Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Business

Gold Rate Prediction / ୧୯୮୦ ଭଳି ଦୋହଲିଯିବ କି ସୁନା ବଜାର ? ସତର୍କ କରାଇଲେ ବିଶେଷଜ୍ଞ

Sushanta Sahoo
Browse all articles by Sushanta Sahoo
·14 hours ago·3 min read
୧୯୮୦ ଭଳି ଦୋହଲିଯିବ କି ସୁନା ବଜାର ? ସତର୍କ କରାଇଲେ ବିଶେଷଜ୍ଞ
Experts Warn of Big Fall in Gold Prices

Key Points

ବିଶେଷଜ୍ଞଙ୍କ ଆକଳନ କହୁଛି, ଆଗକୁ ସୁନା ଦର ଆହୁରି ଖସିବ । ଫଳରେ ନିବେଶକ ଦ୍ଵନ୍ଦ୍ଵରେ ପଡ଼ିଛନ୍ତି । ସୁନାରେ ନିବେଶ ଜାରି ରଖିବେ ନା ଅପେକ୍ଷା କରିବେ ?
ନୂଆଦିଲ୍ଲୀ: ସୁନା ବଜାରରେ ବଡ଼ ବଡ଼ ହଲଚଲ । ଇରାନ ଓ ଆମେରିକା ଯୁଦ୍ଧ ଭୀଷଣ ହେଉଥିବା ବେଳେ ସୁନାରେ ବଢ଼ୁଛି ନିବେଶ । ଫଳରେ ସୁନା ମୂଲ୍ୟ ଚାପରେ ଥିବା ଦେଖିବାକୁ ମିଳୁଛି । ଚଳିତ ବର୍ଷ ଜାନୁଆରୀରେ ସୁନା ଦର ୧୦ ଗ୍ରାମ୍ ପିଛା ୧ ଲକ୍ଷ ୯୧ ହଜାର ଛୁଇଁଥିଲା । ଯାହାକି ସର୍ବକାଳୀନ ରେକର୍ଡ ।

ଜାନୁଆରୀରେ ସୁନା ସର୍ବୋଚ୍ଚ ରେକର୍ଡ ମୂଲ୍ୟ ଛୁଇଁବା ପରେ ଏବେ ୨୫ ପ୍ରତିଶତ ହ୍ରାସ୍ ପାଇଛି । ବର୍ତ୍ତମାନ ୧୦ ଗ୍ରାମ୍ ୨୪ କ୍ୟାରେଟ ସୁନା ମୂଲ୍ୟ ୧ ଲକ୍ଷ ୪୧ ହଜାର ଟଙ୍କା ପାଖାପାଖି ରହିଛି । ଆଉ ବିଶେଷଜ୍ଞଙ୍କ ଆକଳନ କହୁଛି, ଆଗକୁ ସୁନା ଦର ଆହୁରି ଖସିବ । ଫଳରେ ନିବେଶକ ଦ୍ଵନ୍ଦ୍ଵରେ ପଡ଼ିଛନ୍ତି । ସୁନାରେ ନିବେଶ ଜାରି ରଖିବେ ନା ଅପେକ୍ଷା କରିବେ ?

ଏଥିସହ ପଢ଼ନ୍ତୁ: ଆଜି ପୁଣି କମିଲା ସୁନା ଓ ରୁପା ମୂଲ୍ୟ: ସର୍ବାଧିକ ମୂଲ୍ୟଠାରୁ ୨ ଲକ୍ଷ ଶସ୍ତା ହେଲା ରୁପା... 

୫୦ ପ୍ରତିଶତ ପର୍ଯ୍ୟନ୍ତ ଖସିପାରେ ଦର ?

CoinCodex ଭଳି ଏକାଧିକ ଟେକ୍-ଇଣ୍ଡିକେଟର୍ସଙ୍କ ଆଶଙ୍କା କରିଛନ୍ତି ଯେ, ଚଳିତବର୍ଷ ଶେଷ ସୁଦ୍ଧା ଅନ୍ତର୍ଜାତୀୟ ବଜାରରେ ସୁନା ଦର ୨, ୭୮୦ ଡଲାର୍ ପର୍ଯ୍ୟନ୍ତ ଖସିପାରେ । ଅର୍ଥାତ୍ ଏହା ସର୍ବୋଚ୍ଚ ସ୍ତରରୁ ପ୍ରାୟ ୫୦ ପ୍ରତିଶତ ଖସିବା ସହ ସମାନ । ସେପଟେ Goldman Sachs ଓ J.P. Morgan ଭଳି ବଡ଼ ଏକ୍ସପର୍ଟଙ୍କ କହିବା କଥା- ସୁନା ଦର ୩, ୮୦୦ରୁ ୪ ହଜାର ଡଲାର ମଧ୍ୟରେ ରହିବ । ସମ୍ପୂର୍ଣ୍ଣ ଭାବେ କ୍ରାଶ୍ ହେବ ନାହିଁ ।

ସୁନା ଦର ୫୦ ପ୍ରତିଶତ ଖସିବା ପଛରେ ବିଶେଷଜ୍ଞ ୧୯୮୦ ଓ ୨୦୧୨-୧୩ର ଉଦାହରଣ ଦେଉଛନ୍ତି । କିନ୍ତୁ ଇତିହାସ ଦେଖିଲେ ସୁନା ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ପରେ ମାତ୍ର ଗୋଟିଏ ଥର ୫୦ ପ୍ରତିଶତ କିମ୍ବା ତାଠାରୁ ଅଧିକ ହ୍ରାସ ପାଇଛି । ତେବେ ଦରରେ ୨୦ରୁ ୩୦ ପ୍ରତିଶତ ହ୍ରାସ ଅନେକ ଥର ହୋଇଛି ।

୧୯୮୦ରେ ଐତିହାସିକ ହ୍ରାସ

ଜାନୁଆରୀ ୧୯୮୦ରେ ଇରାନ ସଂକଟ ଓ ଆଫଗାନିସ୍ତାନ ଉପରେ ସୋଭିଏତ ସଂଘର ଆକ୍ରମଣ ସମୟରେ ଦୁନିଆରେ ଦରଦାମ ଶୀର୍ଷରେ ଥିଲା । ସେତେବେଳେ ସୁନା ଅନ୍ତର୍ଜାତୀୟ ବଜାରରେ ପ୍ରତି ଆନ୍ସ ରେକର୍ଡ ୮୫୦ ଡଲାର୍ ଛୁଇଁଥିଲା ।

ଯାହାପରେ ଆମେରିକା ଫେଡରାଲ୍ ରିଜର୍ଭ ବ୍ୟାଙ୍କ ମହଙ୍ଗା ମାଡ଼କୁ ନିୟନ୍ତ୍ରଣ କରିବା ଲାଗି ସୁଧ ହାର ପ୍ରାୟ ୨୦ ପ୍ରତିଶତ ବୃଦ୍ଧି କରିଥିଲା । ଫଳରେ ସୁନାର ଚମକ ଫିକା ପଡ଼ିଥିଲା । ୧୯୮୨-୧୯୮୫ ମଧ୍ୟରେ ସୁନା ଦର ପ୍ରତି ଆନ୍ସ ୩୦୦ରୁ ୩୫୦ ଡଲାର୍‌କୁ ହ୍ରାସ ପାଇଥିଲା । ଏହାଥିଲା ସର୍ବକାଳୀନ ଦରଠାରୁ ପ୍ରାୟ ୬୦ ପ୍ରତିଶତ ହ୍ରାସ ।

ଏଥିସହ ପଢ଼ନ୍ତୁ: ଗ୍ୟାରେଣ୍ଟି ସହ କୋଟିପତି ହେବାର ସୁଯୋଗ; ପୋଷ୍ଟ ଅଫିସ୍‌ର ଏହି ଯୋଜନା ଦେବ ୧ କୋଟିରୁ ଅଧିକ 

୨୦୧୧ରୁ ୨୦୧୫ ମାନ୍ଦାବସ୍ଥା

୨୦୦୮ର ବୈଶ୍ଵିକ ମାନ୍ଦାବସ୍ଥା ପରେ ସୁରକ୍ଷିତ ନିବେଶ ଭାବେ ସୁନାର ଚାହିଦା ବଢ଼ିଥିଲା । ୨୦୧୧ ସେପ୍ଟେମ୍ବରରେ ସୁନା ପ୍ରତି ଆନ୍ସ ୧, ୯୨୦ ଡଲାର ରେକର୍ଡ ଦର ଛୁଇଁଥିଲା । ମାନ୍ଦାବସ୍ଥା ପରେ ଆମେରିକା ଓ ବିଶ୍ଵ ଅର୍ଥବ୍ୟବସ୍ଥା ଯେମିତି ଉଠିଲା ।

ସେତେବେଳେ ଲୋକେ ସୁନାରୁ ଟଙ୍କା ବାହାର କରି ସେୟାର୍ ବଜାରରେ ନିବେଶ କଲେ । ଫଳରେ ୨୦୧୫ ଡିସେମ୍ବରରେ ସୁନା ପ୍ରତି ଆନ୍ସ ୧, ୦୫୦ ଡଲାର୍‌କୁ ଖସି ଆସିଥିଲା । ସର୍ବୋଚ୍ଚ ଦରରୁ ସୁନା ପ୍ରାୟ ୪୫ ପ୍ରତିଶତ ହ୍ରାସ ପାଇଥିଲା ।

୨୦୨୬ ଜାନୁଆରୀରେ ଅନ୍ତର୍ଜାତୀୟ ବଜାରରେ ସୁନା ଦର ପ୍ରତି ଆନ୍ସ ୫, ୫୯୫ ଡଲାର୍ ପହଞ୍ଚିଥିଲା । ଯାହାକି ସୁନା ଦରରେ ସର୍ବକାଳୀନ ରେକର୍ଡ । ଏବେ ମଧ୍ୟପ୍ରାଚ୍ୟ ଅସ୍ଥିରତା ପାଇଁ ବିଶ୍ଵରେ ଦରଦାମ ବଢ଼ୁଛି । ଆମେରିକା ଫେଡେରାଲ୍ ରିଜର୍ଭ ବ୍ୟାଙ୍କ ସୁଧ ହାର ପୁଣି ବଢ଼ାଇବା ଆଶଙ୍କା ରହିଛି । ଫଳରେ ସୁନା ୩୦ ପ୍ରତିଶତ ଖସି ପ୍ରତି ଆନ୍ସ ୪ ହଜାର ଡଲାର୍ ତଳେ ରହିଛି । ଆଉ ଏହାକୁ ନେଇ ସୁନା ଆହୁରି ଖସିବା ଆକଳନ କରାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored