Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Business

Gold Price Drops / ସାରା ଦୁନିଆରେ ବଢ଼ୁଛି ସୁନା ଦର, ଭାରତରେ କାହିଁକି ଖସୁଛି ଦାମ ?

Sushanta Sahoo
Browse all articles by Sushanta Sahoo
·4 months ago·2 min read
ସାରା ଦୁନିଆରେ ବଢ଼ୁଛି ସୁନା ଦର, ଭାରତରେ କାହିଁକି ଖସୁଛି ଦାମ ?
Gold Price Surprise

Key Points

ସଦ୍ୟତମ ରିପୋର୍ଟ ଅନୁସାରେ, ଫେବ୍ରୁଆରୀ ମାସରେ ଦୁନିଆବ୍ୟାପି ସୁନା ମହଙ୍ଗା ହୋଇଛି । ସେହି ସମୟରେ ଭାରତରେ ହ୍ରାସ ପାଇଛି ସୁନା ଦର ।
ନୂଆଦିଲ୍ଲୀ: ବିଶ୍ଵ ବଜାରରେ ସୁନା ଦର ଆକାଶ ଛୁଆଁ ରହିଛି । କିନ୍ତୁ ଭାରତୀୟ କ୍ରେତାଙ୍କ ପାଇଁ ଆଣିଛି ଆଶ୍ଵସ୍ତି । ବିଶ୍ଵ ସୁନା ପରିଷଦ (WGC)ର ସଦ୍ୟତମ ରିପୋର୍ଟ ଅନୁସାରେ, ଫେବ୍ରୁଆରୀ ମାସରେ ଦୁନିଆବ୍ୟାପି ସୁନା ମହଙ୍ଗା ହୋଇଛି । ସେହି ସମୟରେ ଭାରତରେ ହ୍ରାସ ପାଇଛି ସୁନା ଦର ।

ଭାରତରେ ସୁନା ମୂଲ୍ୟ କମିବା ପଛର କାରଣ ଆମେରିକା ସହ ହୋଇଥିବା ବାଣିଜ୍ୟ ଚୁକ୍ତି ଏବଂ ଭାରତୀୟ ମୁଦ୍ରା ରୁପିର ମଜଭୁତ ସ୍ଥିତି ବୋଲି କହିଛନ୍ତି ବଜାର ବିଶେଷଜ୍ଞ ।

ଦୁନିଆରେ ମହଙ୍ଗା, ଭାରତରେ ଶସ୍ତା

ସାଧାରଣତଃ ଯେତେବେଳେ ଅନ୍ତର୍ଜାତୀୟ ବଜାରରେ ସୁନା ମଙ୍ଗା ହୁଏ, ଭାରତରେ ବି ଦାମ ବଢ଼ିଥାଏ । କିନ୍ତୁ ଫେବ୍ରୁଆରୀ ମାସରେ ବିପରୀତ ଦେଖିବାକୁ ମିଳିଛି । ବିଶ୍ଵ ବଜାରରେ ସୁନା ଦାମ ୫ ପ୍ରତିଶତ ବଢ଼ି ପ୍ରତି ଆନ୍ସ ୫, ୨୨୨ ଡଲାର ପହଞ୍ଚିଥିଲା । ସେହି ସମୟରେ ଭାରତରେ ସୁନା ଦର ୩.୫ ପ୍ରତିଶତ ହ୍ରାସ ପାଇଛି ।

ଏହାର ପ୍ରମୁଖ କାରଣ ହେଉଛି- ଆମେରିକା ଠାରୁ ଟାରିଫ୍‌ ଆଶ୍ଵସ୍ତି ପରେ ଭାରତୀୟ ଟଙ୍କା ବେଶ୍ ମଜଭୁତ ହୋଇଛି । ଟଙ୍କାକୁ ମିଳିଥିଲା ବଳ ଭାରତୀୟ କ୍ରେତାଙ୍କ ପାଇଁ ସୁନାକୁ ଶସ୍ତା କରିଥିଲା ।

ନିବେଶକଙ୍କ ପାଇଁ ଫେବ୍ରୁଆରୀ ମାସ ଟିକିଏ ଭିନ୍ନ ଥିଲା । ଯେତେବେଳେ ସାରା ଦୁନିଆରେ ସୁନା ନିବେଶକଙ୍କୁ ଭଲ ରିଟର୍ଣ୍ଣ ଦେଇଛି, ସେତେବେଳେ ଭାରତୀୟଙ୍କ ଆୟ ହ୍ରାସ ପାଇଛି । କାରଣ ଫେବ୍ରୁଆରୀରେ ଭାରତୀୟ ନିବେଶକକାରୀ ସୁନାରେ ୩.୫ ପ୍ରତିଶତ କ୍ଷତି ସହିଛନ୍ତି । ଫେବ୍ରୁଆରୀ ଶେଷ ସୁଦ୍ଧା ଭାରତରେ ୧୦ ଗ୍ରାମ ସୁନା ପିଛା ଗର ୧ ଲକ୍ଷ ୫୮ ହଜାର ୫୮୫ ଟଙ୍କା ରହିଥିଲା ।

ଏଥିସହ ପଢ଼ନ୍ତୁ: ଦୁବାଇରେ ଶସ୍ତାରେ ମିଳୁଛି ସୁନା: ଭାରତରେ ପଡ଼ିବ ବଡ଼ ପ୍ରଭାବ

ଆଗକୁ ଆହୁରି ଶସ୍ତା ହେବ କି ସୁନା ?

WGC ରିପୋର୍ଟ ଅନୁସାରେ, ଆଗାମୀ ସମୟରେ ଆମେରିକୀୟ ଡଲାର୍ ଆହୁରି ଦୁର୍ବଳ ହୋଇପାରେ । ଯଦି ଡଲାର୍ ମୂଲ୍ୟ ହ୍ରାସ ପାଏ ତାହେଲେ ବିଶ୍ଵସ୍ତରରେ ସୁନା ଦର ବଢ଼ିବ । କିନ୍ତୁ ଭାରତ କ୍ଷେତ୍ରରେ ଡଲାର ତୁଳନାରେ ଟଙ୍କା ମଜଭୁତ୍ ହେବା ସୁନା ଦରକୁ ନିୟନ୍ତ୍ରଣ କରିପାରେ ।

ଆଜିର ସୁନା, ରୁପା ଦର ?

ବଜାରରେ ସୋମବାର ସୁନା ଓ ରୁପା ଦର ହ୍ରାସ ପାଇଛି । ରୁପା ୭ ହଜାର ୨ ଶହ ଟହ୍କା ଶସ୍ତା ହୋଇ କେଜି ପିଛା ୨ ଲକ୍ଷ ୬୧ ହଜାର ୩୨ ଟଙ୍କା ରହିଛି । ସେହିଭଳି ସୁନା ୧୦ ଗ୍ରାମ ପିଛା ୧୩୬୧ ଟଙ୍କା ହ୍ରାସ ପାଇଁ ୧ ଲକ୍ଷ ୬୧ ହଜାର ୬୩୪ ଟଙ୍କାରେ କାରବାର କରୁଛି ।
ପଢନ୍ତୁ ଏହି ଖବର: ଯୁଦ୍ଧର ପ୍ରଭାବ: ଆଉ କମିବନି ସୁନା ଦର, ଜାଣନ୍ତୁ ପୁରା କାରଣ...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Why Gold Prices Are Falling in India While Rising Globally | Argus News | Argus News