Dark Patterns / ମନ୍ତ୍ରୀ କହିଲେ ସାବାଡ଼ ହେବେ ସପିଂ ଆପ୍, ଡାର୍କ ପ୍ୟାଟର୍ନରେ ଠକୁଛନ୍ତି !

Key Points
କେନ୍ଦ୍ରମନ୍ତ୍ରୀ ଜୋଶୀଙ୍କ ଏହି ପୋଷ୍ଟକୁ ସିଡନାନ ନାମକ ଜଣେ ୟୁଜର ସେୟାର କରିଛନ୍ତି ।
Flipkartର ବିଲିଂ ପେଜ୍ର ଏକ ସ୍କ୍ରିନସଟ୍ ସେୟାର କରିଛନ୍ତି,
ଅନଲାଇନ୍ ସପିଂ ସାଇଟ୍ଗୁଡ଼ିକ ଚତୁରତାର ସହିତ ଗ୍ରାହକଙ୍କ ବିଲ୍ରେ ଭିନ୍ନ ଭିନ୍ନ ଚାର୍ଜ ଯୋଡ଼ଥାନ୍ତି, ଯାହା ଗ୍ରାହକମାନେ ନଚାହିଁଲେ ମଧ୍ୟ ଦେବାକୁ ପଡ଼ିଥାଏ। କିନ୍ତୁ ଏବେ ସରକାର ବିଭିନ୍ନ ଶୁଳ୍କ ନାମରେ ଗ୍ରାହକଙ୍କଠାରୁ ଅଧିକ ଚାର୍ଜ କରୁଥିବା ଏପରି ସାଇଟ୍ଗୁଡ଼ିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସରକାର ଇ-କମର୍ସ ପ୍ଲାଟଫର୍ମଗୁଡ଼ିକର ତଦନ୍ତ ଆରମ୍ଭ କରିଛନ୍ତି, ଯେଉଁମାନେ କ୍ୟାସ୍-ଅନ୍-ଡେଲିଭରି (COD) କାରବାର ପାଇଁ ଗ୍ରାହକଙ୍କୁ ଅଧିକ ଚାର୍ଜ କରୁଥିବା ଅଭିଯୋଗ ଆସିଛି।
ସୋସିଆଲ ମିଡିଆ ସାଇଟ୍ X ରେ ସେୟାର କରାଯାଇଥିବା ଏକ ପୋଷ୍ଟରେ, କେନ୍ଦ୍ରମନ୍ତ୍ରୀ ପ୍ରହଲାଦ ଜୋଶୀ ଘୋଷଣା କରିଛନ୍ତି ଯେ ଏଭଳି ଚାର୍ଜ କରୁଥିବା ସଂସ୍ଥା ବିରୋଧରେ ତଦନ୍ତ ଆରମ୍ଭ ହୋଇସାରିଛି । ଯେଉଁମାରେ ଗ୍ରାହକଙ୍କୁ ବିଭ୍ରାନ୍ତ କରୁଛନ୍ତି ବା ଯେଉଁମାନଙ୍କ ନାଁରେ ଅଭିଯୋଗ ରହିଛି ସେମାନଙ୍କ ବିରୋଧରେ ଏକ ସ୍ୱତନ୍ତ୍ର ଟିମ୍ ତଦନ୍ତ କରୁଛି ।
COD ଚାର୍ଜ... "ଡାର୍କ ପ୍ୟାଟର୍ନ" !
କେନ୍ଦ୍ରମନ୍ତ୍ରୀ ଜୋଶୀ ଟ୍ୱିଟ୍ରେ ଲେଖିଛନ୍ତି: "ଗ୍ରାହକ ବ୍ୟାପାର ବିଭାଗ ଇ-କମର୍ସ ପ୍ଲାଟଫର୍ମଗୁଡ଼ିକ ବିରୁଦ୍ଧରେ ଅଭିଯୋଗ ପାଇଛି ଯେଉଁମାନେ କ୍ୟାସ୍ ଅନ୍ ଡେଲିଭରି ପାଇଁ ଅତିରିକ୍ତ ଚାର୍ଜ କରୁଛନ୍ତି । ଏହା ଏମିତି ଏକ ବ୍ୟବସ୍ଥା ଯାହାକୁ ଡାର୍କ ପ୍ୟାଟର୍ନ ଭାବରେ ବର୍ଗୀକୃତ କରାଯାଇଛି । ଯେଉଁମାନେ ଗ୍ରାହକମାନଙ୍କୁ ବିଭ୍ରାନ୍ତ କରୁଛନ୍ତି ଏବଂ ଶୋଷଣ କରେ। ଏକ ବିସ୍ତୃତ ତଦନ୍ତ ଆରମ୍ଭ କରାଯାଇଛି ଏବଂ ଏହି ପ୍ଲାଟଫର୍ମଗୁଡ଼ିକୁ ନିକଟରୁ ଯାଞ୍ଚ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଭାରତର ବର୍ଦ୍ଧିତ ଇ-କମର୍ସ କ୍ଷେତ୍ରରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ଏବଂ ନିରପେକ୍ଷତା ବଜାୟ ରଖିବା ପାଇଁ ଗ୍ରାହକ ଅଧିକାର ଉଲ୍ଲଂଘନ କରୁଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।"
