Videos
|
Business

DA Hike / କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିପାରେ ବଡ଼ ଉପହାର, ୪% ବଢ଼ିପାରେ ମହଙ୍ଗା ଭତ୍ତା

Rashmita Mishra
Browse all articles by Rashmita Mishra
·1 hour ago·2 min read
କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିପାରେ ବଡ଼ ଉପହାର, ୪% ବଢ଼ିପାରେ ମହଙ୍ଗା ଭତ୍ତା
DA Hike

Key Points

କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିପାରେ ବଡ଼ ଉପହାର । 
୪% ବଢ଼ିପାରେ ମହଙ୍ଗା ଭତ୍ତା... 

ଦେଶର ୫୦ ଲକ୍ଷରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୫ ଲକ୍ଷରୁ ଅଧିକ ପେନସନଭୋଗୀଙ୍କ ପାଇଁ ଆସିପାରେ ଖୁସି ଖବର । ନବରାତ୍ରି ଓ ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ବା DA ବୃଦ୍ଧି ନେଇ ବଡ଼ ଘୋଷଣା କରିପାରନ୍ତି । ଜୁଲାଇ ୨୦୨୬ରୁ ଲାଗୁ ହେବାକୁ ଥିବା DA ବୃଦ୍ଧିକୁ ନେଇ କେନ୍ଦ୍ରୀୟ କର୍ମଚାରୀମାନେ ଦୀର୍ଘଦିନ ଧରି ଅପେକ୍ଷା କରିଛନ୍ତି। ରିପୋର୍ଟ ଅନୁଯାୟୀ, ଏଥର ମହଙ୍ଗା ଭତ୍ତା ୪ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ ।

କେତେ ବଢ଼ିପାରେ DA ?
ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀମାନେ ବେସିକ୍ ବେତନର ୬୦ ପ୍ରତିଶତ ହାରରେ DA ପାଉଛନ୍ତି । ଜୁଲାଇ ୨୦୨୬ର All India Consumer Price Index for Industrial Workers ବା AICPI-IW ସୂଚକାଙ୍କ ୧୫୩.୨ରେ ପହଞ୍ଚିଥିବା କୁହାଯାଉଛି । ଏହି ଆଧାରରେ DA ୪ ପ୍ରତିଶତ ବଢ଼ିବାର ସମ୍ଭାବନା ରହିଛି । ଯଦି ୪ ପ୍ରତିଶତ ବୃଦ୍ଧି ହୁଏ, ତେବେ ମୋଟ DA ୬୦ ପ୍ରତିଶତରୁ ବଢ଼ି ୬୪ ପ୍ରତିଶତ ହୋଇପାରେ ।

କେବେ ହୋଇପାରେ ଘୋଷଣା ?
ସାଧାରଣତଃ ଜୁଲାଇରୁ ଲାଗୁ ହେଉଥିବା DA ବୃଦ୍ଧି ସମ୍ପର୍କରେ ସରକାର ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ଘୋଷଣା କରନ୍ତି । ଏଥର ମଧ୍ୟ କ୍ୟାବିନେଟ୍ ଅନୁମୋଦନ ପରେ ନବରାତ୍ରି କିମ୍ବା ଦୀପାବଳି ପୂର୍ବରୁ ଏନେଇ ଘୋଷଣା ହୋଇପାରେ । ଘୋଷଣାରେ ବିଳମ୍ବ ହେଲେ ମଧ୍ୟ ବୃଦ୍ଧି ପାଇଥିବା DA ଜୁଲାଇ ୧, ୨୦୨୬ରୁ ଲାଗୁ ହେବାର ସମ୍ଭାବନା ରହିଛି । ଫଳରେ କର୍ମଚାରୀମାନେ ପୂର୍ବ ମାସଗୁଡ଼ିକର ବକେୟା ଅର୍ଥ ବା ଏରିୟର ମଧ୍ୟ ପାଇପାରନ୍ତି ।

ଦରମାରେ କେତେ ବଢ଼ିବ ?
DA ୪ ପ୍ରତିଶତ ବଢ଼ିଲେ ଆପଣଙ୍କ ମୋଟ ଇନ୍-ହ୍ୟାଣ୍ଡ ସାଲାରି ସିଧାସଳଖ ୪ ପ୍ରତିଶତ ବଢ଼ିଯିବ, ଏହା ଠିକ୍ ନୁହେଁ । କାରଣ DAର ହିସାବ କର୍ମଚାରୀଙ୍କ ବେସିକ୍ ବେତନ ଉପରେ କରାଯାଏ । ଅର୍ଥାତ୍ ଯାହାଙ୍କ ବେସିକ୍ ବେତନ ଅଧିକ, ସେମାନେ DA ବୃଦ୍ଧିରୁ ଅଧିକ ଲାଭ ପାଇବେ । ଏହାସହ ପେନସନଭୋଗୀଙ୍କ Dearness Relief ବଢ଼ିଲେ ସେମାନଙ୍କ ମାସିକ ପେନସନରେ ମଧ୍ୟ ବୃଦ୍ଧି ହୋଇପାରେ । ତେବେ DA ବୃଦ୍ଧି ନେଇ ଚୂଡ଼ାନ୍ତ ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ଆଧିକାରିକ ଘୋଷଣା ପରେ ହିଁ ସ୍ପଷ୍ଟ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: