Bank Holidays / ନଭେମ୍ବରରେ ୫ ଦିନ ବ୍ୟାଙ୍କ ବନ୍ଦ, ଶାଖାକୁ ଯିବା ପୂର୍ବରୁ ଜାଣନ୍ତୁ କେବେ ଛୁଟି

Key Points
ଶାଖାକୁ ଯିବା ପୂର୍ବରୁ ଜାଣନ୍ତୁ କେବେ ଛୁଟି
ଯଦି ଆପଣ ଏହି ସପ୍ତାହରେ ବ୍ୟାଙ୍କ ଶାଖାକୁ ଯାଇ କୌଣସି ଜରୁରୀ କାମ କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ଛୁଟି କ୍ୟାଲେଣ୍ଡର ଅନୁଯାୟୀ, ୨୩ ନଭେମ୍ବରରୁ ୩୦ ନଭେମ୍ବର ୨୦୨୬ ମଧ୍ୟରେ ବିଭିନ୍ନ ରାଜ୍ୟର ଆଞ୍ଚଳିକ ଛୁଟି ଓ ସାପ୍ତାହିକ ଛୁଟିକୁ ମିଶାଇ ମୋଟ ୫ ଦିନ ବ୍ୟାଙ୍କ ବନ୍ଦ ରହିବ ।
ଏହି ଛୁଟି ଯୋଗୁଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC ବ୍ୟାଙ୍କ, ICICI ବ୍ୟାଙ୍କ, PNB, Axis ବ୍ୟାଙ୍କ, Bank of Baroda ଓ Canara ବ୍ୟାଙ୍କ ସମେତ ସମସ୍ତ ସରକାରୀ ଏବଂ ଘରୋଇ ବ୍ୟାଙ୍କର ଶାଖାଗୁଡ଼ିକ ବନ୍ଦ ରହିବ । ତେବେ ଗ୍ରାହକମାନଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । କାରଣ ବ୍ୟାଙ୍କ ବନ୍ଦ ଥିଲେ ମଧ୍ୟ ଅଧିକାଂଶ ଡିଜିଟାଲ୍ ବ୍ୟାଙ୍କିଂ ସେବା ଜାରି ରହିବ ।
୨୩ରୁ ୩୦ ନଭେମ୍ବର ମଧ୍ୟରେ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ ?
RBIର ନିୟମ ଅନୁଯାୟୀ, ପ୍ରତ୍ୟେକ ରବିବାର ଏବଂ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ଦିନ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିଥାଏ । ଏହା ବ୍ୟତୀତ ଆଞ୍ଚଳିକ ପର୍ବପର୍ବାଣୀ ଅନୁଯାୟୀ ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ଛୁଟି ରହିଥାଏ ।
ଏହି ସପ୍ତାହରେ ଛୁଟି ତାଲିକାରେ ରହିଛି:
- ୨୩ ନଭେମ୍ବର: ଆଞ୍ଚଳିକ ଛୁଟି ।
- ୨୪ ନଭେମ୍ବର: ଗୁରୁ ନାନକ ଜୟନ୍ତୀ ଓ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଭିନ୍ନ ସହରରେ ବ୍ୟାଙ୍କ ବନ୍ଦ ।
- ୨୭ ନଭେମ୍ବର: ଆଞ୍ଚଳିକ ଛୁଟି ।
- ୨୮ ନଭେମ୍ବର: ଚତୁର୍ଥ ଶନିବାର ଯୋଗୁଁ ସାରା ଦେଶରେ ବ୍ୟାଙ୍କ ବନ୍ଦ ।
- ୨୯ ନଭେମ୍ବର: ରବିବାର ଯୋଗୁଁ ସାରା ଦେଶରେ ବ୍ୟାଙ୍କ ବନ୍ଦ ।
ଆଞ୍ଚଳିକ ଛୁଟି ସବୁ ରାଜ୍ୟ ଓ ସହରରେ ସମାନ ଭାବେ ଲାଗୁ ହୁଏ ନାହିଁ । ନିଜ ସହରର ବ୍ୟାଙ୍କ ଛୁଟି ତାଲିକା ଯାଞ୍ଚ କରି ଶାଖାକୁ ଯାଆନ୍ତୁ ।
ବ୍ୟାଙ୍କ ବନ୍ଦ ଥିଲେ ମଧ୍ୟ କେଉଁ ସେବା ଚାଲୁ ରହିବ ?
ବ୍ୟାଙ୍କ ଶାଖା ବନ୍ଦ ରହିଲେ ମଧ୍ୟ ଗ୍ରାହକମାନେ ଘରେ ବସି ଅନେକ ଆର୍ଥିକ କାରବାର କରିପାରିବେ । ଡିଜିଟାଲ୍ ବ୍ୟାଙ୍କିଂ ସେବା ଯୋଗୁଁ ଟଙ୍କା ପଠାଇବା କିମ୍ବା ପେମେଣ୍ଟ କରିବାରେ ସମସ୍ୟା ହେବ ନାହିଁ ।
ଚାଲୁ ରହିବାକୁ ଥିବା ପ୍ରମୁଖ ସେବାଗୁଡ଼ିକ ହେଲା:
- UPI: Google Pay, PhonePe, Paytm ଓ BHIM ମାଧ୍ୟମରେ ଟଙ୍କା ପଠାଇପାରିବେ ।
- Net Banking: ଅନଲାଇନ୍ ଟଙ୍କା ଟ୍ରାନ୍ସଫର୍ ଓ ବିଭିନ୍ନ ବ୍ୟାଙ୍କିଂ କାମ କରିପାରିବେ ।
- Mobile Banking: ବ୍ୟାଙ୍କର ମୋବାଇଲ୍ ଆପ୍ ମାଧ୍ୟମରେ ଆକାଉଣ୍ଟ ସମ୍ବନ୍ଧୀୟ ସେବା ପାଇପାରିବେ ।
- ATM: ATM ମାଧ୍ୟମରେ ନଗଦ ଟଙ୍କା ଉଠାଇପାରିବେ ।
- Digital Payments: ଅନଲାଇନ୍ ପେମେଣ୍ଟ ଓ ବିଲ୍ ପେମେଣ୍ଟ କରିପାରିବେ ।
ନଭେମ୍ବର ୨୦୨୬ର ଅନ୍ୟାନ୍ୟ ପ୍ରମୁଖ ବ୍ୟାଙ୍କ ଛୁଟି
ନଭେମ୍ବର ୨୦୨୬ରେ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ସହିତ ବିଭିନ୍ନ ଆଞ୍ଚଳିକ ପର୍ବପର୍ବାଣୀ ଯୋଗୁଁ ମୋଟ ୧୬ ଦିନ ବ୍ୟାଙ୍କ ଛୁଟି ରହିଛି ବୋଲି ଦିଆଯାଇଥିବା ତାଲିକାରେ ଉଲ୍ଲେଖ ରହିଛି ।
ଏହା ପୂର୍ବରୁ ନଭେମ୍ବର ୧, ୮, ୧୫ ଓ ୨୨ ତାରିଖରେ ରବିବାର ଯୋଗୁଁ ଏବଂ ୧୪ ନଭେମ୍ବରରେ ଦ୍ୱିତୀୟ ଶନିବାର ଯୋଗୁଁ ବ୍ୟାଙ୍କ ବନ୍ଦ ରହିଥିଲା ।
ଏହା ବ୍ୟତୀତ:
- ୯ରୁ ୧୧ ନଭେମ୍ବର: ଦୀପାବଳି, ଗୋବର୍ଦ୍ଧନ ପୂଜା ଓ ଭାଇ ଦୂଜ୍ ଅବସରରେ ବିଭିନ୍ନ ସ୍ଥାନରେ ଛୁଟି ।
- ୧୩ ନଭେମ୍ବର: ଶିଲଂରେ ୱାଙ୍ଗଲା ମହୋତ୍ସବ ଅବସରରେ ବ୍ୟାଙ୍କ ବନ୍ଦ ।
- ୧୬ ନଭେମ୍ବର: ପାଟନା ଓ ରାଞ୍ଚିରେ ଛଠ୍ ପୂଜା ଅବସରରେ ବ୍ୟାଙ୍କ ବନ୍ଦ ।
- ୨୦ ନଭେମ୍ବର: ଡେରାଡୁନ୍ରେ ଇଗାସ-ବଗ୍ୱାଲ୍ ଅବସରରେ ବ୍ୟାଙ୍କ ବନ୍ଦ ।
ବ୍ୟାଙ୍କ ଛୁଟିକୁ ନେଇ ଗ୍ରାହକଙ୍କ ମନରେ ଥିବା ପ୍ରଶ୍ନ
ଏହି ସପ୍ତାହରେ ବ୍ୟାଙ୍କ କେତେ ଦିନ ବନ୍ଦ ରହିବ ?
୨୩ରୁ ୩୦ ନଭେମ୍ବର ମଧ୍ୟରେ ମୋଟ ୫ ଦିନ ବ୍ୟାଙ୍କ ଛୁଟି ରହିବ ବୋଲି ଉକ୍ତ ତାଲିକାରେ ଦର୍ଶାଯାଇଛି । ତାରିଖଗୁଡ଼ିକ ହେଉଛି ୨୩, ୨୪, ୨୭, ୨୮ ଓ ୨୯ ନଭେମ୍ବର ।
୨୪ ନଭେମ୍ବର ୨୦୨୬ରେ ବ୍ୟାଙ୍କ ବନ୍ଦ ରହିବ କି ?
ହଁ... ଗୁରୁ ନାନକ ଜୟନ୍ତୀ ଓ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଲକ୍ଷ୍ନୌ, ଜୟପୁର, ଭୋପାଳ ସମେତ ବିଭିନ୍ନ ସହରରେ ବ୍ୟାଙ୍କ ବନ୍ଦ ରହିବ ବୋଲି ତାଲିକାରେ ଉଲ୍ଲେଖ ଅଛି ।
୨୮ ନଭେମ୍ବରରେ ବ୍ୟାଙ୍କ ଖୋଲା ରହିବ କି ?
ନା... ୨୮ ନଭେମ୍ବର ଚତୁର୍ଥ ଶନିବାର ହୋଇଥିବାରୁ ସାରା ଦେଶରେ ବ୍ୟାଙ୍କ ଶାଖା ବନ୍ଦ ରହିବ ।
ବ୍ୟାଙ୍କ ବନ୍ଦ ଥିଲେ UPI କାମ କରିବ କି ?
ହଁ... ବ୍ୟାଙ୍କ ଛୁଟି ଦିନରେ ମଧ୍ୟ UPI, ନେଟ୍ ବ୍ୟାଙ୍କିଂ, ATM ଓ ମୋବାଇଲ୍ ବ୍ୟାଙ୍କିଂ ସେବା ଉପଲବ୍ଧ ରହିବ ।
ନଭେମ୍ବର ୨୦୨୬ରେ ମୋଟ କେତେ ଦିନ ବ୍ୟାଙ୍କ ବନ୍ଦ ରହିବ ?
ତଥ୍ୟ ଅନୁଯାୟୀ, ନଭେମ୍ବର ମାସରେ ମୋଟ ୧୬ ଦିନ ବ୍ୟାଙ୍କ ଛୁଟି ରହିଛି । ଏଥିରେ ଦୀପାବଳି, ଛଠ୍ ପୂଜା, ଗୁରୁ ନାନକ ଜୟନ୍ତୀ ଓ ସାପ୍ତାହିକ ଛୁଟି ସାମିଲ ରହିଛି । ତେଣୁ ବ୍ୟାଙ୍କ ଶାଖାକୁ ଯିବା ପୂର୍ବରୁ ନିଜ ରାଜ୍ୟ ଓ ସହରର ଛୁଟି ତାଲିକା RBIର ଅଫିସିଆଲ୍ ୱେବସାଇଟ୍ରେ ଯାଞ୍ଚ କରନ୍ତୁ । ଏହାଦ୍ୱାରା ଅଯଥା ହଇରାଣ ହେବାକୁ ପଡ଼ିବ ନାହିଁ ।
📱 Get Argus News App
✨Related Topics
Explore more stories