Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୁଣି ମହଙ୍ଗା ହେଲା ସୁନା! କିଣିବା ଆଗରୁ ଥରେ ମାର୍କେଟ ଦର ଜାଣିନିଅନ୍ତୁ

Business

ପୁଣି ମହଙ୍ଗା ହେଲା ସୁନା! କିଣିବା ଆଗରୁ ଥରେ ମାର୍କେଟ ଦର ଜାଣିନିଅନ୍ତୁ

Ritu Das
Browse all articles by Ritu Das
·1 year ago·1 min read
ପୁଣି ମହଙ୍ଗା ହେଲା ସୁନା! କିଣିବା ଆଗରୁ ଥରେ ମାର୍କେଟ ଦର ଜାଣିନିଅନ୍ତୁ

ଦେଶରେ ଲଗାତାର ଦ୍ୱିତୀୟ ଦିନ ପାଇଁ ସୁନା ମୂଲ୍ୟ ବୃଦ୍ଧି ପାଇଛି । ୧୭ ଫେବୃୟାରୀ, ସୋମବାର ଦିନ ସୁନା ଦରରେ ହ୍ରାସ ଦେଖାଯାଇଥିଲା । କିନ୍ତୁ ଏହା ସ୍ଥିର ରହିଲା ନାହିଁ । ବୁଧବାର, ଫେବୃୟାରୀ ୧୯ ତାରିଖରେ ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ୮୭୧୧୦ ରହିଛି । ଦିଲ୍ଲୀରେ ୨୪ କ୍ୟାରେଟ ସୁନା ପ୍ରତି ମୂଲ୍ୟ ୧୦ ଗ୍ରାମ ପିଛା ୮୭,୧୧୦ ଟଙ୍କା ରହିଛି । ୨୨ କ୍ୟାରେଟ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ୭୯୮୬୦ରେ ବିକ୍ରି ହେଉଛି ।


ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦାମ ୮୦,୩୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ଦର ୮୭,୬୫୦ ଟଙ୍କା ରହିଛି । ଉପରୋକ୍ତ ସୁନା ରେଟରେ ସୂଚକ ଏବଂ GST, TCS ଏବଂ ଅନ୍ୟାନ୍ୟ ଦେୟ ମିଶି ନାହିଁ । ସଠିକ୍ ରେଟ ପାଇଁ ଆପଣଙ୍କର ସ୍ଥାନୀୟ ଅଳଙ୍କାର ସହିତ ଯୋଗାଯୋଗ କରନ୍ତୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Gold has become expensive again! Know the market price before buying | Argus News