EV Subsidy / ବିଦ୍ୟୁତ୍ ଚାଳିତ ସ୍କୁଟର୍ କିଣିଲେ ମିଳିବ ଡବଲ୍ ଲାଭ; ସବ୍ସିଡିରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି ସରକାର
·1 hour ago·2 min read

Key Points
ବିଶ୍ଵରେ ଅସ୍ଥିରତା ଭିତରେ ପେଟ୍ରୋଲ୍ ଓ ଡିଜେଲ୍ ଦର ବଢ଼ୁଛି । ଏହି ସମୟରେ ସରକାର ବ୍ୟାଟେରୀ ଚାଳିତ ସ୍କୁଟର୍ ଚଢ଼ିବାକୁ ଲୋକଙ୍କୁ ପ୍ରୋତ୍ସାହନ ଦେବାକୁ ଚିନ୍ତା କରୁଛନ୍ତି । ଆଗକୁ ଦୁଇ ଚକିଆ EV ଯାନ ପାଇଁ ବଢ଼ିପାରେ ସବସିଡି ଅର୍ଥ ।
ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ୍-ଡିଜେଲ୍ ଦର ବଢ଼ୁଛି । ପଶ୍ଚିମ ଏସିଆରେ ଅସ୍ଥିରତା ଭିତରେ ଅଶୋଧିତ ତୈଳ ଆମଦାନୀ ମହଙ୍ଗା ହୋଇଛି । ଏହି ସମୟରେ କେନ୍ଦ୍ର ସରକାର ବିଦ୍ୟୁତ୍ ବା ବ୍ୟାଟେରୀ ଚାଳିତ ଦୁଇ ଚକିଆ ଯାନକୁ ନେଇ ବଡ଼ ଯୋଜନା କରିଛନ୍ତି ।
ରିପୋର୍ଟ ଅନୁସାରେ, ସରକାର ପିଏମ୍ ଇ-ଡ୍ରାଇଭ୍ ସ୍କିମ୍ ଜରିଆରେ ଇଲେକ୍ଟ୍ରିକ୍ ସ୍କୁଟର୍ ଓ ବାଇକ୍ ଉପରେ ମିଳୁଥିବା ସବ୍ସିଡି ବଢ଼ାଇ ପାରନ୍ତି । ଭାରୀ ଉଦ୍ୟୋଗ ମନ୍ତ୍ରଣାଳୟ ଏହି ଯୋଜନା ପାଇଁ ଅତିରିକ୍ତ ଫଣ୍ଡ ଦାବି କରିବାକୁ ଯାଉଛି । ଫଳରେ ଅଧିକରୁ ଅଧିକ ଲୋକ ପେଟ୍ରୋଲ୍ ବଦଳରେ EV ଦୁଇ ଚକିଆ ଯାନ ବ୍ୟବହାର କରିପାରିବେ ।
ଏଥିସହ ପଢ଼ନ୍ତୁ: ଟ୍ରେନ ଯାତ୍ରା ସମୟରେ ଏହି ଭୁଲ: ଆପଣଙ୍କୁ ଜେଲ୍ ପଠାଇପାରେ ନଚେତ୍ ଗଣିବେ ମୋଟା ଅଙ୍କର ଫାଇନ୍
କୁହାଯାଉଛି, ଆଗାମୀ ମାସ ଗୁଡ଼ିକରେ ଇଲେକ୍ଟ୍ରିକ୍ ସ୍କୁଟର୍ କିଣିବା ସାଧାରଣ ଲୋକଙ୍କ ପାଇଁ ପୂର୍ବାପେକ୍ଷା ଶସ୍ତା ହୋଇପାରେ । ଯାହା ପ୍ରଭାବରେ ଏବେ ଇଭି କମ୍ପାନୀଗୁଡ଼ିକର ସେୟାର୍ ମୂଲ୍ୟ ବୃଦ୍ଧି ପାଉଥିବା ଦେଖା ଯାଉଛି ।
ପିଏମ୍ ଇ-ଡ୍ରାଇଭ୍ ସ୍କିମ୍ ଜରିଆରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ସରକାର ବିଦ୍ୟୁତ୍ ଚାଳିତ ୨ ଚକିଆ ଯାନ ପାଇଁ ୧୦ ହଜାର ୯୦୦ କୋଟି ଟଙ୍କା ଦେଇଛନ୍ତି । ଯୋଜନାକୁ ଜୁଲାଇ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଏବେ ସରକାର ଏହି ଯୋଜନାକୁ ଆହୁରି ମଜଭୁତ୍ କରିବାକୁ ଯାଉଛନ୍ତି ।
ତେବେ ସରକାର ଅତିରିକ୍ତ ଭାବେ କେତେ ଅର୍ଥ ଦେବ, ତାହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ । ସୂତ୍ର ଅନୁସାରେ, ବିଗତ ୨ ସପ୍ତାହ ଧରି ମନ୍ତ୍ରଣାଳୟ ଏହା ଉପରେ ଚର୍ଚ୍ଚା ଆଲୋଚନା କରୁଛି ।
ପଶ୍ଚିମ ଏସିଆ ସଂକଟ, ଭାରତର ଚିନ୍ତା
ପଶ୍ଚିମ ଏସିଆରେ ଅସ୍ଥିରତା ଓ ଅଶୋଧିତ ତୈଳଦର ବୃଦ୍ଧିର ପ୍ରଭାବ ଭାରତରେ ପଡ଼ିଛି । ଭାରତ ଆବଶ୍ୟକତାର ବଡ଼ ପରିମାଣର ତୈଳ ପଶ୍ଚିମ ଏସିଆରୁ ମଦାନୀ କରିଥାଏ । ତେଣୁ ଏବେ ଦେଶରେ ପେଟ୍ରୋଲ୍-ଡିଜେଲ୍ ଦର ବଢ଼ିଛି ।
ବଢ଼ୁଛି EV ବିକ୍ରି
ଫଳରେ ସରକାର ଚାହୁଁଛନ୍ତି ଲୋକେ ଧିରେ ଧିରେ ବିଦ୍ୟୁତ୍ ଚାଳିତ ଯାନ ବ୍ୟବହାର ବଢ଼ାନ୍ତୁ । ଫଳରେ ତୈଳ ଆମଦାନୀ ଚାପ କମ୍ ହେବ । ତଥ୍ୟ ଅନୁସାରେ, ମେ ମାସର ପ୍ରଥମ ୧୫ ଦିନରେ ବ୍ୟାଟେରୀ ଚାଳିତ ୨ ଚକିଆ ଯାନ ପଞ୍ଜିକରଣର ୧୩.୫ ପ୍ରତିଶତ ବଢ଼ିଛି । ଯେତେବେଳେ କି ପେଟ୍ରୋଲ୍ ଦୁଇ ଚକିଆ ବିକ୍ରି ୫.୫ ପ୍ରତିଶତ ହ୍ରାସ ପାଇଛି ।
ଏଥିସହ ପଢ଼ନ୍ତୁ: ୧୦ ଦିନ ମଧ୍ୟରେ ଚତୁର୍ଥ ଝଟକା…ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବଢ଼ିଲା… ଭୁବନେଶ୍ଵରରେ ୧୦୮.୮୩ ପେଟ୍ରୋଲ ରେଟ
ଏହା ହିଁ ସଂକେତ ଦେଉଛି ଲୋକେ ଏବେ ଇଲେକ୍ଟ୍ରିକ୍ ସ୍କୁଟରକୁ ପ୍ରାଥମିକତା ଦେଉଛନ୍ତି । ବିଶେଷଜ୍ଞଙ୍କ ଅନୁସାରେ, ଲୋକେ ଏବେ ଘରେ ଦ୍ଵିତୀୟ ଗାଡ଼ି ଭାବେ ଇଭିକୁ ପ୍ରାଥମିକତା ଦେଉଛନ୍ତି ।
ସବ୍ସିଡି ବଢ଼ିଲେ କେଉଁ କମ୍ପାନୀ ପାଇବ ଲାଭ ?
ଯଦି କେନ୍ଦ୍ର ସରକାର ବ୍ୟାଟେରୀ ଚାଳିକ ସ୍କୁଟର୍ ସବ୍ସିଡି ବଢ଼ାଇବା ତାହେଲେ ଗାଡ଼ି ଦାମ କମିଯିବ । ଏହାଦ୍ଵାରା ଓଲା ଇଲେକ୍ଟ୍ରିକ୍, ଏଥର, ଟିଭିଏସ୍ ଆଇକ୍ୟୁବ୍, ବଜାଜ ଚେତକ ଭଳି କମ୍ପାନୀକୁ ଲାଭ ମିଳିପାରେ । ଏଥିସହ ଚାର୍ଜିଂ ଭିତ୍ତିଭୂମି ଏବଂ ବ୍ୟାଟେରୀ ଟେକ୍ନୋଲୋଜିରେ ସୁଧାର ଦେଖିବାକୁ ମିଳିପାରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories