|
logo
Live

Argus News - Gold Rate In India: ଭାରତରେ ସୁନା ଦର ୬୪ ଟଙ୍କାରୁ ଆସି ଲକ୍ଷେ ଟଙ୍କାରେ ପହଞ୍ଚିଲାଣି !

Business

Gold Rate In India: ଭାରତରେ ସୁନା ଦର ୬୪ ଟଙ୍କାରୁ ଆସି ଲକ୍ଷେ ଟଙ୍କାରେ ପହଞ୍ଚିଲାଣି !

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·3 min read
Gold Rate In India: ଭାରତରେ ସୁନା ଦର ୬୪ ଟଙ୍କାରୁ ଆସି ଲକ୍ଷେ ଟଙ୍କାରେ ପହଞ୍ଚିଲାଣି !

ଦିନେ ଏହି ଭାରତରେ ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ୬୪ ଟଙ୍କା ଥିଲା । ଆଉ ଏବେ ଲକ୍ଷେ ଟଙ୍କା ଛୁଇଁଲାଣି ! ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସୁନା ଦର କେମିତି ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଯେତେବେଳେ ସୁନା ଦର ୧୩୩୦ ଟଙ୍କାରେ ପହଞ୍ଚିଥିଲା, ସେତେବେଳେ ଲୋକେ ହୋ-ହଲ୍ଲା କରିବାକୁ ଲାଗିଲେ । ସୁନା ଦର କାହିଁକି ବଢ଼ିବ ବୋଲି ଅନେକ ପ୍ରଶ୍ନ କଲେ । ହେଲେ ଏବେ ଏହା ଆମର ଦେହ ସୁହା ହୋଇଗଲାଣି । ପ୍ରତିଦିନ ସୁନା ଦର ବଢ଼ୁଛି କମୁଛି ।

ସୁନା ଦର ଯାହା ହେଲାଣି, ସାଧାରଣ ଲୋକଟିଏ କିଣିବା ମୁସ୍କିଲ । ୧୦ ଗ୍ରାମ ସୁନାକୁ ଲକ୍ଷେ ଟଙ୍କା ଟପିଲାଣି । ପରିବାରରେ ଯଦି କାହାର ବାହାଘର ବ୍ରତଘର ହୁଏ, ତେବେ ବନ୍ଧୁ ବାନ୍ଧବ ସୁନା ମୁଦି କିମ୍ବା ସୁନା ଚେନ୍‌ ଉପହାର ଦେଇଥାନ୍ତି । ହେଲେ ଏବେ ସୁନା ନାଁ ଧରୁନାହାନ୍ତି । ବାହାଘର ବ୍ରତଘର ହେଲେ ପରିବାର ଲୋକଙ୍କ ମୁଣ୍ଡ ବିନ୍ଧା ଆରମ୍ଭ ହେଉଛି । ଏତେ ଟଙ୍କା ଆସିବ କେଉଁଠୁ । ଯଦି କେହି ପୁଅ କିମ୍ବା ଝିଅ ବାହାଘର କରୁଛନ୍ତି ତେବେ ସେମାନେ ଅଧିକ ଭୟଭୀତ ହେଉଛନ୍ତି । କାରଣ ସେମାନଙ୍କୁ ଅଧିକ ସୁନା ଗହଣା କିଣିବାକୁ ପଡ଼ିଥାଏ ।

ଏବେ ଅକ୍ଷୟ ତୃତୀୟା ଆସିଛି । ଏପ୍ରିଲ ୩୦ ତାରିଖରେ ଅକ୍ଷୟ ତୃତୀୟା ପାଳନ ହେବ । ଏହି ଦିନ ସୁନା ରୂପା କିଣିଲେ ଶୂଭ ବୋଲି ବିବେଚନା କରାଯାଏ । ତେବେ ଅକ୍ଷୟ ତୃତୀୟା ପୂର୍ବରୁ ସୁନା ଦରରେ ସାମନ୍ୟ ହ୍ରାସ ପାଇଛି ।

୨୯ ଏପ୍ରିଲ ମଙ୍ଗଳବାର ଦିନ ସୁନା ଦରରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି । ୨୪ କ୍ୟାରେଟ୍‌ର ୧୦ ଗ୍ରାମ ସୁନା ଦର ୯୭,୫୨୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍‌ର ସୁନା ଦର ୧୦ ଗ୍ରାମକୁ ୮୯,୩୯୦ ଟଙ୍କା ରହିଛି । ଅନ୍ୟପଟେ ରୂପା ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି ଏବଂ ଏବେ ଏହା କିଲୋଗ୍ରାମ ପିଛା ୧,୦୦,୪୦୦ ଟଙ୍କାକୁ ହ୍ରାସ ପାଇଛି।

ଏବେ ଆସନ୍ତୁ ଜାଣିବା ଦେଶର ପ୍ରମୁଖ ସହର ଗୁଡ଼ିକରେ ୨୨ କ୍ୟାରେଟ୍ ଏବଂ ୨୪ କ୍ୟାରେଟ୍ ସୁନା ମୂଲ୍ୟ ଏବେ କେତେ ରହିଛି ?

