Salary Hike / ଦୀପାବଳି ପୂର୍ବରୁ ବଢ଼ିବ ଦରମା ? ଆଜି DA ବୃଦ୍ଧିକୁ ମିଳିବ ମଞ୍ଜୁରି
·1 hour ago·3 min read

Key Points
କେନ୍ଦ୍ର କର୍ମଚାରୀଙ୍କୁ ଖୁସିଖବର ୬୩% ହେବ କି DA ?
ଦୀପାବଳି ପୂର୍ବରୁ ବଢ଼ିବ ଦରମା ? DA ବୃଦ୍ଧିକୁ ନେଇ ବଡ଼ ଅପଡେଟ୍
ଆଜି DA ବୃଦ୍ଧିକୁ ମିଳିବ ମଞ୍ଜୁରି ? ୬୦%ରୁ ହେବ ୬୩% !
କର୍ମଚାରୀଙ୍କୁ ମିଳିବ ବଡ଼ ଉପହାର ? ଦରମା ବଢ଼ିବ ୧୩୪୭ ଟଙ୍କା !

କେନ୍ଦ୍ର ସରକାରଙ୍କ କୋଟି କୋଟି କର୍ମଚାରୀ ଓ ପେନ୍ସନଭୋଗୀଙ୍କ ପାଇଁ ଆଜିର ଦିନ ଗୁରୁତ୍ୱପୂର୍ଣ୍ଣ ହୋଇପାରେ । ଜୁଲାଇ ୧ରୁ ଲାଗୁ ହେବାକୁ ଥିବା ମହଙ୍ଗା ଭତ୍ତା (DA) ବୃଦ୍ଧିକୁ ଅପେକ୍ଷା କରିଥିବା କର୍ମଚାରୀଙ୍କ ନଜର ଆଜି ହେବାକୁ ଥିବା କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକ ଉପରେ ରହିଛି । ଗତ କିଛି ସପ୍ତାହ ଧରି DA ବୃଦ୍ଧି ଘୋଷଣା ନହେବାରୁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିଲା । ଏହାକୁ ନେଇ ନିକଟରେ ବିରୋଧ ପ୍ରଦର୍ଶନ ମଧ୍ୟ ହୋଇଥିଲା । ତେବେ ଆଜିର କ୍ୟାବିନେଟ୍ ବୈଠକରୁ କର୍ମଚାରୀମାନେ କ’ଣ ଆଶା ରଖିଛନ୍ତି ? DA ବଢ଼ିଲେ ମାସିକ ଦରମାରେ କେତେ ଟଙ୍କା ବୃଦ୍ଧି ହେବ ? ଆସନ୍ତୁ ଜାଣିବା ।
ଆଜି କ୍ୟାବିନେଟ୍ ବୈଠକରେ ହୋଇପାରେ DA ବୃଦ୍ଧି ଘୋଷଣା
କେନ୍ଦ୍ରୀୟ କର୍ମଚାରୀ ସଂଗଠନଗୁଡ଼ିକର ମତରେ, ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରିବାରେ ପୂର୍ବରୁ ହିଁ ଅନେକ ବିଳମ୍ବ ହୋଇସାରିଛି । ଅଲ୍ ଇଣ୍ଡିଆ ନ୍ୟୁ ପେନ୍ସନ୍ ସ୍କିମ୍ (AINPS) ଏବଂ ଡିଫେନ୍ସ ଏମ୍ପ୍ଲୟିଜ୍ ଫେଡେରେସନ୍ (AIDEF) ଭଳି ସଂଗଠନ ଆଶା ରଖିଛନ୍ତି ଯେ ସରକାର ଆଜି ବୁଧବାର ହେବାକୁ ଥିବା ସାପ୍ତାହିକ କ୍ୟାବିନେଟ୍ ବୈଠକରେ DA ବୃଦ୍ଧିକୁ ମଞ୍ଜୁରି ଦେଇପାରନ୍ତି ।
ସାଧାରଣତଃ ପର୍ବପର୍ବାଣୀ ସମୟରେ ସରକାର ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରିଥାନ୍ତି । ଏବେ ଦୀପାବଳି ନିକଟତର ହେଉଥିବାରୁ କର୍ମଚାରୀଙ୍କ ଆଶା ଆହୁରି ବଢ଼ିଛି । ତେବେ କ୍ୟାବିନେଟ୍ର ଆନୁଷ୍ଠାନିକ ନିଷ୍ପତ୍ତି ଆସିବା ପରେ ହିଁ DA ବୃଦ୍ଧି ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିବ ।
ପୂର୍ବ ବୈଠକରେ କ’ଣ ହୋଇଥିଲା ?
ଅକ୍ଟୋବର ୧୪ ତାରିଖରେ ହୋଇଥିବା କ୍ୟାବିନେଟ୍ ବୈଠକରେ ସରକାର ରେଳବାଇ ଓ ଅନ୍ୟ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା କରିଥିଲେ । କିନ୍ତୁ ମହଙ୍ଗା ଭତ୍ତା ବୃଦ୍ଧି ନେଇ କୌଣସି ନିଷ୍ପତ୍ତି ହୋଇନଥିଲା । ଏହା ପରେ ଅକ୍ଟୋବର ୧୬ ତାରିଖରେ କର୍ମଚାରୀମାନେ ମଧ୍ୟାହ୍ନ ବିରତି ସମୟରେ ବିରୋଧ ପ୍ରଦର୍ଶନ କରିଥିଲେ । ବକେୟା DA ଓ ପେନ୍ସନଭୋଗୀଙ୍କ ପାଇଁ ମହଙ୍ଗା ରିଲିଫ୍ (DR) ଶୀଘ୍ର ଜାରି କରିବାକୁ ସେମାନେ ଦାବି କରିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୬୦%ରୁ ବଢ଼ି ୬୩% ହୋଇପାରେ DA
ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀମାନେ ମୂଳ ଦରମାର ୬୦% ହାରରେ ମହଙ୍ଗା ଭତ୍ତା ପାଉଛନ୍ତି । ଗତ ୧୨ ମାସର ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟକୁ ଆଧାର କରି ଏଥର DAରେ ୩ ପ୍ରତିଶତ ବୃଦ୍ଧି ହୋଇପାରେ ବୋଲି ଆକଳନ କରାଯାଉଛି । ଯଦି ସରକାର ୩% ବୃଦ୍ଧିକୁ ଅନୁମୋଦନ କରନ୍ତି, ତେବେ DA ୬୦%ରୁ ବଢ଼ି ୬୩% ହୋଇଯିବ । ଏହା ଫଳରେ କର୍ମଚାରୀଙ୍କ ମାସିକ ଦରମାରେ ବୃଦ୍ଧି ହେବ ।
ଦରମା କେତେ ବଢ଼ିବ ? ଦେଖନ୍ତୁ ହିସାବ
ଉଦାହରଣ ସ୍ୱରୂପ, ଲେଭଲ୍-୭ର ଜଣେ କେନ୍ଦ୍ରୀୟ କର୍ମଚାରୀଙ୍କ ମୂଳ ଦରମା ୪୪,୯୦୦ ଟଙ୍କା ହୋଇଥିଲେ, ତାଙ୍କ ଦରମାର ହିସାବ ଏହିପରି ହେବ ।
- ମୂଳ ଦରମା: ୪୪,୯୦୦ ଟଙ୍କା
- ବର୍ତ୍ତମାନ ୬୦% DA: ୨୬,୯୪୦ ଟଙ୍କା
- ମୂଳ ଦରମା + DA: ୭୧,୮୪୦ ଟଙ୍କା
- ପ୍ରସ୍ତାବିତ ୬୩% DA: ୨୮,୨୮୭ ଟଙ୍କା
- ନୂଆ ମୂଳ ଦରମା + DA: ୭୩,୧୮୭ ଟଙ୍କା
ଅର୍ଥାତ୍, DA ୩% ବଢ଼ିଲେ ଏହି କର୍ମଚାରୀଙ୍କ ମାସିକ ଦରମାରେ ୧,୩୪୭ ଟଙ୍କା ଅଧିକ ମିଳିପାରେ । ତେବେ ଏହା କେବଳ ଏକ ଆନୁମାନିକ ହିସାବ । ପ୍ରକୃତ ବୃଦ୍ଧି ସରକାରଙ୍କ ଘୋଷଣା ଓ ଅନ୍ୟାନ୍ୟ ପ୍ରଯୁଜ୍ୟ ନିୟମ ଉପରେ ନିର୍ଭର କରିବ ।
ପର୍ବପର୍ବାଣୀ ସମୟରେ ବଢ଼ିଛି କର୍ମଚାରୀଙ୍କ ଆଶା
କେନ୍ଦ୍ର ସରକାର ସାଧାରଣତଃ ବର୍ଷକୁ ଦୁଇଥର, ଜାନୁଆରୀ ଓ ଜୁଲାଇରୁ ଲାଗୁ ହେଉଥିବା ମହଙ୍ଗା ଭତ୍ତାରେ ପରିବର୍ତ୍ତନ କରିଥାନ୍ତି। ଯଦିଓ ଏହାର ଘୋଷଣା ପାଇଁ କୌଣସି ନିର୍ଦ୍ଦିଷ୍ଟ ତାରିଖ ନାହିଁ, ତଥାପି ହୋଲି, ଦଶହରା ଓ ଦୀପାବଳି ଭଳି ପ୍ରମୁଖ ପର୍ବପର୍ବାଣୀ ସମୟରେ ଏହି ଘୋଷଣା ହେବାର ନଜିର ରହିଛି ।
ଏବେ ଦୀପାବଳି ପାଖେଇ ଆସୁଥିବାରୁ କେନ୍ଦ୍ରୀୟ କର୍ମଚାରୀ ଓ ପେନ୍ସନଭୋଗୀମାନେ ଆଜିର କ୍ୟାବିନେଟ୍ ବୈଠକରୁ ଭଲ ଖବର ଆଶା କରୁଛନ୍ତି । DAରେ ୩% ବୃଦ୍ଧି ଏବେ ଏକ ଆକଳନ ମାତ୍ର । ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ଘୋଷଣା ନହେବା ପର୍ଯ୍ୟନ୍ତ ଏହାକୁ ଚୂଡ଼ାନ୍ତ ନିଷ୍ପତ୍ତି ବୋଲି ଧରିନେବା ଉଚିତ୍ ନୁହେଁ ।

Related Topics
Explore more stories