ଫେରିଲା BSNLର ଭଲ ଦିନ ! ୧୭ ବର୍ଷ ପରେ ପ୍ରଫିଟ୍ ଦେଇ ଚର୍ଚ୍ଚାରେ

Key Points
ଦିନେ ସରକାରଙ୍କ ଦୁହାଁଳିଆ ଗାଈ ସାଜିଥିବା ବିଏସଏନଏଲ୍୨୦୦୭ରୁ କ୍ଷତି ସହୁଥିଲା । ୧୭ ବର୍ଷ କାଳ ଦୁର୍ନାମ ମୁଣ୍ଡାଇଥିବା ବିଏସଏନଏଲ୍ ଏବେ ସୁନାମ ଆଣିଛି ।
BSNL, ଦିନେ ଲୋକେ କହୁଥିଲେ କମ୍ପାନୀ ବୁଡ଼ିଯବ । ହେଲେ ମୋଦି ସରକାରଙ୍କ ତମାମ ପ୍ରୟାସ ପରେ ଏବେ ପୁଞ୍ଜି ଦେବା ଆରମ୍ଭ କରିଛି ବିଏସଏନଏଲ୍ । ୧୭ ବର୍ଷ ପରେ ପ୍ରଥମଥର ଲାଗି ବିଏସଏନଏଲ୍ ଲାଭ କରିଛି । ଏଥିସହ BSNLକୁ ନେଇ ଲାଗି ରହିଥିବା ତମାମ କଳ୍ପନା ଜଳ୍ପନା ଯେପରି କମ୍ପାନୀ ବନ୍ଦ ହେବା ଏବଂ ଘରୋଇ ସଂସ୍ଥାକୁ ଟେକି ଦେବା ଭଳି ଚର୍ଚ୍ଚାରେ ଲାଗିଛି ବିରାମ ।
ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ ୨୦୨୪ ଡିସେମ୍ବରରେ ୨୬୨ କୋଟି ଟଙ୍କା ଲାଭ କରିଛି । ଆଉ ଏହିଠୁ ଆରମ୍ଭ ହୋଇଛି କମ୍ପାନୀର ନୂଆ ଅଧ୍ୟାୟ । ଦିନେ ସରକାରଙ୍କ ଦୁହାଁଳିଆ ଗାଈ ସାଜିଥିବା ବିଏସଏନଏଲ୍୨୦୦୭ରୁ କ୍ଷତି ସହୁଥିଲା । ୧୭ ବର୍ଷ କାଳ ଦୁର୍ନାମ ମୁଣ୍ଡାଇଥିବା ବିଏସଏନଏଲ୍ ଏବେ ସୁନାମ ଆଣିଛି ।
୨୦୦୭ରୁ କ୍ଷତିରେ ଚାଲୁଥିବା ବିଏସଏନଏଲ୍ର ପ୍ରଦର୍ଶନ ସୁଧାର ଲାଗି ସରକାର ଅନେକ ପ୍ରୟାସ କରିଥିଲେ । ତଥାପି ସ୍ଥିତିରେ ଉନ୍ନତି ଆସି ନଥିଲା । ଆଶଙ୍କା କରା ଯାଉଥିଲା, ସରକାର ଘରୋଇ ସଂସ୍ଥାକୁ ବିଏସଏନଏଲ୍କୁ ଟେକି ଦେବେ । ଏପରିକି କମ୍ପାନୀର ଖରାପ ପ୍ରଦର୍ଶନ ପାଇଁ କର୍ମଚାରୀଙ୍କ ମନୋବଳ ଭାଙ୍ଗିବା ସହ କାମ ବି ପ୍ରଭାବିତ ହୋଇଥିଲା । କିନ୍ତୁ ଏବେ କମ୍ପାନୀର ଲାଭ କର୍ମଚାରୀଙ୍କୁ ନୂଆ ଜୋଶ୍ ଓ ମନୋବଳ ବଢ଼ାଇବ ।
📱 Get Argus News App
✨ଖରାପ ସ୍ଥିତି ସହ କ୍ଷତିରେ ଚାଲିଥିବା ବିଏସଏନଏଲ୍ ଗତ କିଛିବର୍ଷ ହେଲା ଭିତ୍ତିଭୂମି ଉପରେ କାମ କରୁଥିଲା । ଇଣ୍ଟରନେଟ୍ ସ୍ପିଡ୍ ସୁନିଶ୍ଚିତ କରିବା ଲାଗି ସ୍ଵଦେଶୀ ୪ଜି ଉପରେ କାମ କରିଥିଲା । ଆଉ ଯାହା ଆଜି ବିଏସଏନଏଲ୍ ଭାଗ୍ୟ ଖୋଲି ଦେଇଛି ।
ଦେଶର ଘରୋଇ ଟେଲିକମ୍ କମ୍ପାନୀର ବହୁ ପଛରେ ବିଏସଏନଏଲ୍ ୪ଜି ଆରମ୍ଭ କରିଥିଲା । ସବୁ କମ୍ପାନୀ ଟାରିଫ୍ ବଢ଼ାଇଥିବା ବେଳେ ବିଏସଏନଏଲ୍ ଦର ଶସ୍ତା ରଖି ଗ୍ରାହକଙ୍କ ବିଶ୍ଵାସ ଜିତିଥିଲା । କଲ୍ ଡ୍ରର୍ ବାରମ୍ବାର ନେଟ୍ ନ ଚାଲିବା ଭଳି ସମସ୍ୟାର ସମାଧାନ କରି ସିଗନାଲ୍ ମଜଭୁତ୍ କରିଛି ବିଏସଏନଏଲ୍ । ଆଉ ଏଥିପାଇଁ ଆବଶ୍ୟକ ଟଙ୍କା ସରକାର ଦେବା ପରେ ଏବେ ବିଏସଏନଏଲ୍ କମାଇବା ଆରମ୍ଭ କରିଛି ।