ଦିଲ୍ଲୀରେ ସୁନା ଦର

ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୯୭,୬୭୦ ଟଙ୍କା। ୨୨ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ପାଇଁ ୮୯,୫୪୦ ଟଙ୍କା ରହିଛି।

ମୁମ୍ବାଇରେ ସୁନା ଦର
ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୯୭,୫୨୦ ଟଙ୍କା। ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୮୯,୩୯୦ ଟଙ୍କା ରହିଛି।

କୋଲକତାରେ ସୁନା ଦର
କୋଲକତାରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୯୭,୫୨୦ ଟଙ୍କା। ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୮୯,୩୯୦ ଟଙ୍କା ରହିଛି।

ଚେନ୍ନାଇରେ ସୁନା ଦର
ଚେନ୍ନାଇରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୯୭,୫୨୦ ଟଙ୍କା। ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୮୯,୩୯୦ ଟଙ୍କା ରହିଛି।

ଅହମ୍ମଦାବାଦରେ ସୁନା ଦର
ଅହମ୍ମଦାବାଦରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୯୭,୫୨୦ ଟଙ୍କା। ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୮୯,୪୪୦ ଟଙ୍କା ରହିଛି। .

ଲକ୍ଷ୍ନୌରେ ସୁନା ଦର
ଲକ୍ଷ୍ନୌରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୯୭,୬୭୦ ଟଙ୍କା। ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୯୦,୨୦୦ ଟଙ୍କା ରହିଛି।

ଜୟପୁରରେ ସୁନା ଦର
ଜୟପୁରରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୯୭,୬୭୦ ଟଙ୍କା। ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୯୦,୨୦୦ ଟଙ୍କା ରହିଛି।

ପାଟନାରେ ସୁନା ଦର
ପାଟନାରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୯୭,୫୨୦ ଟଙ୍କା। ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୮୯,୩୯୦ ଟଙ୍କା ରହିଛି।

ହାଇଦ୍ରାବାଦରେ ସୁନା ଦର
ହାଇଦ୍ରାବାଦରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୯୭,୫୨୦ ଟଙ୍କା। ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୮୯,୩୯୦ ଟଙ୍କା ରହିଛି।

ଗୁରୁଗାଁଓରେ ସୁନା ଦର
ଗୁରୁଗାଁଓରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୯୭,୬୭୦ ଟଙ୍କା। ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୮୯,୫୪୦ ଟଙ୍କା ରହିଛି।

ବେଙ୍ଗଲୁରୁରେ ସୁନା ଦର
ବେଙ୍ଗଲୁରୁରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୯୭,୫୨୦ ଟଙ୍କା। ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୮୯,୩୯୦ ଟଙ୍କା ରହିଛି।

ନୋଇଡ଼ାରେ ସୁନା ଦର
ନୋଇଡ଼ାରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୯୭,୬୭୦ ଟଙ୍କା। ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୮୯,୫୪୦ ଟଙ୍କା ରହିଛି।

ଭୁବନେଶ୍ୱରରେ ସୁନା ଦର
ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୯୭,୯୭୦ ଟଙ୍କା। ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୮୯,୮୦୦ ଟଙ୍କା ରହିଛି। ସେହିଭଳି ୧୮ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍ ପିଛା ୭୩,୪୮୦ ଟଙ୍କା ରହିଛି ।

ଗତକାଲି ଅର୍ଥାତ୍ ୨୮ ତାରିଖରେ ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୯୭,୫୩୦ ଟଙ୍କା ରହିଥିଲା। ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୮୯,୪୦୦ ଟଙ୍କା ରହିଥିଲା। ସେହିଭଳି ୧୮ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍ ପିଛା ୭୩,୧୫୦ ଟଙ୍କା ରହିଥିଲା ।


ଏବେ ଆସନ୍ତୁ ଜାଣିବା ଭାରତରେ କେଉଁ ବର୍ଷ କେତେ ଟଙ୍କା ଥିଲା ସୁନା ଦର । ୧୯୬୪ ମସିହାରୁ ୨୦୨୪ ପର୍ଯ୍ୟନ୍ତ ଭାରତରେ ସୁନା ଦର କେତେ ରହିଥିଲା ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:





Sponsored
Gold Rate In India: ଭାରତରେ ସୁନା ଦର ୬୪ ଟଙ୍କାରୁ ଆସି ଲକ୍ଷେ ଟଙ୍କାରେ ପହଞ୍ଚିଲାଣି ! | Argus News