PF Balance Check / ଏଣିକି WhatsAppରେ ଚେକ୍ କରିପାରିବେ PF ବାଲାନ୍ସ, ଜାଣନ୍ତୁ ପୂରା ପ୍ରକ୍ରିୟା

Key Points
WhatsAppରୁ ଡାଉନଲୋଡ୍ କରିପାରିବେ EPF ପାସବୁକ୍
ଏହି ସୁବିଧା ବ୍ୟବହାର କରିବାବେଳେ ରଖନ୍ତୁ ଧ୍ୟାନ
ଚାକିରି କରୁଥିବା ଲୋକଙ୍କ ପାଇଁ କର୍ମଚାରୀ ଭବିଷ୍ୟନିଧି ସଂଗଠନ (EPFO) ପକ୍ଷରୁ ଆସିଛି ଏକ ଖୁସି ଖବର । ଏଣିକି ନିଜର PF ବାଲାନ୍ସ ଚେକ୍ କରିବା କିମ୍ବା ପାସବୁକ୍ ଦେଖିବା ପାଇଁ ବାରମ୍ବାର UMANG ଆପ୍ ଖୋଲିବାକୁ ପଡ଼ିବ ନାହିଁ । ଏପରିକି EPFO ମେମ୍ବର ପୋର୍ଟାଲରେ ପାସୱାର୍ଡ ଦେଇ ଲଗ୍ଇନ୍ କରିବାର ଝଞ୍ଜଟ ମଧ୍ୟ ରହିବ ନାହିଁ । ଏବେ ଆପଣ ଘରେ ବସି କେବଳ WhatsApp ମାଧ୍ୟମରେ ନିଜର PF ବାଲାନ୍ସ ଏବଂ ପୂର୍ବର ୫ଟି ଟ୍ରାଞ୍ଜାକ୍ସନ୍ ସମ୍ପର୍କରେ ଜାଣିପାରିବେ ।
କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡଭିୟ EPFOର ୭୪ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ନୂଆ ସୁବିଧା ଘୋଷଣା କରିଛନ୍ତି । ଏହାଦ୍ୱାରା PF ଆକାଉଣ୍ଟ ସମ୍ପର୍କିତ ଜରୁରୀ ତଥ୍ୟ ଜାଣିବା ଆହୁରି ସହଜ ହେବ ।
WhatsAppରେ କିପରି ଚେକ୍ କରିବେ PF ବାଲାନ୍ସ ?
ଏଥିପାଇଁ ଆପଣଙ୍କୁ କେବଳ କିଛି ସହଜ ଷ୍ଟେପ୍ ଅନୁସରଣ କରିବାକୁ ପଡ଼ିବ ।
- 1. ପ୍ରଥମେ ନିଜ ମୋବାଇଲରେ EPFOର ଅଫିସିଆଲ୍ WhatsApp ନମ୍ବର +91 87964 41800 ସେଭ୍ କରନ୍ତୁ । ଚାହିଁଲେ ଅଫିସିଆଲ୍ ଘୋଷଣାରେ ଦିଆଯାଇଥିବା QR କୋଡ୍ ସ୍କାନ୍ ମଧ୍ୟ କରିପାରିବେ ।
2. ଏହାପରେ WhatsApp ଖୋଲି ସେଭ୍ କରିଥିବା ନମ୍ବରରେ ଚାଟ୍ ଆରମ୍ଭ କରନ୍ତୁ।
3. ଚାଟ୍ ବକ୍ସରେ 'Hi' ଲେଖି ମେସେଜ୍ ପଠାନ୍ତୁ ।
4. ଏହାପରେ ଚାଟ୍ବଟ୍ ପକ୍ଷରୁ ଏକ ୱେଲକମ୍ ମେସେଜ୍ ଆସିବ । ଏଥିରେ ନିଜ ପସନ୍ଦର ଭାଷା (ହିନ୍ଦୀ କିମ୍ବା ଇଂରାଜୀ) ବାଛିବାକୁ ପଡ଼ିବ ।
5. ଚାଟ୍ ମେନୁରୁ 'PF Balance' ବିକଳ୍ପ ଚୟନ କରନ୍ତୁ ।
6. ଆପଣଙ୍କ ପରିଚୟ ଯାଞ୍ଚ ପାଇଁ UAN ସହ ଲିଙ୍କ୍ ଥିବା ମୋବାଇଲ୍ ନମ୍ବରକୁ ଏକ OTP ଆସିବ । ଏହି OTPକୁ ଚାଟ୍ରେ ଦିଅନ୍ତୁ ।
7. ଭେରିଫିକେସନ୍ ପୂରା ହେବା ପରେ ଯଦି ଆପଣଙ୍କ UAN ସହ ଏକାଧିକ Member ID ଲିଙ୍କ୍ ହୋଇଥାଏ, ତେବେ ନିଜର ସମ୍ପୃକ୍ତ PF ଆକାଉଣ୍ଟ ବାଛନ୍ତୁ ।
ଏତିକି କରିବା ପରେ ଚାଟ୍ବଟ୍ ଆପଣଙ୍କ PF ଆକାଉଣ୍ଟର ନୂଆ ବାଲାନ୍ସ ଦେଖାଇଦେବ ।
WhatsAppରୁ ଡାଉନଲୋଡ୍ କରିପାରିବେ EPF ପାସବୁକ୍
କେବଳ PF ବାଲାନ୍ସ ନୁହେଁ, ଏହି ନୂଆ ସୁବିଧା ମାଧ୍ୟମରେ ଆପଣ ଆହୁରି ଅନେକ କାମ କରିପାରିବେ ।
- ପାସବୁକ୍ ଡାଉନଲୋଡ୍: ଚାଟ୍ରେ 'Passbook Download' ବିକଳ୍ପ ବାଛି ନିଜ ଆକାଉଣ୍ଟରେ ପ୍ରତି ମାସରେ ଜମା ହେଉଥିବା ଅର୍ଥ ଏବଂ ସମସ୍ତ ଟ୍ରାଞ୍ଜାକ୍ସନ୍ର ରେକର୍ଡ ଦେଖିବା ସହ ଡାଉନଲୋଡ୍ କରିପାରିବେ । ଏହାଦ୍ୱାରା କମ୍ପାନୀ ଆପଣଙ୍କ PF ଟଙ୍କା ଠିକ୍ ସମୟରେ ଜମା କରୁଛି କି ନାହିଁ, ତାହା ଜାଣିହେବ ।
- ପୂର୍ବର ୫ଟି ଟ୍ରାଞ୍ଜାକ୍ସନ୍: ନିଜ ଆକାଉଣ୍ଟରେ ନିକଟରେ ହୋଇଥିବା ଟଙ୍କା ଜମା କିମ୍ବା ଅନ୍ୟ କାରବାର ସମ୍ପର୍କରେ ଜାଣିବାକୁ ଚାହୁଁଥିଲେ ମେନୁରୁ 'Last 5 Transactions' ବିକଳ୍ପ ବାଛନ୍ତୁ । ତୁରନ୍ତ ଆପଣଙ୍କୁ ଶେଷ ୫ଟି କାରବାରର ତଥ୍ୟ ମିଳିଯିବ ।
ଏହି ସୁବିଧା ବ୍ୟବହାର କରିବାବେଳେ ରଖନ୍ତୁ ଧ୍ୟାନ
ଏହି ନୂଆ ସୁବିଧା ଯେତିକି ସହଜ, ସୁରକ୍ଷା ଦୃଷ୍ଟିରୁ ସେତିକି ସତର୍କ ରହିବା ମଧ୍ୟ ଜରୁରୀ ।
- କେବଳ EPFOର ଅଫିସିଆଲ୍ ନମ୍ବର +91 87964 41800ରେ ହିଁ ମେସେଜ୍ କରନ୍ତୁ । ଅନ୍ୟ କୌଣସି ନକଲି ନମ୍ବରର ଜାଲରେ ପଡ଼ନ୍ତୁ ନାହିଁ ।
- ଆପଣଙ୍କ WhatsAppରେ ବ୍ୟବହୃତ ମୋବାଇଲ୍ ନମ୍ବରଟି UAN ସହ ଲିଙ୍କ୍ ଥିବା ନମ୍ବର ହୋଇଥିବା ଆବଶ୍ୟକ ।
- EPFOର କୌଣସି ଅଧିକାରୀ ଫୋନ୍ କିମ୍ବା ଚାଟ୍ରେ ଆପଣଙ୍କ ପାସୱାର୍ଡ, ବ୍ୟାଙ୍କ ବିବରଣୀ, ATM PIN କିମ୍ବା OTP ମାଗିବେ ନାହିଁ। ତେଣୁ ନିଜର ବ୍ୟକ୍ତିଗତ ତଥ୍ୟ କାହା ସହ ସେୟାର କରନ୍ତୁ ନାହିଁ ।
- ମନେ ରଖନ୍ତୁ, ଏହି ସୁବିଧା କେବଳ PF ବାଲାନ୍ସ ଓ ପାସବୁକ୍ ଭଳି ତଥ୍ୟ ଜାଣିବା ପାଇଁ। ଏହା ମାଧ୍ୟମରେ ଅନଲାଇନ୍ରେ PF ଟଙ୍କା ଉଠାଇ ହେବ ନାହିଁ ।
ତେଣୁ ଏବେ PF ଆକାଉଣ୍ଟର ତଥ୍ୟ ଜାଣିବା ପାଇଁ ଆଉ ଅଧିକ ସମୟ ଖର୍ଚ୍ଚ କରିବାକୁ ପଡ଼ିବନି । WhatsApp ମାଧ୍ୟମରେ ଘରେ ବସି କିଛି ସେକେଣ୍ଡ ମଧ୍ୟରେ ନିଜ PF ବାଲାନ୍ସ ଜାଣିପାରିବେ ।
📱 Get Argus News App
✨Related Topics
Explore more stories