EPFO / PF ଟଙ୍କା ନେବାରେ ନୂଆ ନିୟମ: UPIରେ ମିଳିବ PF ଟଙ୍କା

Key Points
ATMରୁ ଉଠିବ EPFO ଟଙ୍କା
କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଗତ ବର୍ଷ EPFO 3.0 ଲଞ୍ଚ କରିଥିଲା । ଅବସର ପରେ ଯେପରି କିଛି ଅସୁବିଧା ହେବ ନାହିଁ ସେଥି ପାଇଁ ଡିଜିଟାଲ୍ ସିଷ୍ଟମ୍ କାର୍ଯ୍ୟ କରିବା ପଦ୍ଧତିକୁ ସରଳ ଏବଂ ଆଧୁନିକୀକରଣ କରିବା । ଲୋକମାନେ ସହଜ ଏବଂ ଯେପରି ବିନା ଅସୁବିଧାରେ କାମ କରିପାରିବେ ସେହି ଲକ୍ଷ୍ୟରେ EPFO 3.0କୁ ୨୦୨୬ ମଧ୍ୟଭାଗ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେବାର ଆଶା କରାଯାଉଛି । EPFO 3.0 ଅଧୀନରେ ଅନେକ ନୂଆ ପରିବର୍ତ୍ତନ ପ୍ରସ୍ତାବିତ, ଯାହା ମଧ୍ୟରୁ କିଛି କାର୍ଯ୍ୟକାରୀ ହୋଇଛି ଏବଂ ଅନ୍ୟଗୁଡ଼ିକ କାର୍ଯ୍ୟକାରୀ ହେବାର ଆଶା କରାଯାଉଛି । ଏହି ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି UPI ଏବଂ ATM ଉଠାଣ ହେବା ।
EPFO 3.0 ଅଧୀନରେ ଅନେକ ବଡ଼ ପରିବର୍ତ୍ତନ ପ୍ରସ୍ତାବିତ ହୋଇଛି, ଯେଉଁଥିରେ ପ୍ରୋଭିଡେଣ୍ଟ ପାଣ୍ଠିର ସହଜ ପ୍ରବେଶ, ଅଟୋ-କ୍ଲେମ୍ ସେଟେଲମେଟ, ATM ଏବଂ UPI ମାଧ୍ୟମରେ ତୁରନ୍ତ PF ଉଠାଣ ଏବଂ କର୍ମଚାରୀଙ୍କ ପସନ୍ଦର ବ୍ୟାଙ୍କ ଆକାଉଣ୍ଟକୁ ସହଜରେ ପାଣ୍ଠି ସ୍ଥାନାନ୍ତର ଅନ୍ତର୍ଭୁକ୍ତ ।
EPFO 3.0 ଅଧୀନରେ, ସଦସ୍ୟମାନେ UPI ମାଧ୍ୟମରେ ସେମାନଙ୍କର PF ବାଲାନ୍ସ ମଧ୍ୟ ଯାଞ୍ଚ କରିପାରିବେ । EPFO 3.0 ଅଧୀନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଛି ATM ଏବଂ UPI ମାଧ୍ୟମରେ PF ପାଣ୍ଠି ଉଠାଣ କରିବାର ବିକଳ୍ପ । ଏହା ଲୋକମାନଙ୍କୁ ସେମାନଙ୍କର ଟଙ୍କା ପାଇବା ପାଇଁ ବ୍ୟାଙ୍କ କିମ୍ବା EPFO କାର୍ଯ୍ୟାଳୟକୁ ଯିବାର ଆବଶ୍ୟକତା ପଡ଼ିବ ନାହିଁ । ତଥାପି, କିଛି ସୀମା ଏବଂ ସର୍ତ୍ତାବଳୀ ଅଛି ଜାଣନ୍ତୁ...
ତୁମେ କେତେ ଟଙ୍କା ଉଠାଇପାରିବ ?
EPFO UPI କିମ୍ବା ATM ମାଧ୍ୟମରେ PF ବାଲାନ୍ସ ଉଠାଣର ସର୍ବାଧିକ ସୀମା ଆକାଉଣ୍ଟରେ ଥିବା ମୋଟ ବାଲାନ୍ସର ୫୦% ପର୍ଯ୍ୟନ୍ତ ଉଠାଇ ପରନ୍ତି । ଲୋକମାନଙ୍କୁ କିଛି ଟଙ୍କା ସଞ୍ଚୟ କରିବା ଏବଂ ଆବଶ୍ୟକ ସମୟରେ ବ୍ୟବହାର କରିବାକୁ ଉତ୍ସାହିତ କରିବା ପାଇଁ ଏହା କରାଯାଉଛି । ଅନେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, EPFO ସଦସ୍ୟମାନଙ୍କୁ ATM କାର୍ଡ ମଧ୍ୟ ଦେଇପାରେ, ଯାହା ଦ୍ୱାରା ସେମାନେ ସିଧାସଳଖ ATMରୁ ଟଙ୍କା ଉଠାଣ କରିପାରିବେ । ଏହି କାର୍ଡଗୁଡ଼ିକ ସେମାନଙ୍କର PF ଆକାଉଣ୍ଟ ସହିତ ଲିଙ୍କ୍ ହେବ ।
ATM ଏବଂ UPI ମାଧ୍ୟମରେ କିଏ PF ବାଲାନ୍ସ ଉଠାଇପାରିବେ ?
EPFO ସଦସ୍ୟମାନଙ୍କୁ ସେମାନଙ୍କର PF ପାଣ୍ଠି ସହଜରେ ଉଠାଇବା ପାଇଁ କିଛି ଆବଶ୍ୟକତା ପୂରଣ କରିବାକୁ ପଡିବ । ସଦସ୍ୟମାନଙ୍କର ଏକ ଚାଲିୁଥିବା ୟୁନିଭର୍ସାଲ୍ ଆକାଉଣ୍ଟ୍ ନମ୍ବର (UAN) ରହିବା ଆବଶ୍ୟକ । ମୋବାଇଲ୍ ନମ୍ବର ଏବଂ UAN ଉଭୟ ସକ୍ରିୟ ହେବା ଆବଶ୍ୟକ । ଏହା ବ୍ୟତୀତ, UAN ଆଧାର, PAN, ବ୍ୟାଙ୍କ ଆକାଉଣ୍ଟ୍ ନମ୍ବର ଏବଂ IFSC କୋଡ୍ ସହିତ ଲିଙ୍କ୍ ହେବା ଆବଶ୍ୟକ ।
ଅସୁବିଧାମୁକ୍ତ ସେବା ପ୍ରଦାନ କରିବା ପାଇଁ, EPFO ୩୨ଟି ସରକାରୀ ଏବଂ ଘରୋଇ ବ୍ୟାଙ୍କ ସହିତ ଚୁକ୍ତି ସ୍ୱାକ୍ଷର କରିଛି ଯାହା ଦ୍ଵାରା କମ୍ପାନୀଗୁଡ଼ିକ ସିଧାସଳଖ ବ୍ୟାଙ୍କରେ PF ପାଣ୍ଠି ଜମା କରିପାରିବେ, PF ପାଇଁ ପ୍ରକ୍ରିୟାକରଣ ସଗଜରେ ହୋଇଯିବ ।
📱 Get Argus News App
✨Related Topics
Explore more stories