Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Business

ଖସୁଥିବା ସେୟାର ବଜାରରେ କେମିତି କମାଇବେ ଟଙ୍କା ? କାମରେ ଆସିବ ଏହି ୭ ଟିପ୍ସ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଖସୁଥିବା ସେୟାର ବଜାରରେ କେମିତି କମାଇବେ ଟଙ୍କା ? କାମରେ ଆସିବ ଏହି ୭ ଟିପ୍ସ

ସୋମବାର ସପ୍ତାହ ଆରମ୍ଭରୁ ସେୟାର ବଜାର ୪ ପ୍ରତିଶତ ଖସିଛି । ଏହାକୁ ମିଶାଇ ଚଳିତ ବର୍ଷ ୮ ପ୍ରତିଶତରୁ ଅଧିକ ଖସିଲାଣି ସେୟାର ବଜାର । ଆଉ ସେୟାର ବଜାରରେ ଏହି ହ୍ରାସ ନିବେଶକଙ୍କ ମଧ୍ୟରେ ସୃଷ୍ଟି କରିଛି ଭୟ ଓ ଆତଙ୍କ । ଧୋଇ ଯିବନି ତ ସବୁ ଧନ ? ତେବେ ସେୟାର ବଜାରରେ ହ୍ରାସ ଭିତରେ ସଠିକ୍ ଷ୍ଟ୍ରାଟେଜି ଆପଣଙ୍କୁ ଭଲ ଆୟ ଦେଇ ପାରିବ ।


କେଡିୟା ଆଡଭାଇଜରିର ନିର୍ଦ୍ଦେଶକ ଅଜୟ କେଡିୟାଙ୍କ ଅନୁସାରେ, ଏଭଳି ସ୍ଥିତିରେ ମଜଭୁତ ଫଣ୍ଡାମେଣ୍ଟାଲ ଓ ଲାର୍ଜ-କ୍ୟାପ୍ ଷ୍ଟକ୍ସ୍‌ ଉପରେ ଧ୍ୟାନ ଦେବା ଉଚିତ୍ । କାରଣ ଏଭଳି ପରିସ୍ଥିତିରେ ଏ କମ୍ପାନୀ ଭଲ ପ୍ରଦର୍ଶନ କରନ୍ତି । ଏଥିସହ ଫାର୍ମା-ହେଲଥ୍ କେୟାର, ଶକ୍ତି ଓ ବ୍ୟାଙ୍କିଂ କ୍ଷେତ୍ର ଉପରେ ଫୋକସ ରଖିବା ଆବଶ୍ୟକ ।


ଧରାଶାୟୀ ବଜାରରୁ କେମିତି ପାଇବେ ଲାଭ ?


୧) ବଜାର ଖସୁଥିବା ବେଳେ ଭାବପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଷ୍ଟକ୍ସ କମ୍ ଦାମରେ ବିକ୍ରି କଲେ କ୍ଷତି ହେବା ନିଶ୍ଚିତ । ଯେତେବେଳେ କି ଷ୍ଟକ୍ସକୁ ହୋଲ୍ଡ କରି ରଖିଲେ ରିକଭରି ସମ୍ଭାବନା ରହିଥାଏ । ଭାରତୀୟ ସେୟାର ବଜାର ଇତିହାସ ଦେଖିଲେ, ୨୦୨୦ ମାର୍ଚ୍ଚରେ ବଜାର ୧୩.୧୫ ପ୍ରତିଶତ ଖସିଥିଲା । ପରେ ରିକଭରି ବି ହୋଇଥିଲା । ତେଣଉ ୨୦୨୫ ଏପ୍ରିଲର ଏହି ହ୍ରାସ ଅସ୍ଥାୟୀ ହୋଇପାରେ ।


୨) ମଜଭୁତ ବାଲାନ୍ସ ସିଟ୍ ଥିବା କମ୍ପାନୀ ଯିଏକି ଲଗାତାର ଲାଭରେ ଥିବ, ପରିଚାଳନା ବ୍ୟବସ୍ଥା ସଠିକ୍ ଥିବ ସେ କମ୍ପାନୀରେ ନିବେଶ କରନ୍ତୁ । ଯେମିତି ଲାର୍ଜ କ୍ୟାପ ଷ୍ଟକ୍ସ ଅଥବା ଡିଫେନ୍ସ ସେକ୍ଟର, ଏଫଏମସିଜି, ଫାର୍ମା । ଏହି ଷ୍ଟକ୍ସ ଲମ୍ବା ଅବଧିରେ ସ୍ଥିର ରହିଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୩) ମ୍ୟୁଚୁଆଲ୍ ଫଣ୍ଡ୍ସ ଅଥବା ଇଣ୍ଡେକ୍ସ ଫଣ୍ଡସ୍ SIPରେ ନିୟମିତ ନିବେଶ କରନ୍ତୁ । ବଜାର ଖସିବା ସମୟରେ ଏସ୍ଆଇପି ନିବେଶ ଉତ୍ତମ । କାରଣ ବଜାର ଖସିବା ସମୟରେ ନିବେଶ କଲେ କମ୍ ଟଙ୍କା ଲାଗେ, ସ୍ଥିତି ସୁଧୁରିଲେ ଭଲ ରିଟର୍ଣ୍ଣ ମିଳିଥାଏ ।


୪) ନିଜ ପୋର୍ଟଫୋଲିୟୋରେ ୨୦ରୁ ୩୦ ଅଂଶ ନଦଗ ଅଥବା ଲିକ୍ଵିଡ୍ ଆସେଟ୍ସ ରଖନ୍ତୁ ଯେମିତି ବଜାର ଖସିଲେ କିଣିବାର ସୁଯୋଗ ମିଳିବ ।


୫) ଟ୍ରେଡିଂରେ ରିସ୍କ ମ୍ୟାନେଜମେଣ୍ଟ ଜରୁରି । ଏଥିପାଇଁ ଷ୍ଟପ୍-ଲସ୍ ସେଟ୍ ଅଥବା ପୁଟ୍ ଅପସନ୍ସ ଭଳି ହେଜିଂ ଟୁଲ୍ସର ବ୍ୟବହାର କରନ୍ତୁ । ଲମ୍ବା ଅବଧିର ନିବେଶକ ପାଇଁ ଇକ୍ଵିଟି, ସୁନାକୁ ଗୁରୁତ୍ଵ ଦିଅନ୍ତୁ ।


୬) ବିଶେଷ କରି ଶସ୍ତା ଷ୍ଟକ୍ସ ପ୍ରତି ଆକର୍ଷିତ ହୁଅନ୍ତୁ ନାହିଁ । କମୋଜର ଫଣ୍ଡାମେଣ୍ଟାଲ କମ୍ପାନୀରେ ନିବେଶ କରନ୍ତୁ ନାହିଁ । କାରଣ ବଜାର ହ୍ରାସ ପାଇଲେ ଏହି ଷ୍ଟକ ପ୍ରଥମେ ପ୍ରଭାବିତ ହୁଏ ଏବଂ ରିକଭରି ସମ୍ଭାବନା ବେଶ୍ କମ ରହିଥାଏ ।


୭) ସ୍ଵଳ୍ପ ଅବଧିରେ ହେଉଥିବା ଲାଭ-କ୍ଷତିକୁ ଅଣଦେଖା କରନ୍ତୁ । ୩ରୁ ୫ ବର୍ଷର ଲକ୍ଷ୍ୟ ରଖନ୍ତୁ ।

Sponsored
Fall In Stock Market Also An Opportunity For Making Money | Argus News