Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Business

Government Scheme / ବ୍ୟବସାୟ କରିବାକୁ ଚାହୁଁଥିଲେ ଆଉ ଟେନସନ୍ ନାହିଁ, ସରକାର ଦେବେ ୨୦ ଲକ୍ଷ

Rashmita Mishra
Browse all articles by Rashmita Mishra
·5 months ago·2 min read
ବ୍ୟବସାୟ କରିବାକୁ ଚାହୁଁଥିଲେ ଆଉ ଟେନସନ୍ ନାହିଁ, ସରକାର ଦେବେ ୨୦ ଲକ୍ଷ
Government Scheme

Key Points

କୁକୁର ଦେହରେ ଦୈବୀ ଶକ୍ତି । 
ବ୍ୟବସାୟ କରିବାକୁ ଚାହୁଁଥିଲେ ଆଉ ଟେନସନ୍ ନାହିଁ, ସରକାର ଦେବେ ୨୦ ଲକ୍ଷ

କେନ୍ଦ୍ର ସରକାର ଯୁବକ ଯୁବତୀ ମାନଙ୍କ ପାଇଁ ଆଣିଛନ୍ତି ଏକ ବଡ଼ ଖୁସି ଖବର । ବ୍ୟବସାୟ କରିବାକୁ ଚାହୁଁଥିଲେ ଆଉ ରହିବନି କିଛି ଅସୁବିଧା । ଯେଉଁ ଯୁବକ ଯୁବତୀମାନେ ବ୍ୟବସାୟ ଆରମ୍ଭ କରିବାକୁ ଆଗ୍ରହୀ ଅଛନ୍ତି ସେମାନଙ୍କୁ ସାହାଯ୍ୟ କରିବେ କେନ୍ଦ୍ର ସରକାର । ବ୍ୟବସାୟ ଆରମ୍ଭ କରିବା ବା ବଢ଼ାଇବା ପାଇଁ ୨୦ ଲକ୍ଷ ପର୍ଯ୍ୟନ୍ତ ଋଣ ଯୋଗାଇବେ ସରକାର । ସବୁଠାରୁ ବଡ଼ କଥା ହେଉଛି କି ଏହି ଋଣ ପାଇବା ପାଇଁ କୌଣସି ଗ୍ୟାରେଣ୍ଟି ଆବଶ୍ୟକ ନାହିଁ । ଏହା ଏକବିନା ଗ୍ୟାରେଣ୍ଟି ଋଣ ।

ଭାରତ ସରକାରଙ୍କ ଏହି ଯୋଜନାରେ ପୂର୍ବରୁ କେବଳ ୧୦ ଲକ୍ଷ ପର୍ଯ୍ୟନ୍ତ ଋଣ ଯୋଗାଉଥିଲା । କିନ୍ତୁ ବର୍ତ୍ତମାନ ଏହି ଋଣ ସୀମାକୁ ୨୦ ଲକ୍ଷକୁ ବଢ଼ାଇଦିଆଯାଇଛି । ଆର୍ଥିକ ବର୍ଷ ୨୦୨୪-୨୫ ବଜେଟ୍ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଋଣ ସୀମାକୁ ଦ୍ୱିଗୁଣିତ କରି ୨୦ ଲକ୍ଷ ଟଙ୍କା କରିଥିଲେ ।

ଆମେ ଯେଉଁ ଯୋଜନା ବିଷୟରେ କହୁଛୁ ତାହା ହେଉଛି ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (PMMY), ଯାହା ବ୍ୟବସାୟଗୁଡ଼ିକୁ ଚାରୋଟି ବର୍ଗରେ ଋଣ ପ୍ରଦାନ କରେ ଯାହା ଦ୍ୱାରା ସେମାନେ ସମୟ ସହିତ ସେମାନଙ୍କର ବ୍ୟବସାୟକୁ ବଢ଼ାଇଥାନ୍ତି ।

ଏଥିରେ ତିନୋଟି ବର୍ଗ ରହିଛି ଯେପରି ଶିଶୁ ବର୍ଗରେ ୫୦,୦୦୦ ଟଙ୍କା ଋଣ, କିଶୋର ବର୍ଗରେ ୫୦,୦୦୦ ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ଯୁବ ବର୍ଗରେ ୫ ଲକ୍ଷ ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଏବଂ ଯୁବ ପ୍ଲସ୍ ଅଧୀନରେ ୧୦ ରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଏ ।

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ୨୦୧୫ ମସିହାରେ ମୋଦି ସରକାର ଦ୍ୱାରା ଆରମ୍ଭ କରାଯାଇଥିଲା ଏବଂ ଏହା ବିଶେଷ ଭାବରେ ସେମାନଙ୍କ ପାଇଁ ଡିଜାଇନ୍ କରାଯାଇଥିଲା ଯେଉଁମାନେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି। ଯେକୌଣସି ଭାରତୀୟ ନାଗରିକ ଏହି ଯୋଜନା ଅଧୀନରେ ଆବେଦନ କରିପାରିବେ, ଯଦିଓ ସେମାନେ ୮ମ ଶ୍ରେଣୀ ପାସ୍ କରିଥିବା ଦରକାର । ଏଥିପାଇଁ ଆଉ କୌଣସି ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ନାହିଁ ।

ଏହି ଯୋଜନା ଅନୁଯାୟୀ, ଆଧାର କାର୍ଡ, ପାନ କାର୍ଡ, ବାସସ୍ଥାନ ପ୍ରମାଣପତ୍ର, ପାସପୋର୍ଟ ଫଟୋ, ଏକ ବ୍ୟବସାୟ ଯୋଜନା, କେୱାଇସି ଡକ୍ୟୁମେଣ୍ଟ ଏବଂ ଆୟ ପ୍ରମାଣପତ୍ର ରହିବା ଆବଶ୍ୟକ ।

ଆପଣ https://www.mudra.org.in/ ରେ ଅନଲାଇନରେ ମଧ୍ୟ ଆବେଦନ କରିପାରିବେ। ବିକଳ୍ପ ଭାବରେ, ଆପଣ ବ୍ୟାଙ୍କ ମାଧ୍ୟମରେ ଆବେଦନ କରିପାରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Government Scheme | Want to Start a Business? Government to Offer ₹20 Lakh Financial Support | Argus News