Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମହାକୁମ୍ଭରେ ଚମକିଲା ଭାଗ୍ୟ, ଦିନକରେ ୧ ଲକ୍ଷ କପ୍ ଚା' ବିକ୍ରି ପରେ IPO ଆଣିବାକୁ ଯୋଜନା

Business

ମହାକୁମ୍ଭରେ ଚମକିଲା ଭାଗ୍ୟ, ଦିନକରେ ୧ ଲକ୍ଷ କପ୍ ଚା' ବିକ୍ରି ପରେ IPO ଆଣିବାକୁ ଯୋଜନା

Sushanta Sahoo
Browse all articles by Sushanta Sahoo
·1 year ago·1 min read
ମହାକୁମ୍ଭରେ ଚମକିଲା ଭାଗ୍ୟ, ଦିନକରେ ୧ ଲକ୍ଷ କପ୍ ଚା' ବିକ୍ରି ପରେ IPO ଆଣିବାକୁ ଯୋଜନା

ପ୍ରୟାଗରାଜ ମହାକୁମ୍ଭ ମେଳାରେ ଚାୟ ପଏଣ୍ଟକୁ ସଫଳତା ମିଳିଛି । କମ୍ପାନୀ ତାର ଲିମିଟେଡ୍ ଏଡିସନ୍ ଷ୍ଟୋର୍ସ ଜରିଆରେ ଗୋଟିଏ ଦିନରେ ୧ ଲକ୍ଷ କପ୍‌ରୁ ଅଧିକ ଚା' ବିକ୍ରି କରିଛି । ଏହା ଫଳରେ ବ୍ରାଣ୍ଡର ଲୋକପ୍ରିୟତା ମଧ୍ୟ ବଢ଼ିଛି । ଚାୟ ପଏଣ୍ଟ ହେଉଛି ଏକ ଜଣାଶୁଣା ଚାୟ କାଫେ । ଏବେ ଏହି କମ୍ପାନୀ ସେୟାର ବଜାରରେ ସ୍ଥିତି ଜାହିର୍ ପାଇଁ ପ୍ରୟାସ ଆରମ୍ଭ କରିଛି ।


ଚାୟ ପଏଣ୍ଟର ସହ ସଂସ୍ଥାପକ ତଋଣ ଖନ୍ନା କହିଛନ୍ତି, କମ୍ପାନୀ ଶୀଘ୍ର ଆଇପିଓ ଆଣିବାକୁ ଲକ୍ଷ୍ୟ ରଖିଛି । ୨୦୦୯ ମସିହାରେ ମୁମ୍ବାଇରେ ଚା' ପିଇବା ବେଳେ ହାର୍ବାର୍ଡ ପ୍ରଫେସର ଖନ୍ନା ଓ ତାଙ୍କ ଛାତ୍ର ଅମୂଲ୍ୟ ସିଂହ ବିଜରାଲ ମୁଣ୍ଡକୁ ଆସିଥିଲା ଆଇଡିଆ । ଯାହାର ଉଦ୍ଦେଶ୍ୟ ଥିଲା ଲୋକଙ୍କୁ ଉନ୍ନତମାନର ଓ ସ୍ଵଚ୍ଛ ପରିବେଶରେ କମ୍ ଦାମରେ ଚା' ଯୋଗାଇବା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏବେ ଚାୟ ପଏଣ୍ଟ ୨୦୨୬ ମେ ମାସରେ ଆଇପିଓ ଆଣିବା ଲାଗି ଯୋଜନା କରୁଛି । ତେବେ କମ୍ପାନୀର ବାଣିଜ୍ୟିକ ମଡେଲ୍ ଫ୍ରାଞ୍ଚାଇଜ୍ ଆଧାରିତ ନୁହେଁ । କମ୍ପାନୀ ଯେଉଁଠି ବି ଷ୍ଟୋର ଖୋଲିଛି ତାହା ନିଜସ୍ଵ । କୋଭିଡ୍ ସମୟରେ ବେଶ୍ କ୍ଷତି ସହିଥିବା ଚାୟ ପଏଣ୍ଟ ଏବେ ପୁଣି ଟ୍ରାକ୍‌କୁ ଫେରିଛି । ଇଣ୍ଡିଆ ରନ୍ସ ଅନ୍ ଚାୟ ନାରା ଦେଇଛି କମ୍ପାନୀ । ଟେକ୍ନୋଲୋଜି ଓ ପରମ୍ପରାକୁ ବାନ୍ଧି ଚାୟ ପଏଣ୍ଟ ଭାରତର ଚା' ଅନୁଭବକୁ ନୂଆ ରୂପ ଦେବାକୁ ଚାହୁଁଛି ।


୨୦୦୯ରୁ ଆରମ୍ଭ ହୋଇଥିବା ପରିକଳ୍ପନା ୨୦୧୦ରେ ବେଙ୍ଗାଲୁରୁରେ ପ୍ରଥମ ଚାୟ ପଏଣ୍ଟ ଖୋଲିଥିଲା । ଏହା ପରେ ଦିଲ୍ଲୀ, ମୁମ୍ବାଇ ଓ ପୁଣରେ ପହଞ୍ଚିଥିଲା । ଏବେ ସାରା ଦେଶରେ ଚାୟ ପଏଣ୍ଟର ୧୭୦ରୁ ଅଧିକ ଷ୍ଟୋର ରହିଛି । ଆଗାମୀ ୨ ବର୍ଷରେ ଆଉ ୩୦୦ଟି ଷ୍ଟୋର ଖୋଲିବାକୁ ଲକ୍ଷ୍ୟ ରଖିଛି କମ୍ପାନୀ ।

Argus Whatsapp Channel Mobile Top
Sponsored
Chai Point Sold 1 Lakh Cups Of Chai In 1 Day In Kumbh Mela | Argus News