Videos
|
Business

Gold Price: ଏହି କାରଣ ପାଇଁ ବଢୁଛି ସୁନା ଦର

Rashmita Mishra
Browse all articles by Rashmita Mishra
·1 year ago·2 min read
Gold Price: ଏହି କାରଣ ପାଇଁ ବଢୁଛି ସୁନା ଦର

Key Points

ଆକାଶ ଛୁଆଁ ସୁନା ଦର

୧ଲକ୍ଷ ୬ହଜାର ଟପିଲା ସୁନା

୨୨ କ୍ୟାରଟ୍ ସୁନା ଦର ୯୮ ହଜାର ୫୦୦ ଟଙ୍କା

ସୁନାପ୍ରେମୀଙ୍କ ପାଇଁ ଦୁଃଖ ଖବର । ଖାଁ ଖାଁ ସୁନା ଦୋକାନ, ଦିନକୁ ଦିନ ଆକାଶ ଛୁଆଁ ହେଉଛି ସୁନା ଦର । ଗତ ସପ୍ତାହରେ ଏହି ଦର ୪ହଜାର ଟଙ୍କା ବୃଦ୍ଧି ପାଇଛି ଯାହା ଫଳରେ ବ୍ୟବସାୟୀଙ୍କ ଉପରେ ଏହାର ସିଧା ପ୍ରଭାବ ପଡିଛି । ବର୍ତ୍ତମାନ ୨୨ କ୍ୟାରଟ୍ ସୁନା ଦର ୯୮ ହଜାର ୫୦୦ ଟଙ୍କା ଥିବା ବେଳେ ୨୪ କ୍ୟାରଟ୍ ସୁନା ୧ଲକ୍ଷ ୬ହଜାର ଟଙ୍କାକୁ ବୃଦ୍ଧି ପାଇଛି ।


ସୁନାର ଏଭଳି ଅହେତୁକ ଦର ବୃଦ୍ଧି ପାଇଁ ଦୋକାନକୁ ସୁନା କୁଣିବାକୁ ଆସୁନାହାନ୍ତି ଗ୍ରାହକ । ଯେଉଁଥିପାଇଁ ଖାଁ ଖାଁ ରହୁଛି ସୁନା ଦୋକାନ । ବିଶେଷ କରି ଗରିବ ଓ ମଧ୍ୟବିତ୍ତ ପରିବାର ଲୋକଙ୍କ ପକେଟ୍ ଉପରେ ସିଧାସଳଖ ପ୍ରଭାବ ପଡ଼ିଛି । ୧୦ଗ୍ରାମ୍ ସୁନା କିଣିବାକୁ ଚାହୁଁଥିବା ଗ୍ରାହକ ବାଧ୍ୟ ହୋଇ ୩ କି ୪ ଗ୍ରାମ୍ ସୁନା କିଣୁଛନ୍ତି । ଟାରିଫ ପ୍ରହାର ସାଙ୍ଗକୁ ସୁନାର ଚାହିଦା ବୃଦ୍ଧି ଦର ବୃଦ୍ଧିର ପ୍ରମୁଖ କାରଣ ବୋଲି କହିଛନ୍ତି ସୁନା ବ୍ୟବସାୟୀ ।

ସୁନା ଦର ବୃଦ୍ଧି ପଛରେ କେତେକ ପ୍ରମୁଖ କାରଣ ରହିଛି। ଯେପରି ଟ୍ରମ୍ପଙ୍କ ଟାରିଫ ପ୍ଲାନ ଯୋଗୁ ବିଶ୍ଵ ବଜାରରେ ଅନିଶ୍ଚିତତା ହୋଇ ସୁନାର ଦର ବୃଦ୍ଧି ପାଇଛି । ନିବେଶକମାନେ ସୁନା ଭଳି ସୁରକ୍ଷିତ ନିବେଶ ଉପରେ ଧ୍ୟାନ ଦେଉଛନ୍ତି । ଚୀନ ଏବଂ ରୁଷ ଭଳି ବଡ଼ ବଡ଼ ଦେଶ ଗୁଡ଼ିକର କେନ୍ଦ୍ରୀୟ ବ୍ୟାଙ୍କ ଏବେ ବୃହତ ମାତ୍ରାରେ ସୁନ କ୍ରୟ କରୁଛନ୍ତି। ଫଳରେ ଏହାର ଚାହିଦା ବଢ଼ୁଛି। ତାହା ସହ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ହେବାରୁ ସୁନା ଦର ଉପର ମୁହାଁ ହେଉଛି । ଏଭଳି ପରିସ୍ଥିତିରେ ଗରିବ ଓ ମଧ୍ୟବିତ୍ତ ପରିବାର ଲୋକଙ୍କ ପାଇଁ ସୁନା କିଣିବା ସ୍ଵପ୍ନ ହୋଇଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: