Videos
|
Business

CNG Price Hike / ମହଙ୍ଗା ଝଟକା... ବଢ଼ିଲା CNG-PNG ଦର, ଅଟୋ-ଟ୍ୟାକ୍ସି ଭଡ଼ା ମଧ୍ୟ ବୃଦ୍ଧି

Rashmita Mishra
Browse all articles by Rashmita Mishra
·14 mins ago·2 min read
ମହଙ୍ଗା ଝଟକା... ବଢ଼ିଲା CNG-PNG ଦର, ଅଟୋ-ଟ୍ୟାକ୍ସି ଭଡ଼ା ମଧ୍ୟ ବୃଦ୍ଧି
CNG Price Hike

Key Points

ମହଙ୍ଗା ଝଟକା... ବଢ଼ିଲା CNG ବଢ଼ିବ ଭଡ଼ା i 
ବଢ଼ିଲା CNG-PNG ଦର, ଅଟୋ-ଟ୍ୟାକ୍ସି ଭଡ଼ା ମଧ୍ୟ ବୃଦ୍ଧି

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇବାସୀଙ୍କ ଉପରେ ସେପ୍ଟେମ୍ବର ମାସର ପ୍ରଥମ ଦିନରେ ମହଙ୍ଗା ମାଡ଼ ପଡ଼ିଛି । ମହାନଗର ଗ୍ୟାସ୍ ଲିମିଟେଡ୍‌ (MGL) CNG ଓ PNG ଦର ବୃଦ୍ଧି କରିଛି । ଇନ୍‌ପୁଟ୍‌ ଗ୍ୟାସ୍‌ର ମୂଲ୍ୟ ବଢ଼ିବାକୁ ଦର ବୃଦ୍ଧିର ମୁଖ୍ୟ କାରଣ ଭାବେ କମ୍ପାନୀ ଦର୍ଶାଇଛି ।

ନୂଆ ଦର ଅନୁସାରେ ମୁମ୍ବାଇରେ CNG ପ୍ରତି କିଲୋଗ୍ରାମ୍‌ ପିଛା ୨ ଟଙ୍କା ବଢ଼ି ୮୮ ଟଙ୍କା ହୋଇଛି । ସେହିପରି PNG ଦର ପ୍ରତି SCM ପିଛା ୧ ଟଙ୍କା ବଢ଼ି ୫୩ ଟଙ୍କା ହୋଇଛି । MGL କହିଛି ଯେ ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟର ପ୍ରଭାବରେ ଅନ୍ତର୍ଜାତୀୟ ସୂଚକାଙ୍କ ସହ ଜଡ଼ିତ ଇନ୍‌ପୁଟ୍‌ ଗ୍ୟାସ୍‌ର ମୂଲ୍ୟ ବଢ଼ିଛି । ଏହାର ପ୍ରଭାବରେ କମ୍ପାନୀର ଗ୍ୟାସ୍‌ କ୍ରୟ ଖର୍ଚ୍ଚ ବୃଦ୍ଧି ପାଇଛି ।

ବଢ଼ିଛି RLNG କ୍ରୟ ଖର୍ଚ୍ଚ

କମ୍ପାନୀ ଅନୁସାରେ, CNGର ବଢ଼ୁଥିବା ଚାହିଦାର ଏକ ବଡ଼ ଅଂଶ ସ୍ପଟ୍‌ ରିଗ୍ୟାସିଫାଏଡ୍‌ ଲିକ୍ୱିଫାଏଡ୍‌ ନ୍ୟାଚୁରାଲ୍‌ ଗ୍ୟାସ୍‌ (RLNG) ଜରିଆରେ ପୂରଣ କରାଯାଉଛି । ଏହି ଗ୍ୟାସ୍‌ର ମୂଲ୍ୟ ମଧ୍ୟ ବଢ଼ିଥିବାରୁ MGLକୁ ଅଧିକ ଖର୍ଚ୍ଚରେ RLNG କିଣିବାକୁ ପଡ଼ିଛି ।

କମ୍ପାନୀ କହିଛି ଯେ ନୂଆ ଦର ବୃଦ୍ଧି ଦ୍ୱାରା ବଢ଼ିଥିବା ଇନ୍‌ପୁଟ୍‌ ଗ୍ୟାସ୍‌ ଖର୍ଚ୍ଚର କିଛି ଅଂଶ ପୂରଣ କରାଯାଇପାରିବ । ଏହା ସହ ଗ୍ରାହକଙ୍କୁ ପ୍ରାକୃତିକ ଗ୍ୟାସ୍‌ର ନିରନ୍ତର ଓ ସ୍ଥାୟୀ ଯୋଗାଣ ନିଶ୍ଚିତ କରିବାରେ ଏହି ପଦକ୍ଷେପ ସହାୟକ ହେବ । ଏହି ଦର ବୃଦ୍ଧିର ପ୍ରଭାବ ମୁମ୍ବାଇ ମହାନଗର ଅଞ୍ଚଳର ପ୍ରାୟ ୧୨.୯୩ ଲକ୍ଷ ଯାନବାହନ ଉପରେ ପଡ଼ିବ । ଏଥିରେ ଅଟୋ ରିକ୍ସା, ଟ୍ୟାକ୍ସି, ବ୍ୟକ୍ତିଗତ ଯାନ ଏବଂ ପରିବହନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଚାଲୁଥିବା CNG ଯାନ ସାମିଲ ଅଛି ।

ମେ’ରେ ମଧ୍ୟ ବଢ଼ିଥିଲା ଦର

ଏହା ପୂର୍ବରୁ ମେ’ ମାସରେ ମଧ୍ୟ MGL CNG ଓ PNG ଦର ବଢ଼ାଇଥିଲା। ଘରୋଇ ଗ୍ୟାସ୍‌ର କମ୍‌ ଆବଣ୍ଟନ ଏବଂ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟହ୍ରାସ ଯୋଗୁଁ ଗ୍ୟାସ୍‌ କ୍ରୟ ଖର୍ଚ୍ଚ ବଢ଼ିଥିବା କମ୍ପାନୀ ସେତେବେଳେ କହିଥିଲା । ମେ’ରେ CNG ଦର ୮୬ ଟଙ୍କା ପ୍ରତି କିଲୋଗ୍ରାମ୍‌ ଏବଂ PNG ଦର ୫୨ ଟଙ୍କା ପ୍ରତି SCM କରାଯାଇଥିଲା ।

MGL କହିଛି ଯେ ଗ୍ୟାସ୍‌ କ୍ରୟକୁ ଅଧିକ ସୁସଂଗଠିତ କରିବା ସହ ପରିବେଶ ଅନୁକୂଳ ବିକଳ୍ପ ଭାବେ PNGର ବ୍ୟାପକ ବ୍ୟବହାର ବଢ଼ାଇବା ପାଇଁ କମ୍ପାନୀ ଉପାୟ ଖୋଜିବା ଜାରି ରଖିବ ।

ଅଟୋ-ଟ୍ୟାକ୍ସି ଭଡ଼ା ମଧ୍ୟ ବଢ଼ିଲା

CNG ଦର ବୃଦ୍ଧି ସହ ମୁମ୍ବାଇ ମହାନଗର ଅଞ୍ଚଳର ଯାତ୍ରୀମାନଙ୍କୁ ଅଟୋ ଓ ଟ୍ୟାକ୍ସି ଭଡ଼ା ବୃଦ୍ଧିର ମଧ୍ୟ ସାମ୍ନା କରିବାକୁ ପଡ଼ିଛି । ନୂଆ ଦର ଅନୁସାରେ ଅଟୋ ରିକ୍ସାର ସର୍ବନିମ୍ନ ଭଡ଼ା ୧ ଟଙ୍କା ବଢ଼ି ୨୭ ଟଙ୍କା ହୋଇଛି । ସେହିପରି କଳା-ହଳଦିଆ ଟ୍ୟାକ୍ସିର ସର୍ବନିମ୍ନ ଭଡ଼ା ୨ ଟଙ୍କା ବଢ଼ି ୩୩ ଟଙ୍କା ହୋଇଛି। ଏହି ବର୍ଦ୍ଧିତ ଭଡ଼ାକୁ ମୁମ୍ବାଇ ମହାନଗର ଅଞ୍ଚଳ ପରିବହନ ପ୍ରାଧିକରଣ (MMRTA) ମଞ୍ଜୁରି ଦେଇଛି ।

ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଖୁସି ଖବର
ଅନ୍ୟପକ୍ଷରେ ମୁମ୍ବାଇ-କାନପୁର ଅନୱରଗଞ୍ଜ ଏବଂ ମୁମ୍ବାଇ-କଟିହାର ରୁଟ୍‌ରେ ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ରହିଛି ଭଲ ଖବର । ୱେଷ୍ଟର୍ଣ୍ଣ ରେଲୱେ ଏହି ରୁଟ୍‌ରେ ଚାଲୁଥିବା ସାପ୍ତାହିକ ସ୍ପେଶାଲ୍‌ ଟ୍ରେନ୍‌ର ସେବା ଅବଧି ବଢ଼ାଇଛି। ଏବେ ଏହି ସ୍ପେଶାଲ୍‌ ଟ୍ରେନ୍‌ଗୁଡ଼ିକ ନଭେମ୍ବର ପର୍ଯ୍ୟନ୍ତ ଚାଲିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: