Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Business

Gold Price / ଜଲ୍‌ଦି କିଣନ୍ତୁ ସୁନା ଗହଣା, ଦିନକ ପାଇଁ କମିଛି ଦର ! ପୁଣି ବଢ଼ିବ...

Satyendu Sekhar Mishra
Browse all articles by Satyendu Sekhar Mishra
·5 months ago·2 min read
ଜଲ୍‌ଦି କିଣନ୍ତୁ ସୁନା ଗହଣା, ଦିନକ ପାଇଁ କମିଛି ଦର ! ପୁଣି ବଢ଼ିବ...
Gold Price

Key Points

ସାଧାରଣ ବର୍ଗର ପରିବାର ପାଇଁ ଏବେ ବି ସୁନା କିଣିବା ସାତ ସପନ ପାଲଟିଛି ।

ଗୋଟିଏ ଦିନ ପାଇଁ କମିଲା ସୁନା ଦର । ଗ୍ରାହକଙ୍କ ପାଇଁ ଖୁସି ଖବର । ତେବେ ସାରା ବିଶ୍ୱରେ ସୁନାକୁ ନେଇ ଚାହିଦା ବଢ଼ୁଥିବା ବେଳେ ସାଧାରଣ ଲୋକଙ୍କ ପାଇଁ ଏହା କାଳ ପାଲଟିଛି । ସୁନା ଦର ଆକାଶ ଛୁଆଁ ହୋଇଛି । ଯାହାକି ଗ୍ରାହକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସାଧାରଣ ବର୍ଗ କିମ୍ବା ନିମ୍ନ ମଧ୍ୟବିତ୍ତ ପରିବାର ପାଇଁ ବର୍ତ୍ତମାନର ସୁନା ଦର ଖୁବ୍‌ ଭୟଙ୍କର ସ୍ଥିତିରେ ରହିଛି । ସାଧାରଣ ବର୍ଗର ପରିବାର ପାଇଁ ଏବେ ବି ସୁନା କିଣିବା ସାତ ସପନ ପାଲଟିଛି । ତେବେ ଏହାରି ଭିତରେ ସବୁଠାରୁ ବଡ଼ ଖବର ହେଲା ଅଚାନକ କମିଲା ସୁନା ଦର ।

୧୦ ଗ୍ରାମ୍‌ ପିଛା ପ୍ରାୟ ୨ ହଜାର ଟଙ୍କା କମିଲା

-୨୪ କ୍ୟାରେଟ୍‌ ସୁନା ୧୦ ଗ୍ରାମ୍‌କୁ ୧ ଲକ୍ଷ ୫୪ ହଜାର ୩୧୦ ଟଙ୍କା
-୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମ୍‌କୁ ୧ ଲକ୍ଷ ୪୧ ହଜାର ୪୫୦ ଟଙ୍କା
-୧୮ କ୍ୟାରେଟ୍‌ ସୁନା ୧୦ ଗ୍ରାମ୍‌କୁ ୧ ଲକ୍ଷ ୧୫ ହଜାର ୭୩୦ ଟଙ୍କା

ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା ଯୋଗୁଁ ସୁନା, ରୁପାରେ ନିବେଶ ବଢୁଛି । ହେଲେ ଗତ ଗୋଟିଏ ସପ୍ତାହରେ ସୁନା ୧୦ ହଜାର ଓ ରୁପା ୩୦ ହଜାର ମହଙ୍ଗା ହେବା, ମଧ୍ୟବିତ୍ତଙ୍କୁ ଭାରି ବାଧୁଛି । ବିବାହ ଋତୁରେ ସୁନା ଗହଣା ଦୋକାନ ଫାଙ୍କା । କାରଣ ସୁନା ଓ ରୁପାର ଆକାଶ ଛୁଆଁ ଦର ଯୋଗୁଁ ଗ୍ରାହକଙ୍କ ଭିତରେ ଆଗ୍ରହ ନାହିଁ । ଆଗରୁ ସୁନା କିଣିବାକୁ ଲୋକେ ଡରୁଥିଲେ, ଏବେ ଡର ଏତେ ହେଲାଣି ଯେ ସୁନା କଥା ଭାବିବାକୁ ବି ଭୟ ଲାଗୁଛି । କିନ୍ତୁ ଆମ ଦେଶରେ ସୁନା ଗହଣା, ପ୍ରଥା, ପରମ୍ପରା ସହ ଜଡ଼ିତ । ତେଣୁ ଦର ଯେତେ ହେଉ ପଛେ ବିବାହ, ବ୍ରତରେ ସୁନା ଟିକେ ନିହାତି ଦରକାର । ହେଲେ ଅଳ୍ପରେ କାମ ଚଳାଇ ଦେବାକୁ ବି ମଧ୍ୟବିତ୍ତଙ୍କ ବଜେଟ୍ ଅନୁମତି ଦେଉନି । ବର୍ଷଟିଏ ମଧ୍ୟରେ ସୁନାର ଦର ଦୁଇଗୁଣା ହୋଇଛି ।

ଗୋଟିଏ ବର୍ଷରେ ସୁନା ଦୁଇଗୁଣା

୨୧ ଜାନୁଆରୀ ୨୦୨୫
୧୦ ଗ୍ରାମ୍ ୨୨ କ୍ୟାରେଟ୍ ସୁନା ଦର- ୭୪ ହଜାର ୫୦୦ ଟଙ୍କା
୧୦ ଗ୍ରାମ୍ ୨୪ କ୍ୟାରେଟ୍ ସୁନା ଦର- ୮୧ ହଜାର ୨୩୦ ଟଙ୍କା

୨୧ ଜାନୁଆରୀ ୨୦୨୬
୧୦ ଗ୍ରାମ୍ ୨୨ କ୍ୟାରେଟ୍ ସୁନା ଦର- ୧ ଲକ୍ଷ ୪୧ ହଜାର ଟଙ୍କା
୧୦ ଗ୍ରାମ୍ ୨୪ କ୍ୟାରେଟ୍ ସୁନା ଦର- ୧ ଲକ୍ଷ ୫୪ ହଜାର ଟଙ୍କା
ଏହି ଦର ଖୁବ୍‌ଶୀଘ୍ର ୨ଲକ୍ଷ ଛୁଇଁବାର ମଧ୍ୟ ସମ୍ଭାବନା ରହିଛି ।

ବର୍ଷକେରେ ରୁପା ସାଢ଼େ ତିନିଗୁଣା

୨୧ ଜାନୁଆରୀ ୨୦୨୫
୧ କିଲୋ ରୁପାର ଦର - ୯୯ ହଜାର ୫୦୦ ଟଙ୍କା
୨୧ ଜାନୁଆରୀ ୨୦୨୬
୧ କିଲୋ ରୁପାର ଦର - ୩ ଲକ୍ଷ ୪୦ ହଜାର ଟଙ୍କା

ସ୍ବାଭାବିକ ଭାବେ ପ୍ରଶ୍ନ ଉଠୁଛି କାହିଁକି ଏତେ ବଢ଼ୁଛି ସୁନା ଦର ?

ବିଶେଷଜ୍ଞଙ୍କ ମତରେ, ଅନ୍ତର୍ଜାତୀୟ ବଜାରରେ ଡଲାର ମୂଲ୍ୟ ହ୍ରାସ ଫଳରେ ବଢୁଛି ସୁନା ଓ ରୁପା ଦର । ଜିଓ ପଲିଟିକାଲ ଟେନସନ୍ ଓ ଟ୍ରେଡ୍ ୱାର୍ ଯୋଗୁ ସୁନାରେ ନିବେଶ ବଢ଼ୁଛି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଅସ୍ଥିରତା ବିଶ୍ବ ବଜାରରେ ପ୍ରଭାବ ପକାଉଛି । ସେୟାର ବାଜରରେ ହ୍ରାସ ଯୋଗୁଁ ସୁନାରେ ନିବେଶକୁ ନିରାପଦ ମଣୁଛନ୍ତି ନିବେଶକ । ଅଳଙ୍କାର ଓ ବାସନ କୁସନ ବାଦ ଶିଳ୍ପ କ୍ଷେତ୍ରରେ ବ୍ୟବହାର ହେଉଛି ରୁପା । ଆବଶ୍ୟକତା ତୁଳନାରେ ଯୋଗାଣ କମ୍ ହେଉଥିବାରୁ ରୁପା ଦର ବି ବଢୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Gold Price | Buy gold jewelry quickly, prices have dropped for a day! They will increase again... | Argus News