Best Electric Scooters India / ମାତ୍ର ୨୫ ଟଙ୍କାରେ ୧୧୩ କିମି ଯାତ୍ରା…୧୦ ଲକ୍ଷ ଲୋକ କିଣିଲେ Bajaj Chetak ସ୍କୁଟର
·1 hour ago·2 min read

Key Points
ଇଲେକ୍ଟ୍ରିକ୍ ସ୍କୁଟର କିଣିବାକୁ ଯୋଜନା କରୁଛନ୍ତି କି?
ମାତ୍ର ୨୫ ଟଙ୍କାରେ ଏହାକୁ ଫୁଲ୍ ଚାର୍ଜ କରି ପ୍ରାୟ ୧୧୩ କିଲୋମିଟର ଯାତ୍ରା କରିହେବ!

ଇଲେକ୍ଟ୍ରିକ୍ ସ୍କୁଟର କିଣିବାକୁ ଯୋଜନା କରୁଛନ୍ତି କି? ତେବେ ଆପଣଙ୍କ ପାଇଁ ରହିଛି ଏକ ଭଲ ଖବର। ଭାରତୀୟ ବଜାରରେ Bajaj Chetak ଇଲେକ୍ଟ୍ରିକ୍ ସ୍କୁଟରର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ସ୍କୁଟର ଏବେ ୧୦ ଲକ୍ଷ ୟୁନିଟ୍ ବିକ୍ରିର ମାଇଲଷ୍ଟୋନ୍ ହାସଲ କରିଛି। ଖାସ୍ କଥା ହେଉଛି, ମାତ୍ର ୨୫ ଟଙ୍କାରେ ଏହାକୁ ଫୁଲ୍ ଚାର୍ଜ କରି ପ୍ରାୟ ୧୧୩ କିଲୋମିଟର ଯାତ୍ରା କରିହେବ ବୋଲି କମ୍ପାନୀ ଦାବି ରହିଛି।
Bajaj Autoର Chetak ଇଲେକ୍ଟ୍ରିକ୍ ସ୍କୁଟର ଜାନୁଆରୀ ୨୦୨୦ରେ ଭାରତୀୟ ବଜାରରେ ଲଞ୍ଚ୍ ହୋଇଥିଲା। ଏହା ପରଠାରୁ ଏହି ସ୍କୁଟର ମୋଟ ୧୦,୦୧,୧୩୫ ୟୁନିଟ୍ ବିକ୍ରି କରିଛି। ଏହି ତଥ୍ୟ ନଭେମ୍ବର ୬, ୨୦୨୬ର VAHAN ପୋର୍ଟାଲର ରିଟେଲ୍ ବିକ୍ରି ରେକର୍ଡ ଆଧାରରେ ସାମ୍ନାକୁ ଆସିଛି।
ଏହି ସଫଳତା ସହ Bajaj Auto ଭାରତର ତୃତୀୟ ଇଲେକ୍ଟ୍ରିକ୍ ଟୁ-ହ୍ୱିଲର୍ କମ୍ପାନୀ ଭାବେ ୧୦ ଲକ୍ଷ ବିକ୍ରିର ମାଇଲଷ୍ଟୋନ୍ ହାସଲ କରିଛି। ଏହା ପୂର୍ବରୁ Ola Electric ଓ TVS Motor Company ଏହି ସଫଳତା ପାଇଥିଲେ।
୨୫ ଟଙ୍କାରେ ୧୧୩ କିମି ଯାତ୍ରା
Bajaj Chetakର C2501 ବେସ୍ ଭାରିଆଣ୍ଟରେ ୨.୫ kWh ବ୍ୟାଟେରୀ ଦିଆଯାଇଛି। କମ୍ପାନୀ ଅନୁସାରେ, ଏହାର ସାର୍ଟିଫାଏଡ୍ ରେଞ୍ଜ୍ ୧୧୩ କିଲୋମିଟର। ଯଦି ଘରେ ବିଦ୍ୟୁତ୍ର ୟୁନିଟ୍ ପିଛା ଦର ୧୦ ଟଙ୍କା ହିସାବରେ ଚାର୍ଜ କରାଯାଏ, ତେବେ ଏହାକୁ ଫୁଲ୍ ଚାର୍ଜ କରିବା ପାଇଁ ପ୍ରାୟ ୨୫ ଟଙ୍କା ଖର୍ଚ୍ଚ ହେବ।
- ୧୦ ଲକ୍ଷ ବିକ୍ରିର ମାଇଲଷ୍ଟୋନ୍ ଛୁଇଁଲା Bajaj Chetak

