Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଆପଣଙ୍କ ସହରରେ କେମିତି ରହିଛି ଆଜିର ସୁନା ଦର, ଜାଣି ନିଅନ୍ତୁ ଆଜିର ଦାମ

Business

ଆପଣଙ୍କ ସହରରେ କେମିତି ରହିଛି ଆଜିର ସୁନା ଦର, ଜାଣି ନିଅନ୍ତୁ ଆଜିର ଦାମ

Ritu Das
Browse all articles by Ritu Das
·1 year ago·1 min read
ଆପଣଙ୍କ ସହରରେ କେମିତି ରହିଛି ଆଜିର ସୁନା ଦର, ଜାଣି ନିଅନ୍ତୁ ଆଜିର ଦାମ

ଆଜି ହେଉଛି ବର୍ଷର ସପ୍ତମ ଦିନ । ଜାନୁଆରୀ ୭ ବା ବର୍ଷର ସପ୍ତମ ଦିନରେ ଗତକାଲି ଅପେକ୍ଷା ସୁନାଦର ଟିକେ କମିଛି । ବିବାହ ଋତୁରେ ଏହା ସେମାନଙ୍କ ପାଇଁ ଅତ୍ୟଧିକ ଖୁସି ଖବର ଯେଉଁମାନେ ଏହାକୁ କିଣିବାକୁ ଯାଉଛନ୍ତି । କାରଣ ସୁନା ଦର ଏବେ ନୂଆବର୍ଷ ପାଇଁ କମିଯାଇଛି। ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୨,୧୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୮ହଜାର ୭୦୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ମଧ୍ୟ ୨୨ କ୍ୟାରେଟ ସୁନା ଦର ୭୨, ୧୪୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୮,୭୦୦ ଟଙ୍କା ରହିଛି ।

ଗୁରୁ ଗୋବିନ୍ଦ ସିଂ ଜୟନ୍ତୀ ଅବସରରେ ଦେଶରେ ସୁନା ଦରରେ ହ୍ରାସ ହୋଇଛି । ରାଜଧୀନୀ ଦିଲ୍ଲୀରେ ୨୪ କ୍ୟାରେଟ ସୁନା ଦାମ ହ୍ରାସ ପାଇଁ ୭୮୮୫୦ ଟଙ୍କା ପ୍ରତି ୧୦ ଗ୍ରାମକୁ ଖସି ଆସିଛି। ଆର୍ଥିକ ରାଜଧାନୀ ମୁମ୍ୱାଇରେ ୧୦ ଗ୍ରାମ ସୁନା ୭୮୭୦୦ ଟଙ୍କାରେ କାରବାର ହେଉଛି। ଦେଶରେ ୧୦ ଟି ବଡ ସହରରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ଦାମ କେତେ ଅଛି ଆସନ୍ତୁ ଜାଣିବା । ଦିଲ୍ଲୀରେ ୨୪ କ୍ୟାରେଟ ସୁନା ଦାମ ୭୮,୮୫୦ ଟଙ୍କା ପ୍ରତି ୧୦ ଗ୍ରାମ ପିଛା ରହିଛି । ସେହିଭଳି ୨୨ କ୍ୟାରେଟ ଦାମ ୭୨,୨୯୦ ଟଙ୍କା ୧୦ ଗ୍ରାମ ପିଛା ବିକ୍ରି ହେଉଛି । ସୁନା ଭଳି ରୂପା ଦଳରେ ମଧ୍ୟ ହ୍ରାସ ଆସିଛି । ଜାନୁୟାରୀରେ ରୂପା ଦର ୯୧,୪୦୦ ପ୍ରତି କିଲୋଗ୍ରାମରେ କାରବାର କରୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Find out today's gold prices in your city | Argus News