Videos
|
Business

DA Hike / କେନ୍ଦ୍ରୀୟ କର୍ମଚାରୀଙ୍କୁ ଡବଲ୍ ଖୁସି... ବଢ଼ିବ DA, ୮ମ ବେତନ କମିଶନକୁ ନେଇ ବଢ଼ିଲା ଆଶା

Rashmita Mishra
Browse all articles by Rashmita Mishra
·24 mins ago·2 min read
କେନ୍ଦ୍ରୀୟ କର୍ମଚାରୀଙ୍କୁ ଡବଲ୍ ଖୁସି... ବଢ଼ିବ DA, ୮ମ ବେତନ କମିଶନକୁ ନେଇ ବଢ଼ିଲା ଆଶା
DA Hike

Key Points

ସରକାରୀ ଚାକିରିଆଙ୍କୁ ଖୁସି ଖବର ବଢ଼ିବ ଦରମା ।
DA ବଢ଼ିବ ପକେଟକୁ ଆସିବ ଅଧିକ ଟଙ୍କା ।
୮ମ ବେତନ କମିଶନ କର୍ମଚାରୀଙ୍କୁ ବଡ଼ ଉପହାର ।
ଜାନୁଆରୀରେ ବଡ଼ ବୃଦ୍ଧି ୬୪% ଛୁଇଁପାରେ DA । 

ସରକାରୀ ଚାକିରିଆଙ୍କ ପାଇଁ ଖୁସିର ଖବର... ବଢ଼ିପାରେ ଦରମା, ପକେଟକୁ ଆସିପାରେ ଅଧିକ ଟଙ୍କା । ଗୋଟିଏ ପଟେ ୮ମ ବେତନ କମିଶନକୁ ନେଇ ଆଶା ବଢ଼ିଛି, ତ ଅନ୍ୟପଟେ DA ବୃଦ୍ଧିର ସମ୍ଭାବନା ମଧ୍ୟ କର୍ମଚାରୀଙ୍କ ମୁହଁରେ ହସ ଆଣିଛି । CPI-IWର ନୂଆ ତଥ୍ୟ ଏବେ ଦେଇଛି ବଡ଼ ସଙ୍କେତ ଜାନୁଆରୀ ୨୦୨୭ରେ ୬୪% ନିକଟରେ ପହଞ୍ଚିପାରେ DA । ତେବେ କେତେ ବଢ଼ିବ ମହଙ୍ଗା ଭତ୍ତା, କେବେ ବଢ଼ିବ ଦରମା ଏବଂ ୮ମ ବେତନ କମିଶନରେ କ’ଣ ମିଳିବ ଜାଣନ୍ତୁ ପୂରା ଖବର ।

କେନ୍ଦ୍ରୀୟ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କ ପାଇଁ ଆସନ୍ତା ସମୟରେ ଡବଲ୍ ଖୁସି ଖବର ଆସିପାରେ । ଗୋଟିଏ ପଟେ ୮ମ ବେତନ କମିଶନର ସୁପାରିସକୁ ନେଇ ଆଶା ବଢ଼ୁଥିବା ବେଳେ ଅନ୍ୟପଟେ ୨୦୨୬ର ଦ୍ୱିତୀୟ ଭାଗର ମହଙ୍ଗା ଭତ୍ତା ବା DA ବୃଦ୍ଧିକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ନୂଆ ତଥ୍ୟ ଅନୁସାରେ ଆଗାମୀ ଦିନରେ କର୍ମଚାରୀଙ୍କ ଦରମାରେ ବୃଦ୍ଧି ହେବାର ସମ୍ଭାବନା ରହିଛି ।

କେନ୍ଦ୍ରୀୟ କର୍ମଚାରୀଙ୍କୁ ବର୍ଷକୁ ଦୁଇଥର, ଜାନୁଆରୀ ଓ ଜୁଲାଇରୁ ପ୍ରଭାବୀ ହେଉଥିବା DA ବୃଦ୍ଧି ମିଳିଥାଏ । ବର୍ତ୍ତମାନ କର୍ମଚାରୀମାନେ ୬୦ ପ୍ରତିଶତ ହାରରେ DA ପାଉଛନ୍ତି । ୨୦୨୬ ଜାନୁଆରୀରେ DAରେ ୨ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଏବେ ଜୁଲାଇ ୨୦୨୬ରୁ ପ୍ରଭାବୀ ହେବାକୁ ଥିବା ନୂଆ DAର ଔପଚାରିକ ଘୋଷଣା ଅକ୍ଟୋବରରେ ହୋଇପାରେ ବୋଲି ଆଶା କରାଯାଉଛି ।

ଏହି ମଧ୍ୟରେ ଶ୍ରମ ମନ୍ତ୍ରଣାଳୟ ଅଧୀନ ଲେବର ବ୍ୟୁରୋ ପକ୍ଷରୁ ପ୍ରକାଶିତ CPI-IW ତଥ୍ୟ ନୂଆ ସଙ୍କେତ ଦେଇଛି । ଜୁନ୍ ୨୦୨୬ରେ CPI-IW ସୂଚକାଙ୍କ ୧୫୧.୯ ଥିବା ବେଳେ ଜୁଲାଇରେ ଏହା ୧.୩ ପଏଣ୍ଟ ବଢ଼ି ୧୫୩.୨ରେ ପହଞ୍ଚିଛି । ଏହି ତଥ୍ୟକୁ ଆଧାର କରି ଜାନୁଆରୀ ୨୦୨୭ର DA ପ୍ରାୟ ୬୪ ପ୍ରତିଶତ ନିକଟରେ ପହଞ୍ଚିପାରେ ବୋଲି ପ୍ରାରମ୍ଭିକ ଆକଳନ କରାଯାଉଛି ।

ତେବେ ଏହାକୁ ଏବେଠାରୁ ନିଶ୍ଚିତ ବୋଲି ଧରିବା ଠିକ୍ ହେବ ନାହିଁ । କାରଣ ଜାନୁଆରୀ ୨୦୨୭ର ଅନ୍ତିମ DA ନିର୍ଦ୍ଧାରଣ ପାଇଁ ଅଗଷ୍ଟରୁ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ CPI-IW ତଥ୍ୟ ଆସିବା ବାକି ରହିଛି । ସେହି ସମସ୍ତ ତଥ୍ୟକୁ ଆଧାର କରି ଅନ୍ତିମ ହାର ନିର୍ଦ୍ଧାରଣ ହେବ ।

ଅନ୍ୟପଟେ ୮ମ ବେତନ କମିଶନକୁ ନେଇ ମଧ୍ୟ କର୍ମଚାରୀଙ୍କ ଆଶା ବଢ଼ିଛି । ବେତନ କମିଶନର ସୁପାରିସ ଆସିବା ପର୍ଯ୍ୟନ୍ତ DA ବୃଦ୍ଧି କର୍ମଚାରୀଙ୍କୁ ମହଙ୍ଗା ଦରରୁ କିଛିଟା ରିଲିଫ୍ ଦେବ ବୋଲି ଆଶା କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: