Videos
|
Business

PF Balance / WhatsAppରେ EPFO ସେବା: ‘Hello’ ଲେଖିଲେ ମିଳିବ PF ବାଲାନ୍ସ

Rashmita Mishra
Browse all articles by Rashmita Mishra
·2 hours ago·2 min read
WhatsAppରେ EPFO ସେବା: ‘Hello’ ଲେଖିଲେ ମିଳିବ PF ବାଲାନ୍ସ
PF Balance

Key Points

EPFO ଧାରୀଙ୍କୁ ବଡ଼ ଉପହାର । 
WhatsAppରେ EPFO ସେବା:
‘Hello’ ଲେଖିଲେ ମିଳିବ PF ବାଲାନ୍ସ

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ଏବେ ନିଜ ସଦସ୍ୟମାନଙ୍କ ପାଇଁ WhatsApp ମାଧ୍ୟମରେ ସେବା ଉପଲବ୍ଧ କରାଇବା ଦିଗରେ ଆଉ ଏକ ପଦକ୍ଷେପ ନେଇଛି । ସଂଗଠନ ନିଜର ଅଧିକାରିକ WhatsApp ଚ୍ୟାନେଲ ଆରମ୍ଭ କରିଥିବା ନେଇ X (ପୂର୍ବତନ Twitter) ମାଧ୍ୟମରେ ସୂଚନା ଦେଇଛି ।

EPFOର ଏହି WhatsApp ଚ୍ୟାନେଲ ସହିତ ଯୋଡ଼ି ହେଲେ ସଦସ୍ୟମାନେ ବିଭିନ୍ନ ସେବା, ଗୁରୁତ୍ୱପୂର୍ଣ୍ଣ ସୂଚନା ଏବଂ ନୂଆ ଅପଡେଟ୍ ପାଇପାରିବେ । EPFO ପକ୍ଷରୁ ସେୟାର କରାଯାଇଥିବା ପୋଷ୍ଟରେ ଏକ QR କୋଡ୍ ମଧ୍ୟ ଦିଆଯାଇଛି, ଯାହାକୁ ସ୍କାନ୍ କରି ସଦସ୍ୟମାନେ ଚ୍ୟାନେଲ ସହ ଯୋଡ଼ି ପାରିବେ । ଏହାଛଡ଼ା, EPFOର ଅଧିକାରିକ WhatsApp ଚ୍ୟାନେଲକୁ ସିଧାସଳଖ ଲିଙ୍କ ମାଧ୍ୟମରେ ମଧ୍ୟ ଯୋଡ଼ାଯାଇପାରିବ ।

କିପରି କାମ କରିବ ?
WhatsApp ମାଧ୍ୟମରେ EPFOର ସେବା ପାଇବାକୁ ପ୍ରଥମେ ଅଧିକାରିକ WhatsApp ଚ୍ୟାନେଲ ସହିତ ଯୋଡ଼ି ହେବାକୁ ପଡ଼ିବ । ଏହାପରେ ‘Hello’ ଲେଖି ମେସେଜ୍ କରିବାକୁ ହେବ । ସଦସ୍ୟଙ୍କ UAN ସହିତ ରେଜିଷ୍ଟର ହୋଇଥିବା ମୋବାଇଲ ନମ୍ବର ମାଧ୍ୟମରେ ଏହି ସେବା ବ୍ୟବହାର କରିବାର ବିକଳ୍ପ ରହିବ ।
ମେସେଜ୍ ମିଳିବା ପରେ EPFO ପକ୍ଷରୁ ମୋବାଇଲ ନମ୍ବର ଓ UAN ସହିତ ଏହାର ସମ୍ପର୍କ ଯାଞ୍ଚ କରାଯିବ । ଭେରିଫିକେସନ୍ ସଫଳ ହେଲେ ସଦସ୍ୟଙ୍କୁ ସ୍ଥାନୀୟ ଭାଷାରେ ସରଳ ମେନୁ ବିକଳ୍ପ ଦେଖାଯିବ । ସେଠାରୁ ଆବଶ୍ୟକ ସେବା ବାଛି ତଥ୍ୟ ଜାଣିହେବ ।

କେଉଁ ସୂଚନା ମିଳିବ ?

WhatsApp ମାଧ୍ୟମରେ EPFO ସମ୍ବନ୍ଧୀୟ ବିଭିନ୍ନ ସୂଚନା ପାଇବାର ସୁବିଧା ରହିବ । ଏଥିରେ ପ୍ରମୁଖ ଭାବେ...
- PF ଖାତାର ବାଲାନ୍ସ ଜାଣିହେବ ।
- ଗତ ୫ଟି ଟ୍ରାଞ୍ଜାକ୍ସନ୍‌ର ବିବରଣୀ ମିଳିବ ।
- EPFO କ୍ଲେମ୍‌ର ଷ୍ଟାଟସ୍ ଯାଞ୍ଚ କରିହେବ ।
- EPFOର ବିଭିନ୍ନ ସେବା ଓ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ପାଇପାରିବେ ।
- ସଦସ୍ୟ ଓ ପେନ୍ସନର୍‌ମାନେ ଆବଶ୍ୟକ ସୂଚନା ସହଜରେ ପାଇପାରିବେ ।

EPFO କ୍ରମାଗତ ଭାବେ ନିଜ ସେବାକୁ ଡିଜିଟାଲ୍ ଏବଂ ଅଧିକ ସହଜ କରିବା ଉପରେ ଗୁରୁତ୍ୱ ଦେଉଛି । WhatsApp ଚ୍ୟାନେଲ ମାଧ୍ୟମରେ ସଦସ୍ୟମାନଙ୍କ ନିକଟରେ ସେବା ଓ ସୂଚନା ପହଞ୍ଚାଇବା ଏହି ଡିଜିଟାଲ୍ ପଦକ୍ଷେପର ଏକ ଅଂଶ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: