Videos
|
Business

PF Withdrawal / PF ଟଙ୍କା ଉଠାଇବାକୁ ଚାହୁଁଛନ୍ତି ? ଜାଣନ୍ତୁ କେତେଥର ମିଳିବ EPF ଆଡଭାନ୍ସ

Rashmita Mishra
Browse all articles by Rashmita Mishra
·38 mins ago·2 min read
PF ଟଙ୍କା ଉଠାଇବାକୁ ଚାହୁଁଛନ୍ତି ? ଜାଣନ୍ତୁ କେତେଥର ମିଳିବ EPF ଆଡଭାନ୍ସ
PF Withdrawal

Key Points

PF ଟଙ୍କା ଉଠାଇବାକୁ ଚାହୁଁଛନ୍ତି ?
ଜାଣନ୍ତୁ କେତେଥର ମିଳିବ EPF ଆଡଭାନ୍ସ । 

ନିଜ ରୋଜଗାରରୁ ପ୍ରାୟ ସମସ୍ତେ କିଛି ନା କିଛି ସଞ୍ଚୟ କରିଥାନ୍ତି । ଅବସର ପରେ ଆର୍ଥିକ ଚିନ୍ତା ନରହିବା ପାଇଁ କର୍ମଚାରୀମାନଙ୍କ ପାଇଁ କର୍ମଚାରୀ ଭବିଷ୍ୟ ନିଧି (EPF) ଏକ ଗୁରୁତ୍ୱପୂର୍ଣ୍ଣ ସଞ୍ଚୟ ମାଧ୍ୟମ । ତେବେ ଅବସର ପୂର୍ବରୁ ମଧ୍ୟ ଜରୁରୀ ଆବଶ୍ୟକତା ପଡ଼ିଲେ PF ଖାତାରୁ ଆଡଭାନ୍ସ ଟଙ୍କା ଉଠାଇବାର ସୁବିଧା ରହିଛି । ମେଡିକାଲ ଜରୁରୀକାଳୀନ ସ୍ଥିତି, ପିଲାଙ୍କ ପାଠପଢ଼ା, ବିବାହ କିମ୍ବା ଘର କିଣିବା ଭଳି ଆବଶ୍ୟକତା ପାଇଁ EPF ଆଡଭାନ୍ସ ନିଆଯାଇପାରେ । ତେବେ ପ୍ରତ୍ୟେକ କ୍ୟାଟେଗୋରୀ ପାଇଁ ନିୟମ ଏବଂ ଟଙ୍କା ଉଠାଇବାର ସୀମା ଭିନ୍ନ ରହିଛି ।

ମେଡିକାଲ ଜରୁରୀକାଳୀନ ସ୍ଥିତିରେ କେତେଥର ଟଙ୍କା ଉଠାଇପାରିବେ ?
EPFO ଅନୁସାରେ, ସଦସ୍ୟ ନିଜେ କିମ୍ବା ପରିବାରର କୌଣସି ସଦସ୍ୟଙ୍କ ଚିକିତ୍ସା ଆବଶ୍ୟକତା ପାଇଁ PF ଆଡଭାନ୍ସ ନେଇପାରିବେ । ଏହି କ୍ୟାଟେଗୋରୀରେ କେତେଥର ଟଙ୍କା ଉଠାଇପାରିବେ ବୋଲି କୌଣସି ନିର୍ଦ୍ଦିଷ୍ଟ ସୀମା ନାହିଁ । ଅର୍ଥାତ୍ ଆବଶ୍ୟକତା ଅନୁସାରେ ଏକାଧିକ ଥର ଆଡଭାନ୍ସ ନିଆଯାଇପାରେ ।

ପିଲାଙ୍କ ପାଠପଢ଼ା ପାଇଁ ୧୦ ଥର
ପିଲାଙ୍କ ଶିକ୍ଷା ସମ୍ପର୍କିତ ଖର୍ଚ୍ଚ ପାଇଁ ମଧ୍ୟ EPF ଆଡଭାନ୍ସ ନେବାର ସୁବିଧା ରହିଛି । ଏହାକୁ ସଦସ୍ୟ ନିଜର କିମ୍ବା ପରିବାରର ସଦସ୍ୟଙ୍କ ଶିକ୍ଷା ସମ୍ପର୍କିତ ଆବଶ୍ୟକତାରେ ବ୍ୟବହାର କରିପାରିବେ । ଏହି କାରଣ ପାଇଁ ସର୍ବାଧିକ ୧୦ ଥର EPF ଆଡଭାନ୍ସ ନେବାର ଅନୁମତି ରହିଛି ।

ବିବାହ ପାଇଁ ସର୍ବାଧିକ ୫ ଥର
ନିଜ ବିବାହ କିମ୍ବା ପରିବାରର କୌଣସି ସଦସ୍ୟଙ୍କ ବିବାହ ପାଇଁ ମଧ୍ୟ PF ଆକାଉଣ୍ଟରୁ ଆଡଭାନ୍ସ ନିଆଯାଇପାରେ । କିନ୍ତୁ ଏଥିପାଇଁ EPFO ପକ୍ଷରୁ ସୀମା ଧାର୍ଯ୍ୟ କରାଯାଇଛି । EPFO ସଦସ୍ୟ ତାଙ୍କ ସଦସ୍ୟତା ଅବଧି ମଧ୍ୟରେ ବିବାହ ସମ୍ପର୍କିତ ଖର୍ଚ୍ଚ ପାଇଁ ସର୍ବାଧିକ ୫ ଥର PF ଆଡଭାନ୍ସ ନେଇପାରିବେ ।

ଘର କିଣିବା କିମ୍ବା ତିଆରି ପାଇଁ ମଧ୍ୟ ସୁବିଧା
ନିଜ ଘର ତିଆରି କରିବା, ଘର କିଣିବା କିମ୍ବା ଘରର ମରାମତି ଭଳି ଆବଶ୍ୟକତା ପାଇଁ ମଧ୍ୟ EPF ଆଡଭାନ୍ସର ସୁବିଧା ରହିଛି । ଏହି କାରଣରେ ମଧ୍ୟ ସଦସ୍ୟ ସର୍ବାଧିକ ୫ ଥର EPF ଆଡଭାନ୍ସ କ୍ଲେମ୍ କରିପାରିବେ ।

ଏକାଥରେ ପୂରା PF ଟଙ୍କା ଉଠାଇପାରିବେ କି ?
ଏଠାରେ ଜାଣିବା ଜରୁରୀ ଯେ, ଏହି ସମସ୍ତ ଆବଶ୍ୟକତା ପାଇଁ ସଦସ୍ୟ ସାଧାରଣତଃ ନିଜ PF ଖାତାର ସମ୍ପୂର୍ଣ୍ଣ ବାଲାନ୍ସ ଉଠାଇପାରିବେ ନାହିଁ । ଦିଆଯାଇଥିବା ନିୟମ ଅନୁସାରେ, ସଦସ୍ୟ ନିଜ EPF ବାଲାନ୍ସର ୭୫ ପ୍ରତିଶତ ପର୍ଯ୍ୟନ୍ତ ଉଠାଇପାରିବେ । ଏଥିରେ କର୍ମଚାରୀ ଓ ନିଯୁକ୍ତିଦାତା ଉଭୟଙ୍କ ଅବଦାନ ଅନ୍ତର୍ଭୁକ୍ତ ହୁଏ ।
ଅବଶିଷ୍ଟ ୨୫ ପ୍ରତିଶତ ଟଙ୍କା ଖାତାରେ ରହିଥାଏ । ଏହାଛଡ଼ା, କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (CBT), EPFO ପକ୍ଷରୁ ଅଧିସୂଚିତ କିଛି ବିଶେଷ ପରିସ୍ଥିତିରେ ଏକ ଆର୍ଥିକ ବର୍ଷରେ ସର୍ବାଧିକ ୨ ଥର ଟଙ୍କା ଉଠାଇବାର ସୁବିଧା ରହିପାରେ ।

ତେଣୁ PFକୁ କେବଳ ଅବସର ପରବର୍ତ୍ତୀ ସଞ୍ଚୟ ଭାବେ ନୁହେଁ, ବରଂ ନିର୍ଦ୍ଦିଷ୍ଟ ଜରୁରୀ ଆବଶ୍ୟକତା ସମୟରେ ଆର୍ଥିକ ସହାୟତାର ଏକ ମାଧ୍ୟମ ଭାବେ ମଧ୍ୟ ବ୍ୟବହାର କରିହେବ । ତେବେ ଆଡଭାନ୍ସ ନେବା ପୂର୍ବରୁ ନିଜ କ୍ୟାଟେଗୋରୀ ଓ ବର୍ତ୍ତମାନ ଲାଗୁଥିବା EPFO ନିୟମ ନିଶ୍ଚିତ ଭାବେ ଯାଞ୍ଚ କରିବା ଜରୁରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: