Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Business

Petrol Diesel Rate / ପେଟ୍ରୋଲ ଏବଂ ଡିଜେଲ ଦରରେ ବଡ଼ ପରିବର୍ତ୍ତନ

Rashmita Mishra
Browse all articles by Rashmita Mishra
·8 months ago·2 min read
ପେଟ୍ରୋଲ ଏବଂ ଡିଜେଲ ଦରରେ ବଡ଼ ପରିବର୍ତ୍ତନ

Key Points

କମିଲା ପେଟ୍ରୋଲ ଦର । 
ପେଟ୍ରୋଲ ଏବଂ ଡିଜେଲ ଦରରେ ବଡ଼ ପରିବର୍ତ୍ତନ । 
ପ୍ରମୁଖ ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କିଛିଟା ପରିବର୍ତ୍ତନ ହୋଇଛି । 

ପେଟ୍ରୋଲ ଏବଂ ଡିଜେଲ ଦାମ୍ ପ୍ରତିଦିନ ବଦଳିଥାଏ । ସେହିକ୍ରମରେ ରବିବାର ଅଏଲ ମାର୍କେଟିଂ କମ୍ପାନୀମାନେ ଦେଶର ସମସ୍ତ ରାଜ୍ୟ ପାଇଁ ପେଟ୍ରୋଲ-ଡିଜେଲର ନୁଆ ଦର ସ୍ଥିର କରିଛନ୍ତି । ପ୍ରତିଦିନ ସକାଳେ ତେଲର ନୂଆ ଦର ନିର୍ଦ୍ଧାରଣ କରାଯାଇଥାଏ । ଯାହାଫଳରେ ଆଜି ଦେଶର ପ୍ରମୁଖ ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କିଛିଟା ପରିବର୍ତ୍ତନ ହୋଇଛି । ଭୁବନେଶ୍ୱରରେ ପେଟ୍ରୋଲ ଏବଂ ଡିଜେଲ ଦର ସାମାନ୍ୟ ହ୍ରାସ ପାଇଥିବା ଦେଖାଯାଇଛି । ରବିବାର ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧.୧୬ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୨.୭୪ ପଇସା ରହିଛି ।

ସେହିପରି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୪ ଟଙ୍କା ୭୭ ପଇସା ଓ ଡିଜେଲ ଦର ୮୭ ଟଙ୍କା ୬୭ ପଇସା ହୋଇଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୩ ଟଙ୍କା ୫୦ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୦.୦୩ ଟଙ୍କା ରହିଛି । କୋଲକାତାରେ ପେଟ୍ରୋଲ ଦର ୧୦୫. ୪୧ ଟଙ୍କା ଥିବାବେଳେ ଡିଜେଲ ଦର ୯୨ ଟଙ୍କା ୦୨ ପଇସା ରହିଛି । ଚେନ୍ନାଇରେ ପେଟ୍ରୋଲ ଦର ୧୦୦ ଟଙ୍କା ୮୦ ପଇସା ଥିବା ବେଳେ ଡିଜେଲ ଦାମ ୯୨ ଟଙ୍କା ୩୯ ପଇସା ରହିଛି ।

ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡ଼ିବା ପରେ ଏହାର ମୂଲ୍ୟ ସ୍ଥିର ହୋଇଥାଏ । ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ ।

ଏହାସହ ପଢ଼ନ୍ତୁ: ଖୁସିଖବର: ମାସ ଆରମ୍ଭରୁ କମିଲା LPG ଗ୍ୟାସ ଦର...

ସେପଟେ ନଭେମ୍ବର ମାସର ପ୍ରଥମ ଦିନରେ ଏଲ୍‌ପିଜି ସିଲିଣ୍ଡର ସମ୍ପର୍କରେ ଏକ ବଡ଼ ଘୋଷଣା କରାଯାଇଛି। ଏହା ଏଲ୍‌ପିଜି ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର ନେଇ ଆସିଛି । ନଭେମ୍ବର ମାସରରୁ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ପ୍ରତି ମାସର ପ୍ରଥମ ତାରିଖରେ ତୈଳ ବିପଣନ କମ୍ପାନିଗୁଡ଼ିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ସଂଶୋଧନ କରିଥାନ୍ତି।

ଚଳିତ ମାସରେ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି । କମ୍ପାନିଗୁଡ଼ିକ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ୪.୫ ରୁ ୬.୫ ଟଙ୍କା ହ୍ରାସ କରିଛନ୍ତି । ତେବେ ୧୪.୨ କିଲୋଗ୍ରାମ ଘରୋଇ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ତୈଳ ବିତରଣ କମ୍ପାନିଗୁଡ଼ିକ ଦ୍ୱାରା ପ୍ରକାଶିତ ନୂତନ ଦର ତାଲିକା ଅନୁଯାୟୀ, ଶନିବାର ନଭେମ୍ବର ୧ଠାରୁ ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ଖୁଚୁରା ବିକ୍ରୟ ମୂଲ୍ୟ ୧୫୯୫.୫୦ ଟଙ୍କା ପରିବର୍ତ୍ତେ ୧୫୯୦.୫୦ ଟଙ୍କା ହେବ।

କୋଲକାତାରେ ଏଲ୍‌ପିଜି ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୭୦୦.୫୦ ଟଙ୍କା ପରିବର୍ତ୍ତେ ୧୬୯୪ ଟଙ୍କା ହେବ। ମୁମ୍ବାଇରେ ଏବେ ଏହା ୧୫୪୭ ଟଙ୍କା ପରିବର୍ତ୍ତେ ୧୫୪୨ ଟଙ୍କାରେ ଉପଲବ୍ଧ ହେବ । ଚେନ୍ନାଇରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୭୫୪.୫ ଟଙ୍କା ପରିବର୍ତ୍ତେ ୧୭୫୦ ଟଙ୍କା ହେବ । ବାଣିଜ୍ୟିକ ସିଲିଣ୍ଡର ଶସ୍ତା ହେବା ଯୋଗୁ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଅନ୍ୟାନ୍ୟ ବ୍ୟବସାୟୀମାନଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Petrol Diesel Rate | Big Change in Petrol and Diesel Prices Today | Latest Fuel Price Update – Argus News | Argus News