Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - OTT ଲଭର୍ ଙ୍କ ପାଇଁ ଖୁସି ଖବର

Business

OTT ଲଭର୍ ଙ୍କ ପାଇଁ ଖୁସି ଖବର

Smruti Parija
Browse all articles by Smruti Parija
·1 year ago·2 min read
OTT ଲଭର୍ ଙ୍କ ପାଇଁ ଖୁସି ଖବର

ଅର୍ଗସ ବ୍ୟୁରୋ: OTT ଲଭର୍ ଙ୍କ ପାଇଁ ଖୁସି ଖବର । ଏଥର ପାର୍ବଣରେ ଜିଓର ଧମାକେ ଧାର୍ ଅଫର୍ । ମାତ୍ର 175 ଟଙ୍କା ରିଚାର୍ଜ କରି ପାଆନ୍ତୁ ଅନଲିମିଟେଡ୍ ଡାଟା ଓ 11ଟି ପପୁଲାର୍ OTT ପ୍ଲାଟ୍ ଫର୍ମର ସବସ୍କ୍ରିପ୍ ସନ୍   । ସବୁବେଳେ କଷ୍ଟମର୍ ଫ୍ରେଣ୍ଡଲୀ ପ୍ଲାନ କରୁଥିବା ଜିଓ ପୁଣି ଏକ ନୂଆ ଅଫର୍ ଆଣିଛି । ଯାହା ଗ୍ରହକଙ୍କ ମନ ଖୁସି କରିଦେବ । ପୁଣି ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବାବେଳେ ଏହି ଆକର୍ଷଣୀୟ ଅଫର୍ ଆଣିଛି ଜିଓ ।

ମାସକୁ ମାତ୍ର 175 ରିଚାର୍ଜ କରି ଆପଣ ପାଇପାରିବେ 11ଟି ପପୁଲାର୍ OTT ପ୍ଲାଟ୍ ଫର୍ମର ସବସ୍କ୍ରିପ୍ ସନ୍ । ଆଉ 10 ଜିବିର ହାଇସ୍ପିଡ୍ ଡାଟା । ସବୁଠୁ ମଜାଦାର୍ କଥା ହେଉଛି 10 ଜିବି ଡାଟା ସରିବା ପରେ ବି ଆପଣ ଏହି ସୁବିଧାର ଲାଭ ଉଠାଇପାରିବେ । ଏହି ପ୍ଲାନ୍ ର ଭାଲିଟିଡି 28 ଦିନ । 175 ଟଙ୍କା ରିଚାର୍ଜ କଲେ 11ଟି ପପୁଲାର୍ ଓଟିଟି ପ୍ଲାଟଫର୍ମ ଯେପରିକି sonyLiv, zee5, jiocinema premium, lionsgate play, discovery+, sunNXT, KANCHA LANNKA, Planet marathi, chaupal, hoichoi, jioTV । 

ତେବେ ମନେ ରଖନ୍ତୁ ଏହା କେବଳ ଡାଟା ପ୍ଲାନ୍ । ଏହି ପ୍ଲାନ୍ ରିଚାର୍ଜ କଲେ ଆପଣ ପାଇବେ ଜିଓ ସିନେମା ପ୍ରିମିୟମ୍ କୁପନ୍ । ଏହାସହ ଏହି 11ଟି ଚ୍ୟାନେଲ୍ ରେ ଆପଣଙ୍କ ମନ ପସନ୍ଦର ସୋ ଦେଖି ଛୁଟି କଟାଇପାରିବେ । ରିଲାଏନ୍ସ ଜିଓ ଉପଭୋକ୍ତାମାନଙ୍କ ପାଇଁ ମାସିକ, ତ୍ରୈ ମାସିକ ଏବଂ ବାର୍ଷିକ ଯୋଜନାରେ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଅଫର୍ ଦେଇଥାଏ । ଯାହା ଏୟାରଟେଲ ଏବଂ ଅନ୍ୟମାନଙ୍କ ତୁଳନାରେ ଖୁବ ଶସ୍ତା ମୂଲ୍ୟରେ ଗ୍ରାହକଙ୍କୁ ମାଗଣା unlimited 5G ଡାଟା ପ୍ରଦାନ କରିଥାଏ । ଯାହା ୟୁଜର୍ ଫ୍ରେଣ୍ଡଲୀ ହେବା ସହ କଷ୍ଟମର୍ ଙ୍କୁ ବେଶ ଆକୃଷ୍ଟ କରିଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored