Videos
|
Business

Fixed Deposit / ବରିଷ୍ଠ ନାଗରିକଙ୍କ ପାଇଁ FDରେ ବଡ଼ ରିଟର୍ଣ୍ଣ, ଏହି ୫ ବ୍ୟାଙ୍କ ଦେଉଛନ୍ତି ୮% ପର୍ଯ୍ୟନ୍ତ ସୁଧ

Rashmita Mishra
Browse all articles by Rashmita Mishra
·2 hours ago·2 min read
ବରିଷ୍ଠ ନାଗରିକଙ୍କ ପାଇଁ FDରେ ବଡ଼ ରିଟର୍ଣ୍ଣ, ଏହି ୫ ବ୍ୟାଙ୍କ ଦେଉଛନ୍ତି ୮% ପର୍ଯ୍ୟନ୍ତ ସୁଧ
Fixed Deposit

Key Points

ବରିଷ୍ଠ ନାଗରିକଙ୍କୁ ବଡ଼ ଖବର FD ରେ ମିଳୁଛି ୮% ସୁଧ ।
୧୦ ହଜାରରେ ମିଳିବ ୧୧,୭୧୭ Senior Citizen FD ର ନୂଆ ହିସାବ ।
ଏହି ୫ ବ୍ୟାଙ୍କ ଦେଉଛନ୍ତି FD ଉପରେ ସବୁଠୁ ଅଧିକ ସୁଧ !
ବୁଢ଼ା ବୟସରେ ବଡ଼ ଲାଭ Senior Citizen ପାଇଁ FD ଅଫର

ଦେଶରେ ୬୦ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ଲୋକଙ୍କୁ ବରିଷ୍ଠ ନାଗରିକ (Senior Citizen) କୁହାଯାଏ । ଏହି ବର୍ଗ ପାଇଁ ସରକାର ଅନେକ ଯୋଜନା ଚଳାଉଛନ୍ତି । ଏହା ସହିତ ବିଭିନ୍ନ ବ୍ୟାଙ୍କ ମଧ୍ୟ ବରିଷ୍ଠ ନାଗରିକଙ୍କ ପାଇଁ ଅଧିକ ସୁଧ ହାରରେ ଫିକ୍ସଡ୍ ଡିପୋଜିଟ୍ (FD) ଯୋଜନା ପ୍ରଦାନ କରୁଛନ୍ତି ।

ବର୍ତ୍ତମାନ କିଛି ବ୍ୟାଙ୍କ ବରିଷ୍ଠ ନାଗରିକଙ୍କ FD ଉପରେ ବାର୍ଷିକ ୭.୫% ରୁ ୮% ପର୍ଯ୍ୟନ୍ତ ସୁଧ ଦେଉଛନ୍ତି । ଯଦି ଜଣେ ବ୍ୟକ୍ତି ୨ ବର୍ଷ ପାଇଁ FD କରନ୍ତି, ତେବେ ତାଙ୍କୁ ଭଲ ରିଟର୍ଣ୍ଣ ମିଳିପାରେ ।

ଏହି ୫ ବ୍ୟାଙ୍କ ଦେଉଛନ୍ତି ଅଧିକ ସୁଧ
ବରିଷ୍ଠ ନାଗରିକଙ୍କ FD ପାଇଁ ଅଧିକ ସୁଧ ଦେଉଥିବା କିଛି ପ୍ରମୁଖ ବ୍ୟାଙ୍କ ହେଲେ-
DCB Bank – ୮% ବାର୍ଷିକ ସୁଧ
Bandhan Bank – ୮% ବାର୍ଷିକ ସୁଧ
IndusInd Bank – ୭.୮% ବାର୍ଷିକ ସୁଧ
RBL Bank – ୭.୭% ବାର୍ଷିକ ସୁଧ
YES Bank – ୭.୫% ବାର୍ଷିକ ସୁଧ

ଉଦାହରଣ ସ୍ୱରୂପ, ଯଦି ଜଣେ ବରିଷ୍ଠ ନାଗରିକ DCB ବ୍ୟାଙ୍କରେ ୨ ବର୍ଷ ପାଇଁ ୧୦ ହଜାର ଟଙ୍କା FD କରନ୍ତି, ତେବେ ମ୍ୟାଚୁରିଟି ସମୟରେ ପ୍ରାୟ ୧୧,୭୧୭ ଟଙ୍କା ମିଳିପାରେ ।

Senior Citizen FD କ’ଣ?
Senior Citizen FD ହେଉଛି ବରିଷ୍ଠ ନାଗରିକଙ୍କ ପାଇଁ ଏକ ସଞ୍ଚୟ ଯୋଜନା । ସାଧାରଣ ଗ୍ରାହକଙ୍କ ତୁଳନାରେ ଏଥିରେ ଅଧିକ ସୁଧ ମିଳିଥାଏ । କିଛି କ୍ଷେତ୍ରରେ ଅତିରିକ୍ତ ୦.୫% ରୁ ୦.୮% ପର୍ଯ୍ୟନ୍ତ ସୁଧ ମିଳିପାରେ।

Senior Citizen FD ଉପରେ କେତେ ସୁଧ ମିଳେ ? :- ବରିଷ୍ଠ ନାଗରିକଙ୍କ FD ଉପରେ ବିଭିନ୍ନ ବ୍ୟାଙ୍କ ୭% ରୁ ୮.୫% ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛନ୍ତି ।

ପୋଷ୍ଟ ଅଫିସ୍ Senior Citizen Scheme:- ପୋଷ୍ଟ ଅଫିସ୍‌ର Senior Citizen Savings Scheme (SCSS) ଉପରେ ବାର୍ଷିକ ପ୍ରାୟ ୮.୨% ସୁଧ ମିଳୁଛି ।

୫ ବର୍ଷ FD ଉପରେ କେତେ ସୁଧ ?:- ୫ ବର୍ଷର FD ଉପରେ ସୁଧ ହାର ବ୍ୟାଙ୍କ ଓ ଯୋଜନା ଅନୁସାରେ ଭିନ୍ନ ହୋଇଥାଏ । କିଛି ବ୍ୟାଙ୍କରେ ଏହା ୮% ପର୍ଯ୍ୟନ୍ତ ହୋଇପାରେ ।

SBI Senior Citizen FD ସୁଧ:- ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI)ର Senior Citizen FD ଉପରେ ସୁଧ ହାର ପ୍ରାୟ ୭.୦୫% ପର୍ଯ୍ୟନ୍ତ ରହିଛି ।

FDର ସୁଧ ହାର ସମୟ ଅନୁସାରେ ବଦଳିପାରେ । ନିବେଶ କରିବା ପୂର୍ବରୁ ସମ୍ପୃକ୍ତ ବ୍ୟାଙ୍କ କିମ୍ବା ଆର୍ଥିକ ବିଶେଷଜ୍ଞଙ୍କଠାରୁ ନିଶ୍ଚିତ ତଥ୍ୟ ନିଅନ୍ତୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: