Videos
|
Business

Salary Hike / କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଖୁସି ଖବର ! ୨୦୨୭ରେ ୬୭% ହୋଇପାରେ DA

Rashmita Mishra
Browse all articles by Rashmita Mishra
·1 hour ago·2 min read
କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଖୁସି ଖବର ! ୨୦୨୭ରେ ୬୭% ହୋଇପାରେ DA
Salary Hike

Key Points

କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଖୁସି ଖବର । 
୨୦୨୭ରେ ୬୭% ହୋଇପାରେ DA । 
୬୭% ହେବ DA !

କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଆସିଛି ଆଶ୍ୱସ୍ତି ଭରା ଖବର । ଏକପଟେ କର୍ମଚାରୀମାନେ ଜୁଲାଇ ୨୦୨୬ର ମହଙ୍ଗା ଭତ୍ତା ବା ଡିଏ (DA Hike) ଘୋଷଣାକୁ ଅପେକ୍ଷା କରୁଥିବା ବେଳେ, ଅନ୍ୟପଟେ ଜାନୁଆରୀ ୨୦୨୭ର ଡିଏକୁ ନେଇ ଆସିଥିବା ଆକଳନ ଆଶା ବଢ଼ାଇଛି । ନୂଆ ଆକଳନ ଅନୁଯାୟୀ, ଜାନୁଆରୀ ୨୦୨୭ ସୁଦ୍ଧା କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୬୭ ପ୍ରତିଶତ ଛୁଇଁପାରେ ।

ଶିଳ୍ପ ଶ୍ରମିକଙ୍କ ପାଇଁ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (CPI-IW)ର ଅଗଷ୍ଟ ମାସର ତଥ୍ୟ ଏହି ଆଶାକୁ ଆହୁରି ବଢ଼ାଇଛି । ରିପୋର୍ଟ ଅନୁଯାୟୀ, ଅଗଷ୍ଟରେ CPI-IWରେ ୧.୨ ପଏଣ୍ଟ ବୃଦ୍ଧି ହୋଇ ଏହା ୧୫୪.୪୦ ପଏଣ୍ଟରେ ପହଞ୍ଚିଛି । ଏହି ତଥ୍ୟ ଆଧାରରେ ଜୁଲାଇ ୨୦୨୬ ସାଇକେଲ ପାଇଁ ଡିଏ ପ୍ରାୟ ୬୫.୦୩ ପ୍ରତିଶତ ହୋଇପାରେ ବୋଲି ଆକଳନ କରାଯାଉଛି ।

ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ CPI-IWର ସ୍ତର ଏହି ଧାରାରେ ରହିଲେ, ନଭେମ୍ବର ସୁଦ୍ଧା ଡିଏ ହାର ପ୍ରାୟ ୬୬.୯୧ ପ୍ରତିଶତରେ ପହଞ୍ଚିପାରେ । ଫଳରେ ଜାନୁଆରୀ ୨୦୨୭ରେ DA/DR ୬୭ ପ୍ରତିଶତ ହେବାର ସମ୍ଭାବନା ରହିଛି । ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀମାନେ ୬୦ ପ୍ରତିଶତ ଡିଏ ପାଉଛନ୍ତି । ଯଦି ଜାନୁଆରୀ ୨୦୨୭ରେ ଏହା ୬୭ ପ୍ରତିଶତକୁ ବଢ଼େ, ତେବେ ଡିଏରେ ୭ ପ୍ରତିଶତ ବୃଦ୍ଧି ହେବ ।

ଗତ କିଛି ବର୍ଷରେ କିପରି ବଢ଼ିଛି DA ?
- ଜୁଲାଇ ୨୦୨୩: ୪୬%
- ଜାନୁଆରୀ ୨୦୨୪: ୫୦%
- ଜୁଲାଇ ୨୦୨୪: ୫୫%
- ଜୁଲାଇ ୨୦୨୫: ୫୮%
- ଜାନୁଆରୀ ୨୦୨୬: ୬୦%
- ଜାନୁଆରୀ ୨୦୨୭: ୬୭% (ଆକଳନ)

ସପ୍ତମ ବେତନ କମିଶନ ଅଧୀନରେ ଡିଏ ବୃଦ୍ଧି କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ବଡ଼ ଆର୍ଥିକ ରାହାତ ଆଣିପାରେ । ତେବେ ଏହି ୬୭ ପ୍ରତିଶତ ଡିଏ ଏବେ କେବଳ ଆକଳନ ଉପରେ ଆଧାରିତ । ଶେଷ ନିଷ୍ପତ୍ତି ଓ ସରକାରୀ ଘୋଷଣା ପରେ ହିଁ ଏହା ସ୍ପଷ୍ଟ ହେବ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: