Videos
|
Business

ଗୁଗଲ୍‌ ପେରେ ବିଲ୍ ଭରିବା ହେଲା ମହଙ୍ଗା, କାର୍ଡରେ ବିଲ୍ ଦେଉଥିଲେ ଦେବେ ଅଧିକ ଫି'

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଗୁଗଲ୍‌ ପେରେ ବିଲ୍ ଭରିବା ହେଲା ମହଙ୍ଗା, କାର୍ଡରେ ବିଲ୍ ଦେଉଥିଲେ ଦେବେ ଅଧିକ ଫି'

Key Points

ବ୍ୟାଙ୍କ ଆକାଉଣ୍ଟରୁ ପେମେଣ୍ଟ କଲେ ପ୍ରୋସେସିଂ ଫି ଦେବାକୁ ପଡ଼ିବ ନାହିଁ । କିନ୍ତୁ କୌଣସି ବ୍ୟବହାରକାରୀ କାର୍ଡରୁ ପେମେଣ୍ଟ କଲେ ପ୍ରୋସେସିଂ ଫି ଦେବେ ।

ଦେଶରେ ଅନଲାଇନ୍ କାରବାର ଚାହିଦା ବଢ଼ୁଥିବା ବେଳେ ସ୍ମାର୍ଟଫୋନ୍ ଧରୁଥିବା ପ୍ରତିଟି ଲୋକ ୟୁପିଆଇ କାରବାର ସହ ଅଭ୍ୟସ୍ତ । ସେ ମୋବାଇଲ୍ ରିଚାର୍ଜ ହେଉ କି ବିଦ୍ୟୁତ୍ ବିଲ୍ ପୈଠ । ଏଥିପାଇଁ ଉଣା ଅଧିକେ ପ୍ରାୟ ସମସ୍ତେ ୟୁପିଆଇ ସେବା ଯୋଗାଉଥିବା ଆପ୍‌ର ବ୍ୟବହାର କରନ୍ତି ।


ଆଉ ଏହି ସେବା ଯୋଗାଇ ଦେଉଥିବା ଆପ୍ ମଧ୍ୟରୁ ଗୁଗଲ୍ ପେ ହେଉଛି ଅନ୍ୟତମ । ଏ ସବୁ ସେବା ପୂର୍ବରୁ ଗୁଗଲ୍ ପେ ମାଗଣାରେ ଦେଉଥିଲା । କିନ୍ତୁ ଏବେ କମ୍ପାନୀ ପ୍ରତିଟି ଦେଣନେଣେରେ ପ୍ରୋସେସିଂ ଫି ନେବା ଆରମ୍ଭ କରିଛି । ଅର୍ଥାତ୍ ଏବେ ଗୁଗଲ୍ ପେରେ ଆପଣ ବିଲ୍ ଭରିବା ବେଳେ ପୋସେସିଂ ଫିକୁ ମିଶାଇଲେ ବିଲ୍ ସହ କିଛି ଅର୍ଥ ଅଧିକ ଦେବାକୁ ପଡ଼ୁଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଗୁଗଲ୍ ପେରେ ଆପଣ ବିଦ୍ୟୁତ୍, ପାଣି ବିଲ୍ କିମ୍ବା ମୋବାଇଲ୍ ରିଚାର୍ଜ ୟୁପିଆଇ ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟରୁ ପେମେଣ୍ଟ କଲେ ପ୍ରୋସେସିଂ ଫି ଦେବାକୁ ପଡ଼ିବ ନାହିଁ । କିନ୍ତୁ କୌଣସି ବ୍ୟବହାରକାରୀ କାର୍ଡରୁ ପେମେଣ୍ଟ କଲେ ପ୍ରୋସେସିଂ ଫି ଦେବେ । ନୂଆ ବ୍ୟବସ୍ଥାରେ ଦେଣନେଣ ଅର୍ଥର ୦.୫ ପ୍ରତିଶତରୁ ୧ ପ୍ରତିଶତ ପର୍ଯ୍ୟନ୍ତ ଜିଏସଟି ଦେବାକୁ ପଡ଼ିବ ।


ଏହା ପୂର୍ବରୁ ମୋବାଇଲ୍ ରିଚାର୍ଜ କ୍ଷେତ୍ରରେ ଗୁଗଲ୍ ପେ ୩ ଟଙ୍କା କନଭିନିୟସ୍ ଫି ନେବା ଗତବର୍ଷ ଆରମ୍ଭ କରିଥିଲା । ବିଶେଷଜ୍ଞଙ୍କ ଅନୁସାରେ, କନଭିନିୟସ୍ ଫି ବା ପ୍ଲାଟଫର୍ମ ବି ଗୋଟିଏ ସାଧାରଣ କଥା । ଏବେ ଯାଏଁ ଗୁଗଲ୍ ପେ ଏହି ଶୁଳ୍କ ନିଜେ ଦେଉଥିଲା, ଏଣିକି ଗ୍ରାହାକଙ୍କୁ ଏହି ଭାର ବୋହିବାକୁ ପଡ଼ିବ ।


ତଥ୍ୟ ଅନୁସାରେ, ଦେଶରେ ମୋଟ ୟୁପିଆଇ ଦେଣନେଣପ ୩୭ ପ୍ରତିଶତ ଗୁଗଲ୍ ପେ ପ୍ରୋସେସ୍ କରିଥାଏ । ଗୁଗଲ୍ ପେ ପରେ ଏହି କ୍ଷେତ୍ରରେ ଦ୍ଵିତୀୟରେ ରହିଛି ଫୋନ୍ ପେ । ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ଗୁଗଲ୍ ପେ ମାଧ୍ୟମରେ ମୋଟ ୮.୨୬ ଲକ୍ଷ କୋଟିର ୟୁପିଆଇ କାରବାର ହୋଇଛି ।