Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଟଙ୍କା ଆବଶ୍ୟକତା ଥିବା ବେଳେ FD ଭାଙ୍ଗିବେ ନା ସେଥିରୁ ଋଣ ନେବେ ?

Business

ଟଙ୍କା ଆବଶ୍ୟକତା ଥିବା ବେଳେ FD ଭାଙ୍ଗିବେ ନା ସେଥିରୁ ଋଣ ନେବେ ?

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଟଙ୍କା ଆବଶ୍ୟକତା ଥିବା ବେଳେ FD ଭାଙ୍ଗିବେ ନା ସେଥିରୁ ଋଣ ନେବେ ?

ବ୍ୟସ୍ତବହୁଳ ଜୀବନରେ କେତେବେଳେ ବି ଟଙ୍କାର ଆବଶ୍ୟକତା ପଡ଼ିପାରେ । ଆଉ ଏଥିପାଇଁ ସମସ୍ତଙ୍କୁ ପ୍ରତି ମାସରେ ଏମରଜେନ୍ସି ଫଣ୍ଡ ପ୍ରସ୍ତୁତ କରି ରଖିବା ଦରକାର । ଯାହାଦ୍ଵାରା କଠିନ ସମୟରେ ସହଜରେ ଟଙ୍କା ଯୋଗାଡ଼ କରାଯାଇ ପାରିବ । ଆଉ ଅନ୍ୟପଟେ ନିବେଶ କଥା ଆସିଲେ ଲୋକେ ବ୍ୟାଙ୍କରେ ଏଫ୍‌ଡି କରିଥାନ୍ତି । ବ୍ୟାଙ୍କ ଏଫ୍‌ଡି କରିବା ନିବେଶର ସବୁଠୁ ଭଲ ବିକଳ୍ପ ବି କୁହାଯାଏ ।


ଅନେକ ଥର ଜରୁରୀକାଳୀନ ସ୍ଥିତିରେ ଏମରଜେନ୍ସି ଫଣ୍ଡ ନଥିବାରୁ ଲୋକେ ବ୍ୟାଙ୍କ ଏଫଡିକୁ ଭାଙ୍ଗି ଟଙ୍କା ଯୋଗାଡ଼ କରନ୍ତି । ଆଉ ଅନେକ ଲୋକ ଏଫ୍‌ଡି ଉପରେ ଲୋନ ମଧ୍ୟ ନେଇଥାନ୍ତି । ତେବେ ଆସନ୍ତୁ ଜାଣିବା ଆବଶ୍ୟକତାସମୟରେ ବ୍ୟାଙ୍କ ଏଫ୍‌ଡି ଭାଙ୍ଗିବା ଅଧିକ ଲାଭଦାୟୀ ନା ଏଫ୍‌ଡି ଉପରେ ଋଣ ନେବା ଆପଣଙ୍କୁ ଲାବ ଦେବ ।


FD ଭାଙ୍ଗିବା କେତେ ଠିକ୍ ?


ଯଦି ଆପଣ ମ୍ୟାଚୁରିଟି ପୂର୍ବରୁ ବ୍ୟାଙ୍କ ଏଫ୍‌ଡି ଭାଙ୍ଗୁଛନ୍ତି ତ ଆପଣଙ୍କୁ ନିର୍ଦ୍ଧାରିତ ସୁଧ ମିଳିବ ନାହିଁ । ଅର୍ଥାତ୍ ଆପଣ ଯେତେ ଶୀଘ୍ର ଏଫ୍‌ଡି ଭାଙ୍ଗିବେ ସେତିକି କମ୍ ସୁଧ ମିଳିବ । ତେଣୁ ଏଫ୍‌ଡି ଭାଙ୍ଗିବା ଦ୍ଵାରା ଆପଣଙ୍କୁ କମ୍ ଲାଭ ହେବ । ଏହାଛଡ଼ା କିଛି ବ୍ୟାଙ୍କ ସମୟ ପୂର୍ବରୁ ଏଫ୍‌ଡି ଭାଙ୍ଗିଲେ ୧ ପ୍ରତିଶତ ପେନାଲଟି ମଧ୍ୟ ନେଇଥାନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


FDରେ ଋଣ


ଯଦି ଆପଣ ଏଫ୍‌ଡି ଉପରେ ଋଣ ନିଅନ୍ତି ତ ଏହା ଉପରେ ସୁଧ ସାମାନ୍ୟ ଋଣ ଠାରୁ କମ୍ ହୋଇଥାଏ । ଏଫ୍‌ଡି ଉପରେ ଋଣର ସୁଧ ଏଫ୍‌ଡିରେ ମିଳୁଥିବା ସୁଧ ହାର ଠାରୁ ୧ କିମ୍ବା ୨ ପ୍ରତିଶତ ଅଧିକ ହୋଇଥାଏ । ଏଭଳି ସ୍ଥିତିରେ ଆପଣଙ୍କୁ ଋଣ ନେବା ଶସ୍ତା ପଡ଼ିବ ।


ଏଭଳି ସ୍ଥିତିରେ ଆପଣ ଏଫ୍‌ଡି ନ ଭାଙ୍ଗି ଋଣ ନେଲେ ଆପଣଙ୍କ ଏଫ୍‌ଡି ସୁରକ୍ଷିତ ରହିବ । ଆପଣ ଋଣ ପରେ ଶୁଝିବା ଦ୍ଵାରା ଏଫ୍‌ଡି ସେମିତି ରହିବ । ଏଥିସହ ଏଫ୍‌ଡି ମ୍ୟାଚୁରିଟି ସମୟ ପାଖେଇ ଆସୁଥିବାରୁ ଏହାକୁ ଭାଙ୍ଗିବା ଆପଣଙ୍କୁ ଆର୍ଥିକ କ୍ଷତି ପହଞ୍ଚାଇପାରେ ।

Sponsored
Bank FD Loan Or FD Withdrawal Which Is Better | Argus News