‌ ମାଗଣା, କେତେ ଟଙ୍କା ଚାର୍ଜ ଲାଗିବ ଏବଂ ବାଲାନ୍ସ ନଥିବାରୁ ଟ୍ରାଞ୍ଜାକ୍ସନ୍‌ ଫେଲ୍ ହେଲେ କେତେ ଗଣିବେ ଏସବୁ ନିୟମରେ ଆସିଛି ପରିବର୍ତ୍ତନ । ସେପ୍ଟେମ୍ବର ୧ରୁ କେନରା ବ୍ୟାଙ୍କର ନୂଆ ATM ଚାର୍ଜ ଲାଗୁ ହୋଇଥିବାରୁ ଏଣିକି ଗ୍ରାହକଙ୍କୁ କିଛି ଟ୍ରାଞ୍ଜାକ୍ସନ୍‌ ପାଇଁ ଅଧିକ ଟଙ୍କା ଗଣିବାକୁ ପଡ଼ିବ । ତେବେ କିଛି ସେବାରେ ଗ୍ରାହକଙ୍କୁ ମିଳିଛି ବଡ଼ ରିଲିଫ୍ । ଜାଣନ୍ତୁ, କେଉଁ ATM ଟ୍ରାଞ୍ଜାକ୍ସନ୍‌ରେ କେତେ ଚାର୍ଜ...

ଦେଶରେ ଧୀରେ ଧୀରେ ATM ସଂଖ୍ୟା କମିବାରେ ଲାଗିଛି । ଲୋକମାନେ ନଗଦ ଟଙ୍କା ଅପେକ୍ଷା ଅନଲାଇନ୍ ଟ୍ରାଞ୍ଜାକ୍ସନ୍‌କୁ ଅଧିକ ପସନ୍ଦ କରୁଥିବାରୁ ATM ବ୍ୟବହାର ମଧ୍ୟ କମୁଛି । ଏହାରି ମଧ୍ୟରେ ATM ଟ୍ରାଞ୍ଜାକ୍ସନ୍‌ ଚାର୍ଜକୁ ନେଇ ବଡ଼ ପରିବର୍ତ୍ତନ କରିଛି ସରକାରୀ ବ୍ୟାଙ୍କ କେନରା ବ୍ୟାଙ୍କ । ନୂଆ ନିୟମ ସେପ୍ଟେମ୍ବର ୧ ତାରିଖରୁ ଲାଗୁ ହୋଇଛି ।

କେନରା ବ୍ୟାଙ୍କ ଏହାର ସେଭିଂସ୍ ଆକାଉଣ୍ଟ ଗ୍ରାହକଙ୍କ ପାଇଁ ପ୍ରତି କ୍ୟାଲେଣ୍ଡର ମାସରେ ମିଳୁଥିବା ମାଗଣା ATM ଟ୍ରାଞ୍ଜାକ୍ସନ୍‌ ସୀମାକୁ ୫ଟି କରିଛି । ଏଥିରେ ଫାଇନାନ୍ସିଆଲ୍ ଓ ନନ୍-ଫାଇନାନ୍ସିଆଲ୍ ଉଭୟ ପ୍ରକାରର ଟ୍ରାଞ୍ଜାକ୍ସନ୍‌ ସାମିଲ ରହିବ । ତେବେ ସିନିୟର ସିଟିଜେନ୍‌ଙ୍କ ପାଇଁ ମାଗଣା ଟ୍ରାଞ୍ଜାକ୍ସନ୍‌ ସୀମାରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ମାଗଣା ସୀମା ଅତିକ୍ରମ କରିବା ପରେ ATMରେ ନନ୍-ଫାଇନାନ୍ସିଆଲ୍ ଟ୍ରାଞ୍ଜାକ୍ସନ୍‌, ଯେପରିକି ବାଲାନ୍ସ ଚେକ୍ କିମ୍ବା ଷ୍ଟେଟମେଣ୍ଟ ନେବା ପାଇଁ ପୂର୍ବଭଳି ପ୍ରତି ଟ୍ରାଞ୍ଜାକ୍ସନ୍‌ରେ ୫ ଟଙ୍କା ସହ GST ଦେବାକୁ ପଡ଼ିବ । ଏହି ଚାର୍ଜରେ କୌଣସି ପରିବର୍ତ୍ତନ ହୋଇନାହିଁ ।

କିନ୍ତୁ ନିର୍ଦ୍ଧାରିତ ମାଗଣା ସୀମା ପରେ ATMରୁ ଟଙ୍କା ଉଠାଇଲେ ଅଧିକ ଚାର୍ଜ ଦେବାକୁ ପଡ଼ିବ । କେନରା ବ୍ୟାଙ୍କ ATMରୁ କ୍ୟାଶ୍ ୱିଥଡ୍ରଲ୍‌, UPI ୱିଥଡ୍ରଲ୍‌ ସମେତ ଫାଇନାନ୍ସିଆଲ୍ ଟ୍ରାଞ୍ଜାକ୍ସନ୍‌ର ଚାର୍ଜ ୨୦ ଟଙ୍କାରୁ ବଢ଼ି ୨୩ ଟଙ୍କା ହୋଇଛି ।

ସେହିପରି ଆକାଉଣ୍ଟରେ ପର୍ଯ୍ୟାପ୍ତ ବାଲାନ୍ସ ନଥିବା କାରଣରୁ ATM ଟ୍ରାଞ୍ଜାକ୍ସନ୍‌ ଫେଲ୍ ହେଲେ ମଧ୍ୟ ଅଧିକ ଚାର୍ଜ ଦେବାକୁ ପଡ଼ିବ । ନିର୍ଦ୍ଧାରିତ ସୀମା ପରେ କେନରା ବ୍ୟାଙ୍କ ଏବଂ ଅନ୍ୟ ବ୍ୟାଙ୍କର ATMରେ ଏପରି ଫେଲ୍ ଟ୍ରାଞ୍ଜାକ୍ସନ୍‌ର ଚାର୍ଜ ୧୭ ଟଙ୍କାରୁ ବଢ଼ି ୨୩ ଟଙ୍କା ହୋଇଛି ।

ତେବେ ଗ୍ରାହକଙ୍କୁ ଏକ ରିଲିଫ୍ ମଧ୍ୟ ମିଳିଛି। Classic, Standard, Platinum, Business, Select ଓ World Card ଭଳି କାର୍ଡ ପାଇଁ ମାଗଣା ଟ୍ରାଞ୍ଜାକ୍ସନ୍‌ ସୀମା ଅତିକ୍ରମ କରିବା ପରେ Green PIN ପୁନଃ ଜେନେରେଟ୍ କରିବାର ଚାର୍ଜ ୨୩ ଟଙ୍କାରୁ କମାଇ ୫ ଟଙ୍କା କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: