Videos
|
Business

ପୁଣି ବଢ଼ିଲା ସୁନା ଦର, ୧୦ ଗ୍ରାମ ଗୋଲ୍ଡ ଦର ରହିଛି...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପୁଣି ବଢ଼ିଲା ସୁନା ଦର, ୧୦ ଗ୍ରାମ ଗୋଲ୍ଡ ଦର ରହିଛି...

Key Points

ବଢ଼ିଲା ସୁନା ଓ ରୂପା ଦର

ଗ୍ରାହକ ଚିନ୍ତାରେ

ଦୀର୍ଘ ଦିନ ପରେ ପୁଣି ବଢ଼ିଛି ସୁନା ଓ ରୂପା ଦର। ଯାହାକୁ ନେଇ ଗ୍ରାହକ ଚିନ୍ତାରେ। ଆଜି ସକାଳ ୯ଟା ୨୦ ମିନିଟରେ ଏମସିଏସକ୍ସ ସୁନା ୫ ଅଗଷ୍ଟକୁ ୦.୧୯ ପ୍ରତିଶତ ବଢି ୯୭ ହଜାର ୪୦୦ ପ୍ରତି ୧୦ ଗ୍ରାମ ପିଛା ବିକ୍ରି ହେଉଛି। ଏମସିଏକ୍ସ ସିଲଭର ୦.୨୬ ପ୍ରତିଶତ ବଢି ୧କିଲୋ ପିଛା ୧,୧୧,୭୭୧ଟଙ୍କାରେ ପହଞ୍ଚିଛି। ମଙ୍ଗଳବାର ଦିନ ରୂପା ମୂଲ୍ୟ କମିଥିବା ଦେଖିବାକୁ ମିଳିଥିଲା।


୨୪ କ୍ୟାରେଟ ସୁନା ମୂଲ୍ୟ ୩୮୭ ହ୍ରାସ ପାଇ ୯୭ ହଜାର ୯୧୬ ଟଙ୍କାକୁ ଆସିଯାଇଥିଲା। ଏହା ପୂର୍ବରୁ ୯୮ ହଜାର ୩୦୩ ଟଙ୍କା ଥିଲା। ସେହିପରି ୨୨ କ୍ୟାରେଟ୍ ସୁନା ୩୫୪ ଟଙ୍କା ଶସ୍ତା ହୋଇ ୮୯ ହଜାର ୬୯୧ରେ ପହଞ୍ଚିଥିଲା। ଏହା ପୂର୍ବରୁ ଏହି ଦର ୯୦ ହଜାର ୦୪୫ ଥିଲା। ୧୮ କ୍ୟାରେଟ୍ ସୁନା କଥା କହିବାକୁ ଗଲେ ୨୯୦ ହ୍ରାସ ପାଇଥିଲା। କିନ୍ତୁ ବୁଧବାର ପୁଣି ଥରେ ସୁନା ଓ ରୂପା ଦର ବୃଦ୍ଧଇ ହୋଇଥିବା ଜଣାପଡିଛି। ବିଶ୍ୱର ପରିସ୍ଥିତି ଏବଂ ଆମେରିକାରେ ଡଲାରରେ ଦୁର୍ବଳ ଯୋଗୁଁ ବୁଧବାର ଦିନ ସୁନାର ମୂଲ୍ୟ ବଢିଥିବା ଦେଖିବାକୁ ମିଳିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଦେଶ ଖବର:

gold-prices-have-increased-again-the-price-of-10-grams-of-gold-is | Argus News