କେନ୍ଦ୍ରମନ୍ତ୍ରୀ ଜୋଶୀଙ୍କ ଏହି ପୋଷ୍ଟକୁ ସିଡନାନ ନାମକ ଜଣେ ୟୁଜର ସେୟାର କରିଛନ୍ତି । ସେ Flipkartର ବିଲିଂ ପେଜ୍ର ଏକ ସ୍କ୍ରିନସଟ୍ ସେୟାର କରିଛନ୍ତି, ଯେଉଁଥିରେ "ଅଫର ହ୍ୟାଣ୍ଡଲିଂ ଫି", "ପେମେଣ୍ଟ ହ୍ୟାଣ୍ଡଲିଂ ଫି" ଏବଂ "ପ୍ରୋଟେକ୍ଟ ପ୍ରମିଜ୍ ଫି" ଭଳି ଚାର୍ଜ ଅନ୍ତର୍ଭୁକ୍ତ ଥିଲା। ୟୁଜର ଆହୁରି ଲେଖିଛନ୍ତି: "ଜୋମାଟୋ/ସ୍ୱିଗି ଦ୍ୱାରା ଆଦାୟ କରାଯାଉଥିବା ଏକ୍ଟ୍ରା ଫି କଥା ନକହିବା ଭଲ ।
ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ ଦାବି କରାଯାଇଛି ଯେ ଫେସ୍ଟିଭ୍ ସେଲ ପୂର୍ବରୁ ଇ-କମର୍ସ ଏବଂ ଫୁଡ୍ ଡେଲିଭରୀ ପ୍ଲାଟଫର୍ମଗୁଡ଼ିକ ନିଜର ପ୍ଲାଟଫର୍ମ ଚାର୍ଜ ବଢ଼ାଇ ଦେଇଛନ୍ତି। ଅନଲାଇନ୍ ଫ୍ୟାଶନ୍ ରିଟେଲର Myntra ଫେଷ୍ଟିଭ୍ ସେଲ୍ ଆରମ୍ଭ ହେବା ପୂର୍ବରୁ କିଛି ଉପଭୋକ୍ତାଙ୍କ ପାଇଁ ଏହାର ଶୁଳ୍କ ₹20 ରୁ ₹25 କୁ ବୃଦ୍ଧି କରିଛି।
ଇ-କମର୍ସ ସାଇଟଗୁଡ଼ିକ 'ଡାର୍କ ପ୍ୟାଟର୍ନ' ବ୍ୟବହାର କରୁଛନ୍ତି?
ରିପୋର୍ଟରେ ଦାବି କରାଯାଇଛି ଯେ "ଡାର୍କ ପ୍ୟାଟର୍ନ" ହେଉଛି ଇ-କମର୍ସ, କ୍ୱିକ କମର୍ସ, ଫୁଡ୍ ଡେଲିଭରି ଏବଂ ରାଇଡ୍-ହେଲିଙ୍ଗ ପ୍ଲାଟଫର୍ମଗୁଡ଼ିକ ଦ୍ୱାରା ବ୍ୟବହୃତ ହେଉଥିବା ଏମିତି ଏକ ଟେକ୍ଟୋଲୋଜି, ଯାହାଦ୍ୱାରା ସଂସ୍ଥାମାନେ ହେରଫେର କରିଥାନ୍ତି । ଏହି ଟେକ୍ନୋଲୋଜି ଦ୍ୱାରା ଏମିତି ବ୍ୟବସ୍ଥା କରାଯାଏ, ଯାହା ଗ୍ରାହକଙ୍କ ଅନିଚ୍ଛା ସତ୍ତ୍ୱେ ସେମାନେ କ୍ରୟ କରିବାକୁ ବାଧ୍ୟ ହୁଅନ୍ତି । ଏମିତିକି ସେମାନଙ୍କୁ ମେମ୍ବରସିପ୍ ଓ ଅଫର ଆଦି ଜାଲରେ ଛନ୍ଦି ଅଧିକ ଖର୍ଚ୍ଚାନ୍ତ କରାନ୍ତି ।
ରିପୋର୍ଟ ଅନୁଯାୟୀ, ସରକାର ଅନଲାଇନ୍ ଠକେଇକୁ ରୋକିବା ପାଇଁ ନିୟମ କଡ଼ାକଡ଼ି କରିଛନ୍ତି। ମିଥ୍ୟା ପ୍ରତିଶ୍ରୁତି, ଉପଭୋକ୍ତାମାନଙ୍କୁ ସବସ୍କ୍ରିପସନ ଜାଲରେ ଫସାଇବା, ମୂଲ୍ୟ ବୃଦ୍ଧିକୁ ଲୁଚାଇବା ଏବଂ ସାଧାରଣ ବିଷୟବସ୍ତୁ ଭଳି ନିଜର ବିଜ୍ଞାପନ ଦେବା ବା ପ୍ରଚାର କରିବାକୁ ନିଷିଦ୍ଧ କରାଯାଇଛି।
📱 Get Argus News App
✨Related Topics
Explore more stories