PF Update / PFରେ ବଡ଼ ପରିବର୍ତ୍ତନ: ୨୦ ହଜାର ବେସିକ୍ ସାଲାରୀ ଥିଲେ କ’ଣ ହେବ ?

Key Points
ସାଲାରୀ ୨୦,୦୦୦ ହେଲେ EPSରେ ମିଳିବ ଫାଇଦା ।
ଚାକିରିଆଙ୍କ ପାଇଁ ବଡ଼ ଖବର EPF ଟଙ୍କାର ନୂଆ ହିସାବ ।
ଅକ୍ଟୋବରରୁ ନୂଆ ନିୟମ PF ଟଙ୍କା କେଉଁଠି ଯିବ?
ଯଦି ଆପଣଙ୍କ ବେସିକ୍ ସାଲାରୀ ୧୫,୦୦୦ରୁ ଅଧିକ ଏବଂ ଏପର୍ଯ୍ୟନ୍ତ କେବଳ EPF ଅର୍ଥାତ୍ କର୍ମଚାରୀ ଭବିଷ୍ୟ ନିଧିରେ ଯୋଗଦାନ କରୁଥିଲେ, କିନ୍ତୁ EPS ଅର୍ଥାତ୍ କର୍ମଚାରୀ ପେନ୍ସନ୍ ଯୋଜନାର ଦାୟରାରେ ନଥିଲେ, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ।
ଅକ୍ଟୋବର ୨୦୨୬ରୁ ସରକାର ୱେଜ୍ ସିଲିଂ ବା ବେତନ ସୀମାକୁ ୧୫,୦୦୦ରୁ ବଢ଼ାଇ ୨୫,୦୦୦ କରିବାକୁ ଯାଉଛି । ଏହି ପରିବର୍ତ୍ତନ ଫଳରେ କିଛି କର୍ମଚାରୀଙ୍କ ପାଇଁ ନିଯୁକ୍ତିଦାତାଙ୍କ PF ଯୋଗଦାନର ବଣ୍ଟନରେ ପରିବର୍ତ୍ତନ ହୋଇପାରେ ।
ପୂର୍ବରୁ କ’ଣ ନିୟମ ଥିଲା ?
ସେପ୍ଟେମ୍ବର ୨୦୧୪ ପରେ ଯେଉଁ କର୍ମଚାରୀଙ୍କ ବେସିକ୍ ସାଲାରୀ ୧୫,୦୦୦ରୁ ଅଧିକ ଥିଲା ଏବଂ ଯେଉଁମାନେ ସେହି ସମୟ ପରେ ଚାକିରିରେ ଯୋଗ ଦେଇଥିଲେ, ସେମାନେ ସାଧାରଣତଃ EPSର ଅନିବାର୍ଯ୍ୟ ସଦସ୍ୟ ହେଉନଥିଲେ । ଏପରି କ୍ଷେତ୍ରରେ କର୍ମଚାରୀଙ୍କ ୧୨% ଯୋଗଦାନ ଏବଂ ନିଯୁକ୍ତିଦାତାଙ୍କ ୧୨% ଯୋଗଦାନର ସମ୍ପୂର୍ଣ୍ଣ ଅଂଶ EPF ଖାତାକୁ ଯାଉଥିଲା ।
ଏବେ କ’ଣ ବଦଳିବ ?
ନୂଆ ବ୍ୟବସ୍ଥାରେ ୱେଜ୍ ସିଲିଂ ୨୫,୦୦୦ ହେବା ପରେ ଏହି ସୀମା ମଧ୍ୟରେ ଥିବା ଅଧିକ କର୍ମଚାରୀ EPSର ଦାୟରାରେ ଆସିପାରନ୍ତି । ଅର୍ଥାତ୍, ଯଦି ଆପଣଙ୍କ ବେସିକ୍ ସାଲାରୀ ୨୦,୦୦୦ ତେବେ ନିଯୁକ୍ତିଦାତାଙ୍କ ୧୨% ଯୋଗଦାନର ଏକ ଅଂଶ EPSକୁ ଏବଂ ବାକି ଅଂଶ EPFକୁ ଯାଇପାରେ ।
୨୦,୦୦୦ ବେସିକ୍ ସାଲାରୀରେ କେତେ ଟଙ୍କା ଯିବ ?
ଧରନ୍ତୁ ଆପଣଙ୍କ ବେସିକ୍ ସାଲାରୀ ମାସକୁ ୨୦,୦୦୦ ।
କର୍ମଚାରୀଙ୍କ ୧୨% ଯୋଗଦାନ:
୨୦,୦୦୦ × ୧୨% = ୨,୪୦୦
ଅର୍ଥାତ୍ ଆପଣଙ୍କ ସାଲାରୀରୁ ୨,୪୦୦ ଯୋଗଦାନ ହେବ ।
ଅନ୍ୟପଟେ, ନିଯୁକ୍ତିଦାତାଙ୍କ ୧୨% ଅଂଶରୁ ୮.୩୩% ହିସାବରେ ପ୍ରାୟ:
୨୦,୦୦୦ ×୮.୩୩% = ୧,୬୬୬
EPSକୁ ଯାଇପାରେ ।
ବାକି ପ୍ରାୟ ୭୩୪ ନିଯୁକ୍ତିଦାତାଙ୍କ ଅଂଶରୁ EPFକୁ ଯାଇପାରେ ।
ସହଜ ଭାଷାରେ ବୁଝନ୍ତୁ
- କର୍ମଚାରୀଙ୍କ ଯୋଗଦାନ: ୨,୪୦୦
- ନିଯୁକ୍ତିଦାତାଙ୍କ EPS ଅଂଶ: ପ୍ରାୟ ୧,୬୬୬
- ନିଯୁକ୍ତିଦାତାଙ୍କ EPF ଅଂଶ: ପ୍ରାୟ ୭୩୪
- EPS ପାଇଁ କର୍ମଚାରୀଙ୍କୁ ଅଲଗା ଭାବେ ୧,୬୬୬ ଦେବାକୁ ପଡ଼ିବ ନାହିଁ। ଏହି ଅଂଶ ନିଯୁକ୍ତିଦାତାଙ୍କ 12% ଯୋଗଦାନରୁ ଯିବ ।
EPF ଖାତାରେ କମ୍ ଟଙ୍କା କାହିଁକି ଦେଖାଯାଇପାରେ ?
