Videos
|
Business

Government Scheme / ସରକାରଙ୍କ ବଡ଼ ନିଷ୍ପତ୍ତି: ଜାଣନ୍ତୁ କେଉଁମାନଙ୍କୁ ମିଳିବ ଫ୍ରି ଟ୍ରେନ୍ ଯାତ୍ରା

Rashmita Mishra
Browse all articles by Rashmita Mishra
·5 months ago·2 min read
ସରକାରଙ୍କ ବଡ଼ ନିଷ୍ପତ୍ତି: ଜାଣନ୍ତୁ କେଉଁମାନଙ୍କୁ ମିଳିବ ଫ୍ରି ଟ୍ରେନ୍ ଯାତ୍ରା
Government Scheme

Key Points

ଏମାନଙ୍କର ଟ୍ରେନ୍ ଟିକେଟ୍ ଫ୍ରି ।
ସରକାରଙ୍କ ବଡ଼ ନିଷ୍ପତ୍ତି: ଜାଣନ୍ତୁ କେଉଁମାନଙ୍କୁ ମିଳିବ ଫ୍ରି ଟ୍ରେନ୍ ଯାତ୍ରା । 

ଯେଉଁ ସମୟରେ ଆମେ ଶାନ୍ତିରେ ଶୋଇଥାଉ ସେହି ସମୟରେ ଦେଶର ଯବାନ ମାନେ ଆମ ପାଇଁ କାମ କରିଥାନ୍ତି । ଆଉ ସେମାନେ ଦେଶର ସୁରକ୍ଷା ପାଇଁ ଅତୁଳନୀୟ ସାହସିକତା ଦେଖାଇଥାନ୍ତି । ଆଉ ବର୍ତ୍ତମାନ ସେହି ବୀର ସୈନିକଙ୍କ ସମ୍ମାନା ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ।

ଭାରତୀୟ ସ୍ଥଳସେନା, ନୌସେନା ଓ ବାୟୁସେନାର ସମସ୍ତ ଗ୍ୟାଲେଣ୍ଟ୍ରି (ବିରତ୍ଵ) ପଦକ ବିଜେତାଙ୍କୁ ଏଣିକି ଭାରତୀୟ ରେଳବାଇରେ ଜୀବନ ସାରା ମାଗଣା ଯାତ୍ରା ସୁବିଧା ଯୋଗାଇ ଦିଆଯିବ । ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦିତ ଏହି ନୂଆ ନିୟମ ଅନୁଯାୟୀ, କେବଳ ପଦକ ବିଜେତା ନୁହଁନ୍ତି, ବରଂ ସେମାନଙ୍କ ପରିବାରର ନିର୍ଦ୍ଦିଷ୍ଟ ସଦସ୍ୟ ଓ ଜଣେ ସହଯୋଗୀ ମଧ୍ୟ ଏହି ସୁବିଧା ପାଇପାରିବେ ।

ଫାସ୍ କ୍ଲାସ୍ ଏବଂ ସେକେଣ୍ଡ କ୍ଲାସ୍ ଏସି ଭଳି ପ୍ରିମିୟମ୍ ବର୍ଗରେ ଏହି ମାଗଣା ଯାତ୍ରା ସୁବିଧା ତୁରନ୍ତ କାର୍ଯ୍ୟକାରୀ ହେବାକୁ ଯାଉଥିବା ବେଳେ ଏହା ହଜାର ହଜାର ସାମରିକ ପରିବାରକୁ ଉପକୃତ କରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଏହି ଯୋଜନା ଅଧୀନରେ ପଦକ ବିଜେତାଙ୍କ ବ୍ୟତୀତ ସେମାନଙ୍କ ସ୍ୱାମୀ ବା ସ୍ତ୍ରୀ ଏହି ସୁବିଧାର ଯୋଗ୍ୟ ବିବେଚିତ ହେବେ। ଯଦି ଜଣେ ଅବିବାହିତ ସୈନିକ ମରଣୋତ୍ତର ଭାବେ ଏହି ପଦକ ପାଇଥାନ୍ତି, ତେବେ ତାଙ୍କ ପିତାମାତାଙ୍କୁ ମଧ୍ୟ ଏହି ମାଗଣା ଯାତ୍ରା ସୁବିଧା ପ୍ରଦାନ କରାଯିବ ।

ବୀର ଯୋଦ୍ଧାମାନଙ୍କୁ ସମ୍ମାନଜନକ ଓ ଆରାମଦାୟକ ଯାତ୍ରା ପ୍ରଦାନ କରିବା ଲକ୍ଷ୍ୟରେ ରେଳବାଇ ପକ୍ଷରୁ ପ୍ରଥମ ଶ୍ରେଣୀ, ଦ୍ୱିତୀୟ ଏସି ଓ ଏସି ଚେୟାର କାର୍ରେ ଯାତ୍ରା ପାଇଁ ଅନୁମତି ଦିଆଯାଇଛି। ସରକାରଙ୍କ ଏହି ପଦକ୍ଷେପ ଦେଶର ବୀର ସନ୍ତାନଙ୍କ ସର୍ବୋଚ୍ଚ ବଳିଦାନ ପ୍ରତି ଏକ ଗଭୀର କୃତଜ୍ଞତା ବୋଲି ପ୍ରତିରକ୍ଷା ଅଧିକାରୀମାନେ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଭାରତର ସର୍ବୋଚ୍ଚ ସାହସିକତା ସମ୍ମାନ ଯଥା- ପରମବୀର ଚକ୍ର, ମହାବୀର ଚକ୍ର, ବୀର ଚକ୍ର, ଅଶୋକ ଚକ୍ର, କୀର୍ତ୍ତି ଚକ୍ର ଓ ଶୌର୍ଯ୍ୟ ଚକ୍ର ବିଜେତାମାନେ ଏହି ବିଶେଷ ସୁବିଧା ପାଇବାକୁ ହକଦାର ହେବେ। ଯୁଦ୍ଧକ୍ଷେତ୍ର ହେଉ କିମ୍ବା ଆଭ୍ୟନ୍ତରୀଣ ସୁରକ୍ଷା, ଏହି ସମ୍ମାନଗୁଡ଼ିକ ସୈନିକମାନଙ୍କର ଅସାଧାରଣ ବୀରତ୍ୱର ପ୍ରତୀକ ଅଟେ ।

ସରକାରଙ୍କ ଏହି କଲ୍ୟାଣକାରୀ ଯୋଜନା ଦ୍ୱାରା ଦେଶର ପ୍ରତିରକ୍ଷା ବାହିନୀର ମନୋବଳ ଦୃଢ଼ ହେବା ସହ ଶହିଦ ଓ ସମ୍ମାନିତ ସୈନିକଙ୍କ ପରିବାର ସମାଜରେ ଉପଯୁକ୍ତ ମାନ୍ୟତା ପାଇପାରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: