ପିଏମ୍ ମୋଦିଙ୍କ ସହ ଆଲୋଚନା ପରେ ଏଲନ୍ ମସ୍କ ଆରମ୍ଭ କଲେ ହାୟରିଂ

Key Points
ଆମେରିକା ଗସ୍ତ ବେଳେ ଟେସ୍ଲା ସିଇଓ ଏଲନ୍ ମସ୍କ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ । ଏହା ପରେ ହିଁ ଟେସ୍ଲା ଭାରତରେ ୧୩ଟି ପଦରେ ନିଯୁକ୍ତି ଲାଗି ଘୋଷଣା କରିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟ ଆମେରିକା ଗସ୍ତ ବେଳେ ତାଙ୍କୁ ଭେଟିଥିଲେ ଅରବପତି ଏଲନ୍ ମସ୍କ । ଏବେ ମସ୍କଙ୍କ ଟେସ୍ଲା ଭାରତରେ ହାୟରିଂ ଆରମ୍ଭ କରିଛି । ଯାହା ସଂକେତ ଦେଉଛି, ଖୁବଶୀଘ୍ର ହିଁ ଟେସ୍ଲା ଭାରତରେ ପାଦ ଥାପିବାକୁ ପ୍ରସ୍ତୁତ ହେଉଛି ।
ସୂଚନାଯୋଗ୍ୟ, ଆମେରିକା ଗସ୍ତ ବେଳେ ଟେସ୍ଲା ସିଇଓ ଏଲନ୍ ମସ୍କ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ । ଏହା ପରେ ହିଁ ଟେସ୍ଲା ଭାରତରେ ୧୩ଟି ପଦରେ ନିଯୁକ୍ତି ଲାଗି ଘୋଷଣା କରିଛି । ଯେଉଁଥିରେ ଗ୍ରାହକ ସେବା ସହ ବ୍ୟାକଏଣ୍ଡ ଅପରେସନ୍ ଆଦି ପଦବୀ ରହିଛି ।
ସର୍ଭିସ୍ ଟେକ୍ନିସିଆନ୍ ଓ ଆଡଭାଇଜରୀ ରୋଲ୍ସ ଭଳି ୫ଟି ପଦ ଲାଗି ମୁମ୍ବାଇ ଓ ଦିଲ୍ଲୀ ୨ଟି ସ୍ଥାନରେ ଆବେଦନ ଆଗ୍ରହ କରାଯାଇଛି । ସେହିଭଳି ମୁମ୍ବାଇ ଲାଗି କଷ୍ଟମର ଏନଗେଜମେଣ୍ଟ ମ୍ୟାନେଜର ଓ ଡେଲିଭରି ଅପରେସନ୍ ସ୍ପେଶାଲିଷ୍ଟ ପଦରେ ନିଯୁକ୍ତି ଲାଗି ବିଜ୍ଞାପନ ଦେଇଛି ଟେସ୍ଲା ।
📱 Get Argus News App
✨ଭାରତରେ ଟେସ୍ଲାର ଏଣ୍ଟ୍ରି ନେଇ ଦୀର୍ଘ ଦିନ ହେଲା କମ୍ପାନୀ, କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରୁଥିଲା । କିନ୍ତୁ ଏବେ ଯାଏଁ ଟେସ୍ଲା ଭାରତରେ ଅଧିକ ନିବେଶରୁ ଦୂରେଇ ରହୁଥିଲା । ମୁଖ୍ୟ କାରଣ ଥିଲା ଆମଦାନୀ ଉପରେ ଅଧିକ ଶୁଳ୍କ । କିନ୍ତୁ ସରକାର ଏବେ ୪୦ ହଜାର ଆମେରିକୀୟ ଡଲାରରୁ ଅଧିକ ମୂଲ୍ୟର କାର ଉପରେ ବେସିକ କଷ୍ଟମ ଡ୍ୟୁଟି ୧୧୦ରୁ ୭୦ ପ୍ରତିଶ୍ରତକୁ ହ୍ରାସ କରିଥିଲେ । ଆଉ ଯାହା ଟେସ୍ଲାର ଭାରତ ଆଗମନ ପଥକୁ ସୁଗମ କରିଛି ।
ଯଦିଓ ଚୀନ ତୁଳନାରେ ଭାରତରେ ବ୍ୟାଟେରୀ ଚାଳିତ ଗାଡ଼ି ମାର୍କେଟ୍ ଏବେ ବେଶ୍ କ୍ଷୁଦ୍ର ରହିଛି ତଥାପି ଏହା ଟେସ୍ଲା ଲାଗି ନୂଆ ସୁଯୋଗ ସୃଷ୍ଟି କରିବ । କାରଣ ଗୋଟିଏ ଦଶନ୍ଧିରେ ପ୍ରଥମଥର ବାର୍ଷିକ ରିପୋର୍ଟରେ ଟେସ୍ଲାର ବିକ୍ରି ଖସିଛି ।
ମସ୍କ ଓ ମୋଦିଙ୍କ ଆଲୋଚନାରୁ ଟେସ୍ଲା ଭାରତ ଆସିବାର ସମ୍ଭାବନା ଆହୁରି ମଜଭୁତ୍ ହୋଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବି ଆଲୋଚନା କରିଥିଲେ । ଟ୍ରମ୍ପ କହିଥିଲେ, ଆମେରିକା ବ୍ୟବସାୟ କ୍ଷତିକୁ କମାଇବା ଲାଗି ସୈନ୍ୟ ଉପକରଣ ବିକ୍ରି ବଢ଼ାଇବାକୁ ଆଲୋଚନା କରିବ । ଯେଉଁଥିରେ ଏଫ୍-୩୫ ଯୁଦ୍ଧ ବିମାନ ସପ୍ଲାଏ ଚର୍ଚ୍ଚା ସାମିଲ୍ ଥିଲା ।