ଯଦି ପୂର୍ବରୁ ନିଯୁକ୍ତିଦାତାଙ୍କ ସମ୍ପୂର୍ଣ୍ଣ ୨,୪୦୦ EPF ଖାତାକୁ ଯାଉଥିଲା, ତେବେ EPS ଲାଗୁ ହେବା ପରେ ଏହାର ଏକ ଅଂଶ ପେନ୍ସନ୍ ଫଣ୍ଡକୁ ଯିବ । ଫଳରେ ପ୍ରତିମାସ ଆପଣଙ୍କ EPF ଖାତାରେ ଜମା ହେଉଥିବା ନିଯୁକ୍ତିଦାତାଙ୍କ ଅଂଶ କିଛିଟା କମ୍ ଦେଖାଯାଇପାରେ। କିନ୍ତୁ ଏହା ବଦଳରେ ଆପଣ EPS ଅଧୀନରେ ପେନ୍ସନ୍ ସୁବିଧା ପାଇଁ ଯୋଗ୍ୟ ହୋଇପାରନ୍ତି ।
ସେପ୍ଟେମ୍ବର 2026ର ହିସାବ କ’ଣ ହେବ ?
ସେପ୍ଟେମ୍ବର ୨୦୨୬ ମାସ ପାଇଁ ECR କ୍ୟାଲକୁଲେସନ୍କୁ ଦୁଇ ଭାଗରେ କରାଯିବ ବୋଲି ଏହି ତଥ୍ୟରେ କୁହାଯାଇଛି।
ପ୍ରଥମ ଭାଗ: ୧ ସେପ୍ଟେମ୍ବରରୁ ୧୬ ସେପ୍ଟେମ୍ବର ୧୬ ଦିନ
ଦ୍ୱିତୀୟ ଭାଗ: ୧୭ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୧୪ ଦିନ
ଏହା ପରେ ୧ ଅକ୍ଟୋବର ୨୦୨୬ରୁ ୧୫,୦୦୦ର ନୂଆ ୱେଜ୍ ସିଲିଂ ଅନୁଯାୟୀ EPF ଓ EPS ଯୋଗଦାନ ଲାଗୁ ହେବ ବୋଲି ଦାବି କରାଯାଇଛି।
ତେବେ ସେପ୍ଟେମ୍ବରର ୧୬+୧୪ ଦିନର ବିଭାଜନ ଏବଂ ଏହାର ECR କ୍ୟାଲକୁଲେସନ୍ ସମ୍ପର୍କିତ ନିର୍ଦ୍ଦିଷ୍ଟ EPFO ନିର୍ଦ୍ଦେଶ ଆଧାରରେ ହିଁ ଅନ୍ତିମ ହିସାବ କରାଯିବା ଉଚିତ ।
ଯଦି ଆପଣଙ୍କ ବେସିକ୍ ସାଲାରୀ ୨୦,୦୦୦ ତେବେ କର୍ମଚାରୀ ଭାବେ ଆପଣଙ୍କ ୧୨% ଯୋଗଦାନ ୨,୪୦୦୦ରହିବ । ନୂଆ ବ୍ୟବସ୍ଥାରେ ନିଯୁକ୍ତିଦାତାଙ୍କ ଯୋଗଦାନର ଏକ ଅଂଶ ପ୍ରାୟ ୧,୬୬୬ EPSକୁ ଏବଂ ପ୍ରାୟ ୭୩୪ EPFକୁ ଯାଇପାରେ ।
ଅର୍ଥାତ୍ EPS ପାଇଁ ଆପଣଙ୍କ ସାଲାରୀରୁ ଅଲଗା ଭାବେ ୧,୬୬୬ କଟିବ ନାହିଁ । ଏହା ନିଯୁକ୍ତିଦାତାଙ୍କ ଅଂଶରୁ ଯିବ। ଏହି ପରିବର୍ତ୍ତନ ଫଳରେ EPFରେ ମାସିକ ଜମା ହେଉଥିବା ରାଶି କିଛି କମ୍ ଦେଖାଯାଇପାରେ, କିନ୍ତୁ EPS ଅଧୀନରେ ପେନ୍ସନ୍ ସୁବିଧାର ଦାୟରା ବଢ଼ିପାରେ ।
📱 Get Argus News App
✨Related Topics
Explore more stories