Videos
|
Business

Gold and Silver prices / ଯୁଦ୍ଧ ହେଉଛି ସୁନା ଦର ବଢ଼ୁଛି, ଆଗକୁ ପୁଣି ବଢ଼ିବ...

Banajyotshna Ray
Browse all articles by Banajyotshna Ray
·8 months ago·2 min read
ଯୁଦ୍ଧ ହେଉଛି ସୁନା ଦର ବଢ଼ୁଛି, ଆଗକୁ ପୁଣି ବଢ଼ିବ...
Gold and Silver prices

Key Points

ବଢ଼ୁଛି ସୁନା ଦର ଚିନ୍ତାରେ ଗ୍ରାହଣ
କାହିଁକି ଏତେ ବଢ଼ୁଛି ଦର ବୋଲି ଜଣାପଡ଼ିଲା କାରଣ ?
ପୁଣି ବଢ଼ିଲା ସୁନା ରେଟ୍‌। ଦିନକୁ ଦିନ ସୁନା ଦରଦାମ୍‌ ଏତେ ମାତ୍ରାରେ ବଢ଼ିଯାଉଛି ଯେ, ସାଧାରଣ ଲୋକଟିଏ ସୁନା କିଣିବା ପାଇଁ କଷ୍ଟ ହୋଇପଡ଼ୁଛି। ୨୦୨୫ ଶେଷ ବେଳକୁ ଖୁବ ଅଧିକ କମିଥିଲା ସୁନା ଓ ରୁପା ଦର। ପୁଣି ଥରେ ଏହି ଦରଦାମ୍‌ ବଢ଼ିଥିବା ଖବର ଗ୍ରାହକଙ୍କୁ ବ୍ୟସ୍ତ କରିଦେଉଛି। ଏହି ସପ୍ତାହରେ ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଇଛି। ସୁନା ପ୍ରତି ୧୦ ଗ୍ରାମ ପିଛା ୨,୩୪୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ରୁପା ବଢ଼ିଛି ୮,୨୫୮ ଟଙ୍କା। ଶନିବାର ସୁଧା ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦାମ୍ ୧,୩୭,୧୨୨ ଟଙ୍କାରେ ରହିଛି। ସେହିପରି ରୁପା କେଜି ପିଛା ୨,୪୨,୮୦୮ ରହିଛି।

ସୁନା ଠାରୁ ରୁପା ଦର ହୁ ହୁ ହୋଇ ବଢ଼ିଛି। ଉପରୋକ୍ତ ଅବଧି ମଧ୍ୟରେ ରୁପା ମୂଲ୍ୟ ମଧ୍ୟ ୧,୪୪,୪୦୩ ଟଙ୍କା (୧୬୭%) ବୃଦ୍ଧି ପାଇଛି। ୩୧ ଡିସେମ୍ବର ୨୦୨୪ ରୁପା କେଜି ମୂଲ୍ୟ ୮୬,୦୧୭ ଟଙ୍କା ଥିଲା, ଯାହା ୨୦୨୫ ଶେଷ ଦିନରେ କେଜି ୨,୩୦,୪୨୦ ଟଙ୍କାକୁ ବୃଦ୍ଧି ପାଇଥିଲା।ଆମେରିକାର ସୁଧ ହାର ହ୍ରାସ କରିବାରୁ ଡଲାର ଦୁର୍ବଳ ହୋଇଥିଲା। ଫଳରେ ସୁନାର ହୋଲ୍ଡିଂ କଷ୍ଟ କମିଯାଇଥିଲା। ଫଳରେ ଲୋକେ ଅଧିକମାତ୍ରାରେ ସୁନା କିଣିଛନ୍ତି। ଡିମାଣ୍ଡ ସପ୍ଲାଏ ଯୋଗୁ ଦର ବଢ଼ିଛି। ବଢ଼ୁଥିବା ସୁନା ଦର ଯୋଗୁଁ ଚିନ୍ତାରେ ଗ୍ରାହକ। ବାପାଟିଏ ଝିଅ ବାହାଘର କରିବା ବର୍ତ୍ତମାନ ସମୟରେ ଜଟିଳ ହୋଇପଡ଼ୁଛି। 

ଏଥିସହ ପଢ଼ନ୍ତୁ: 'ପ୍ରେଗନେଣ୍ଟ ଜବ୍ ସର୍ଭିସ'ର ଯୋଜନା, ଗର୍ଭବତୀ କଲେ ମିଳିବ ଲକ୍ଷ ଲକ୍ଷ ଟଙ୍କା

ସୌରଶକ୍ତି, ଇଲେକ୍ଟ୍ରୋନିକ୍ସ ଏବଂ ଇଭିରେ ବହୁଳ ଭାବରେ ବ୍ୟବହୃତ ହେଉଥିବା ରୁପା ଆଉ କେବଳ ଏକ ଅଳଙ୍କାର ସାମଗ୍ରୀ ହୋଇ ରହି ନାହିଁ, ବରଂ ଏକ ଗୁରୁତ୍ୱପୂର୍ଣ୍ଣ କଞ୍ଚାମାଲରେ ପରିଣତ ହୋଇଛି। ତେଣୁ ଯେଉଁ ଧରଣର ଡିମାଣ୍ଡ ବଢୁଛି, ସେହି ଅନୁସାରେ ଯୋଗାଣ କମୁଥିବାରୁ ରୁପାର ଦର ରାତିରେ ହାତିଏ ବଢୁଛି।ରୁଷ-ୟୁକ୍ରେନ ଯୁଦ୍ଧ ଏବଂ ବିଶ୍ୱରେ ବଢ଼ୁଥିବା ଉତ୍ତେଜନା ଯୋଗୁ, ନିବେଶକମାନେ ସୁନା କିଣୁଛନ୍ତି, ଏହାକୁ ସବୁଠାରୁ ସୁରକ୍ଷିତ ନିବେଶ ବୋଲି ବିବେଚନା କରୁଛନ୍ତି। ଚୀନ୍ ଭଳି ଦେଶଗୁଡ଼ିକ ସେମାନଙ୍କର ରିଜର୍ଭ ବ୍ୟାଙ୍କଗୁଡ଼ିକୁ ସୁନାରେ ମହଜୁଦ କରୁଛନ୍ତି, ବାର୍ଷିକ ୯୦୦ ଟନ୍ ରୁ ଅଧିକ କିଣୁଛନ୍ତି, ଯାହା କାରଣରୁ ମୂଲ୍ୟ ବୃଦ୍ଧି ପାଉଛି।ସୋମବାର କଟକ ଓ ଭୁବନେଶ୍ୱରରେ ସୁନାଦର ବଢିଛି । ରବିବାର ଅପେକ୍ଷା ସୁନାର ଦାମ ବୃଦ୍ଧି ପାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଅର୍ଥନୀତି ଖବର:


Related Topics

Explore more stories