Videos
|
Business

GST Council / ସରକାର ନେଲେ ବଡ଼ ନିଷ୍ପତ୍ତି, କମିବ ସବୁ ସାମଗ୍ରୀର ଦର

Sushanta Sahoo
Browse all articles by Sushanta Sahoo
·1 year ago·2 min read
ସରକାର ନେଲେ ବଡ଼ ନିଷ୍ପତ୍ତି, କମିବ ସବୁ ସାମଗ୍ରୀର ଦର

Key Points

ବନ୍ଦ ହେବ ୧୨ ଓ ୨୮ ପ୍ରତିଶତ ଟିକସ ସ୍ଲାବ । ଜନସାଧାରଣଙ୍କୁ ବଡ଼ ଆଶ୍ଵସ୍ତି । ବଦଳିଲା GST ଟିକସ ସ୍ଲାବ ।

ନୂଆଦିଲ୍ଲୀ: GST କାଉନସିଲ୍ ବୈଠକରେ ବଡ଼ ନିଷ୍ପତ୍ତି । ବନ୍ଦ ହେବ ୧୨ ଓ ୨୮ ପ୍ରତିଶତ ଟିକସ ସ୍ଲାବ । ଜନସାଧାରଣଙ୍କୁ ବଡ଼ ଆଶ୍ଵସ୍ତି । ବଦଳିଲା GST ଟିକସ ସ୍ଲାବ । ଲୋକ କୌଣସି ସାମଗ୍ରୀ କିଣିଲେ ଦେବାକୁ ପଡ଼ିବ କମ୍ ଟଙ୍କା । ଜିଏସ୍‌ଟିର ପରିବର୍ତ୍ତିତ ସ୍ଲାବ ସେପ୍ଟେମ୍ବର ୨୨ ତାରିଖରୁ ଲାଗୁ ହେବ । ସାରା ଦେଶରେ ୫ ଓ ୧୮ ପ୍ରତିଶତ ସ୍ଲାବ ଲାଗୁ ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।


ଅର୍ଥାତ୍ GSTରେ ପୂର୍ବରୁ ଥିବା ୪ଟି ସ୍ଲାବ ବଦଳରେ ଏବେ ରହିବ ମାତ୍ର ୨ଟି ସ୍ଲାବ । ଜିଏସଟିରେ ଆସୁଥିବା ସମସ୍ତ ସାମଗ୍ରୀରେ ୫ ଓ ୧୮ ପ୍ରତିଶତ ଟିକସ ଲାଗୁ ହେବ । ଫଳରେ ଅନେକ ସାମଗ୍ରୀର ଦର କମିବ । ତେବେ ହାନିକାରକ ପଦାର୍ଥ ପାଇଁ ଏକ ଭିନ୍ନ ସ୍ଲାବ ରଖାଯାଇଛି, ଯାହାକି ୪୦ ପ୍ରତିଶତ ଅଟେ । ସ୍ଵାସ୍ଥ୍ୟ ପାଇଁ କ୍ଷତିକାରକ ତମ୍ବାଖୁ, ସିଗାରେଟ୍‍, କୋଲ୍ଡ ଡ୍ରିଙ୍କ୍ସ ଆଦି ପାଇଁ ୪୦ ପ୍ରତିଶତ ଜିଏସ୍‌ଟି ଦେବାକୁ ପଡ଼ିବ ।


କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଆମର ଫୋକସ୍ ଦେଶର ଜନସାଧାରଣଙ୍କ ଉପରେ । କୃଷକଙ୍କ ଠାରୁ ନେଇ ଶ୍ରମିକଙ୍କୁ ଧ୍ୟାନରେ ରଖି ଜିଏସଟି ସ୍ଲାବ ଖସାଇବାକୁ ଅନୁମୋଦନ କରାଯାଇଛି । ଏହି ନିଷ୍ପତ୍ତିକୁ ଜିଏସଟି କାଉନସିଲ୍ ବୈଠକରେ ସମସ୍ତ ରାଜ୍ୟର ଅର୍ଥମନ୍ତ୍ରୀ ସମର୍ଥନ ଦେଇଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


GST ସ୍ଲାବ ପରିବର୍ତ୍ତନ ଫଳରେ କ୍ଷୀର, ପନୀର, ବ୍ରେଡ୍ ଆଦି ଶସ୍ତା ହେବ । ଏବେ ୧୨ ପ୍ରତିଶତ GST ସ୍ଲାବରେ ଆସୁଥିବା ୯୯ ପ୍ରତିଶତ ସାମଗ୍ରୀ ୫ ପ୍ରତିଶତ ଟିକସ ସ୍ଲାବକୁ ଖସି ଆସିବ । ସେହିଭଳି ୨୮ ପ୍ରତିଶତ ଟିକସ ସ୍ଲାବରେ ଥିବା ପ୍ରାୟ ୯୦ ପ୍ରତିଶତ ସାମଗ୍ରୀ ୧୮ ପ୍ରତିଶତ ସ୍ଲାବକୁ ଆସିଯିବ ।

Related Topics

Explore more stories

GST Council | GST Council Drops 12% and 28% Slabs, New Rates Effective from September 22 | Argus News | Argus News Odia