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅର୍ଥାତ୍, ପ୍ରାୟ ୨୫ ଟଙ୍କାରେ ୧୧୩ କିଲୋମିଟର ଯାତ୍ରା କରିବାର ସୁବିଧା ମିଳିପାରିବ। ତେବେ ବାସ୍ତବ ରେଞ୍ଜ୍ ରାସ୍ତାର ସ୍ଥିତି, ଚାଳନା ଶୈଳୀ ଓ ଅନ୍ୟାନ୍ୟ କାରଣ ଉପରେ ନିର୍ଭର କରିବ।
କେତେ ରହିଛି Bajaj Chetakର ଦାମ୍?
Bajaj Chetak ତିନୋଟି ସିରିଜ୍ରେ ଉପଲବ୍ଧ। ଏହାର ୨୫ ସିରିଜ୍ରେ C2501 ବେସ୍ ଭାରିଆଣ୍ଟ ରହିଛି। ଏହାର ଏକ୍ସ-ଶୋ’ରୁମ୍ ମୂଲ୍ୟ ପ୍ରାୟ ୯୯,୮୦୨ ଟଙ୍କା। ସେହିପରି ୩୦ ଓ ୩୫ ସିରିଜ୍ରେ ମଧ୍ୟ ଅନେକ ଭାରିଆଣ୍ଟ ରହିଛି। ଏହାର ଟପ୍ ଭାରିଆଣ୍ଟ C3503ରେ ୩.୫ kWh ବ୍ୟାଟେରୀ ମିଳୁଥିବା ବେଳେ ଏହାର ଦାବି କରାଯାଇଥିବା ରେଞ୍ଜ୍ ୧୫୩ କିଲୋମିଟର। ଏହାର ଏକ୍ସ-ଶୋ’ରୁମ୍ ମୂଲ୍ୟ ୧,୨୪,୧୫୭ ଟଙ୍କା।
୨୦୨୬ରେ ବଢ଼ିଛି ବିକ୍ରି
Bajaj Chetakର ବିକ୍ରିରେ ୨୦୨୬ରେ ବଡ଼ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଚଳିତ ବର୍ଷ ଜାନୁଆରୀ ୧ରୁ ନଭେମ୍ବର ୬ ପର୍ଯ୍ୟନ୍ତ ଏହାର ୪,୧୨,୪୦୯ ୟୁନିଟ୍ ବିକ୍ରି ହୋଇଛି। ଗତ ବର୍ଷ ତୁଳନାରେ ଏହି ବିକ୍ରିରେ ୭୩ ପ୍ରତିଶତ ବୃଦ୍ଧି ହୋଇଛି।
୨୦୨୫ରେ କମ୍ପାନୀ ୨,୭୯,୬୯୧ ୟୁନିଟ୍ Chetak ବିକ୍ରି କରିଥିଲା। ଏବେ ଏହି ସ୍କୁଟରର ଲୋକପ୍ରିୟତା ଓ ବଢ଼ୁଥିବା ଚାହିଦା ଦେଖି କମ୍ପାନୀ ଚଳିତ ବର୍ଷ ୫ ଲକ୍ଷ ବିକ୍ରିର ମାଇଲଷ୍ଟୋନ୍ ଛୁଇଁବା ଆଶା ରଖିଛି।

Related Topics
Explore more stories